ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ, ଉପକୃତ ହେବେ ଚାଷୀ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ,୨୯ା୫(କିଶୋର ମହାପାତ୍ର/ପ୍ରଶାନ୍ତ): କୃଷି ବୈଜ୍ଞାନିକଙ୍କ ଦ୍ବାରା ଚାଷୀ ଭଉଣୀଭାଇମାନଙ୍କୁ ଚାଷ ସମ୍ବନ୍ଧୀୟ ସଦ୍ୟତମ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସମୂହକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସାକ୍ଷୀଗୋପାଳରେସ୍ଥିତ ପୁରୀ ଜିଲାର କୃଷି ବିଜ୍ଞାନ କେନ୍ଦ୍ରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଅତିଥି ଭାବେ ଯୋଗ ଦେଇଥିବାବେଳେ, ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ମହାନିର୍ଦ୍ଦେଶକ ICAR ଡଃ ଏମ. ଏଲ. ଜାଟ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ ଏବଂ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉପ ମହାନିର୍ଦ୍ଦେଶକ ମତ୍ସ୍ୟବିଜ୍ଞାନ, ICAR ଡଃ ଜୟକୃଷ୍ଣ ଜେନା ତଥା ଉପ ମହାନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ICAR ଡଃ ରାଜବୀର ସିଂହ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଅତିଥି ଗଣ ସ୍ଥାନୀୟ ବୀରଗୋବିନ୍ଦପୁରଠାରୁ କୃଷି ବିଜ୍ଞାନ କେନ୍ଦ୍ର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପତାକା ଉଡ଼ାଇ ପଦଯାତ୍ରାରେ ସାମିଲ ହୋଇଥିଲେ। ଏହା ପରେ ‘ଏକ ପେଡ୍‌ ମା’ କେ ନାମ’ ଧାରାକୁ ବଜାୟ ରଖି ଅତିଥି ମାନେ ବୃକ୍ଷରୋପଣ କରିବା ପରେ ବୃକ୍ଷରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା। ମହାନିର୍ଦ୍ଦେଶକ ICAR ଡଃ ଏମ. ଏଲ. ଜାଟ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ସତ୍ୟବାଦୀ ଅଞ୍ଚଳର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଡ. ଶିବରାଜ ସିଂ ଚୌହାନ ‘ଜଗନ୍ନାଥ କି ଭାତ ଜଗତ ପ୍ରସାରେ ହାତ’ ଉଦାହରଣ ଦେଇ ଚାଷୀ ଭାଇମାନେ ଜୀବଜଗତକୁ ଜୀବନ ଧାରଣ କରିବାରେ ପ୍ରମୁଖ କର୍ତ୍ତବ୍ୟ କରୁଛନ୍ତି ବୋଲି ଅଭିଭାଷଣରେ କହିଥିଲେ।

କୃଷି ବୈଜ୍ଞାନିକମାନେ ଗାଁକୁ କ୍ଷେତ ପରିଦର୍ଶନରେ ଯିବେ। ମାଟିର ମାନ ପରୀକ୍ଷା କରିବେ। ଫସଲ ସମସ୍ୟା ବୁଝିବେ। ଫସଲ ଉତ୍ପାଦନ କେତେ ହେଉଅଛି ଓ କେତେ ହେଉଅଛି ଅନୁଧ୍ୟାନ କରିବେ। କୃଷକମାନଙ୍କର ଆୟ ଦ୍ବିଗୁଣିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଏହି ଅନନ୍ୟ ପଦକ୍ଷେପ ବିକଶିତ କୃଷି ସଂକଳ୍ପ ଅଭିଯାନର ସଙ୍ଗୀତ ଲୋକାର୍ପିତ କରାଯାଇଥିଲା। ଏହି ଅଭିଯାନକୁ ଲୋକାଭିମୁଖୀ କରେଇବା ପାଇଁ ଉପସ୍ଥିତି ଅତିଥିବୃନ୍ଦ ସ୍ଥାନୀୟ କୃଷକଙ୍କ ସହିତ ଭାବ ବିନିମୟ କରିବା ସହିତ ବିଭାଗର ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନାର ସାରାଂଶକୁ ନେଇ ପ୍ରସ୍ତୁତ କୃଷିରଥକୁ ପତାକା ଦେଖାଇ ଏହି ଯାତ୍ରାର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମଶେଷରେ କୃଷି ନିର୍ଦ୍ଦେଶକ ଶୁଭମ ସାକସେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ ନବ ନିର୍ମିତ ଅଡିଟୋରିଅମ ଅତିଥିମାନେ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri