ଅଧିକ ସୁଧ ଦେବା ଆଳରେ ୧୦୦୦ କୋଟିର ଠକେଇ

ଭୁବନେଶ୍ୱର,୧୯।୧୦(ସତ୍ୟଜିତ ରାଉତ): ନିବେଶରୁ ଅଧିକ ଲାଭ ଦେବା ଆଳରେ ୧୦୦୦ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେ ହେଲେ କଟକ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ପ୍ରତାପ କୁମାର ରାଉତ। ତାଙ୍କଠାରୁ ଠକେଇ ସମ୍ବନ୍ଧୀୟ ବହୁ ଦସ୍ତାବିଜ୍‌ ଜବତ ହୋଇଛି। ପ୍ରତାପଙ୍କୁ କଟକ ଓପିଆଡି କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ହେଡ୍‌ଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାରେ ପ୍ରତାପ ନିଜକୁ ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଉଥିଲେ। ତାଙ୍କ କଥାରେ ବିଶ୍ୱାସ କରି ବିଜୟ କୁମାର ପାଣିଗ୍ରାହୀ ୯୨ ଲକ୍ଷ ୬୦ ହଜାର ୪୮୦ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ପ୍ରତାପଙ୍କ କଥାରେ ପ୍ରଲୋଭିତ ହୋଇ ବିଜୟ ନିଜ ଅବସରକାଳୀନ ଟଙ୍କାକୁ ମାସକୁ ୧୧%ରୁ ୧୮% ଲାଭ ପାଇବା ଆଶାରେ ନିବେଶ କରିଥିଲେ। କିଛିଦିନ ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା। ବିଜୟଙ୍କ ଟଙ୍କା ମଧ୍ୟ ବ୍ଲକ ହୋଇଯାଇଥିଲା। ଏହା ଜାଣିବା ପରେ ଗତ ଅକ୍ଟୋବର ୧୪ରେ ବିଜୟଙ୍କ ଏତଲାକ୍ରମେ ଏକ ମାମଲା(ନଂ.୧୪/୨୦୨୫) ରୁଜୁ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଏହି କମ୍ପାନୀ ୨୦୨୩ରେ ଗୋଆରେ ପଞ୍ଜୀକୃତ ହୋଇଥିଲା। ୨୦୨୩-୨୦୨୪ରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଓ ଓଡ଼ିଶାର ୩ ଲକ୍ଷରୁ ଊଦ୍ଧର୍‌ବ ନିବେଶକାରୀ ଠକେଇର ଶିକାର ହୋଇଛନ୍ତି। ଏପରିକି ଓଡ଼ିଶାର ୧୨ ହଜାର ଲୋକଙ୍କଠାରୁ ଉକ୍ତ କମ୍ପାନୀ ୧୩୯ କୋଟି ଟଙ୍କା ଠକି ନେଇଥିଲା। ପ୍ରତାପ ଲୋକାଲ କୋ-ଅର୍ଡିନେଟର ଭାବେ କାମ କରିବା ସହ ଭୁବନେଶ୍ୱର ଓ କଟକରେ ବିଭିନ୍ନ ସମୟରେ ମିଟିଂ କରି ହେଡଜେକ୍ସ ଫଣ୍ଡକୁ ପ୍ରମୋଶନ କରାଉଥିଲେ। ସଂସ୍ଥାକୁ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଦୀନେଶ କୁମାର ଜୈନ ଓ କୁଲ୍‌ଦୀପ ସିଂ ପନ୍‌ୱାରଙ୍କ ସହ ପ୍ରତାପ ନିୟମିତ ଯୋଗାଯୋଗରେ ରହି ହାୱାଲା ଜରିଆରେ ଟଙ୍କା କାରବାର କରୁଥିଲେ। ଇଓଡବ୍ଲ୍ୟୁ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିବା ସହ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?