ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ, ଉପକୃତ ହେବେ ଚାଷୀ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ,୨୯ା୫(କିଶୋର ମହାପାତ୍ର/ପ୍ରଶାନ୍ତ): କୃଷି ବୈଜ୍ଞାନିକଙ୍କ ଦ୍ବାରା ଚାଷୀ ଭଉଣୀଭାଇମାନଙ୍କୁ ଚାଷ ସମ୍ବନ୍ଧୀୟ ସଦ୍ୟତମ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସମୂହକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସାକ୍ଷୀଗୋପାଳରେସ୍ଥିତ ପୁରୀ ଜିଲାର କୃଷି ବିଜ୍ଞାନ କେନ୍ଦ୍ରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଅତିଥି ଭାବେ ଯୋଗ ଦେଇଥିବାବେଳେ, ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ମହାନିର୍ଦ୍ଦେଶକ ICAR ଡଃ ଏମ. ଏଲ. ଜାଟ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ ଏବଂ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉପ ମହାନିର୍ଦ୍ଦେଶକ ମତ୍ସ୍ୟବିଜ୍ଞାନ, ICAR ଡଃ ଜୟକୃଷ୍ଣ ଜେନା ତଥା ଉପ ମହାନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ICAR ଡଃ ରାଜବୀର ସିଂହ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଅତିଥି ଗଣ ସ୍ଥାନୀୟ ବୀରଗୋବିନ୍ଦପୁରଠାରୁ କୃଷି ବିଜ୍ଞାନ କେନ୍ଦ୍ର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପତାକା ଉଡ଼ାଇ ପଦଯାତ୍ରାରେ ସାମିଲ ହୋଇଥିଲେ। ଏହା ପରେ ‘ଏକ ପେଡ୍‌ ମା’ କେ ନାମ’ ଧାରାକୁ ବଜାୟ ରଖି ଅତିଥି ମାନେ ବୃକ୍ଷରୋପଣ କରିବା ପରେ ବୃକ୍ଷରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା। ମହାନିର୍ଦ୍ଦେଶକ ICAR ଡଃ ଏମ. ଏଲ. ଜାଟ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ସତ୍ୟବାଦୀ ଅଞ୍ଚଳର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଡ. ଶିବରାଜ ସିଂ ଚୌହାନ ‘ଜଗନ୍ନାଥ କି ଭାତ ଜଗତ ପ୍ରସାରେ ହାତ’ ଉଦାହରଣ ଦେଇ ଚାଷୀ ଭାଇମାନେ ଜୀବଜଗତକୁ ଜୀବନ ଧାରଣ କରିବାରେ ପ୍ରମୁଖ କର୍ତ୍ତବ୍ୟ କରୁଛନ୍ତି ବୋଲି ଅଭିଭାଷଣରେ କହିଥିଲେ।

କୃଷି ବୈଜ୍ଞାନିକମାନେ ଗାଁକୁ କ୍ଷେତ ପରିଦର୍ଶନରେ ଯିବେ। ମାଟିର ମାନ ପରୀକ୍ଷା କରିବେ। ଫସଲ ସମସ୍ୟା ବୁଝିବେ। ଫସଲ ଉତ୍ପାଦନ କେତେ ହେଉଅଛି ଓ କେତେ ହେଉଅଛି ଅନୁଧ୍ୟାନ କରିବେ। କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଏହି ଅନନ୍ୟ ପଦକ୍ଷେପ ବିକଶିତ କୃଷି ସଂକଳ୍ପ ଅଭିଯାନର ସଙ୍ଗୀତ ଲୋକାର୍ପିତ କରାଯାଇଥିଲା। ଏହି ଅଭିଯାନକୁ ଲୋକାଭିମୁଖୀ କରେଇବା ପାଇଁ ଉପସ୍ଥିତି ଅତିଥିବୃନ୍ଦ ସ୍ଥାନୀୟ କୃଷକଙ୍କ ସହିତ ଭାବ ବିନିମୟ କରିବା ସହିତ ବିଭାଗର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନାର ସାରାଂଶକୁ ନେଇ ପ୍ରସ୍ତୁତ କୃଷିରଥକୁ ପତାକା ଦେଖାଇ ଏହି ଯାତ୍ରାର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମଶେଷରେ କୃଷି ନିର୍ଦ୍ଦେଶକ ଶୁଭମ ସାକସେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ ନବ ନିର୍ମିତ ଅଡିଟୋରିଅମ ଅତିଥିମାନେ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri