Posted inଜାତୀୟ

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ହେଉଛି ତା’ ସହିତ ଏବେ ହେଲମେଟ ଠିକ ଭାବେ ନ ପିନ୍ଧିଲେ ମଧ୍ୟ ଟ୍ରାଫିକ ପୋଲିସ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି। ଅନେକ ଚାଳକ ଚାଲାଣ ଏଡାଇବା ପାଇଁ ହେଲମେଟ ପିନ୍ଧୁଛନ୍ତି, କିନ୍ତୁ ତା’ର ଷ୍ଟ୍ରାପ (ବେକ ବା ଚିବୁକ ତଳେ ବାନ୍ଧିବା ବେଲ୍ଟ) ବାନ୍ଧୁ ନାହାନ୍ତି କିମ୍ୱା ଠିକ ଭାବେ କସି ନାହାନ୍ତି। ଏହା ଏବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଭାବେ ଗଣାହେଉଛି। ଭାରତ ସରକାରଙ୍କ ମୋଟର ଯାନ ଆଇନ ୧୯୯୮ର ସଂଶୋଧନ ଅନୁଯାୟୀ, ହେଲମେଟ କେବଳ ମୁଣ୍ଡରେ ରଖିବା ନୁହେଁ, ତାକୁ ଠିକ ଭାବେ ପିନ୍ଧିବା ଜରୁରୀ। ଷ୍ଟ୍ରାପ ଚିବୁକ ତଳେ ବାନ୍ଧି କସି ରଖିବା ଦରକାର, ଯାହା ଦ୍ୱାରା ଦୁର୍ଘଟଣା ସମୟରେ ହେଲମେଟ ଉଡି ନ ଯାଇ ମୁଣ୍ଡକୁ ସୁରକ୍ଷା ଦେଇପାରିବ। ଯଦି ହେଲମେଟ ପିନ୍ଧି ମଧ୍ୟ ଷ୍ଟ୍ରାପ ଖୋଲା ରହିଲା କିମ୍ୱା ଠିକ କସା ନ ଗଲା, ତେବେ ୧୦୦୦ ଟଙ୍କା ଜରିମାନା ହେବ। ଏହା ସହିତ ହେଲମେଟ୍ରେ ISI ମାର୍କ (ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ) ନ ଥିଲେ ଆଉ ୧୦୦୦ ଟଙ୍କା ଚାଲାଣ କଟିପାରେ। ମୋଟ ଉପରେ ଅସୁରକ୍ଷିତ ହେଲମେଟ ପିନ୍ଧିବା ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ। ଦିଲ୍ଲୀ ପୋଲିସ ଏହି ନିୟମକୁ କଡାକଡି ଲାଗୁ କରୁଛନ୍ତି ଏବଂ ଅଣ-ISI ହେଲମେଟ ପାଇଁ ଇତିମଧ୍ୟରେ ୧୦୦୦ ଟଙ୍କିଆ ଚାଲାଣ କାଟୁଛନ୍ତି। ଦୁଇଚକିଆ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ମୁଣ୍ଡ ଆଘାତ ଯୋଗୁଁ ହେଉଥିବାରୁ ଏହି ନିୟମର ଉଦ୍ଦେଶ୍ୟ ହେଉଛି ଚାଳକମାନଙ୍କ ଜୀବନ ରକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri