Posted inଜାତୀୟ

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର: କଂଗ୍ରେସ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ,୨୯।୮: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କ୍ରମାଗତ ଭାବରେ ହିନ୍ଦୁ ଧର୍ମ, ରାମଚରିତମାନସ ଏବଂ ବ୍ରାହ୍ମଣମାନଙ୍କ ଉପରେ ବିବାଦୀୟ ବକ୍ତବ୍ୟ ପ୍ରଦାନ କରୁଛନ୍ତି। ଏହି ପ୍ରସଙ୍ଗରେ ମୋରାଦାବାଦ କଂଗ୍ରେସ ନେତା ଗଙ୍ଗା ରାମ ଶର୍ମା ଏକ ବଡ଼ ଘୋଷଣା କରିଛନ୍ତି। ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି। ନିକଟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରାମଚରିତମାନସରେ ଦଳିତ ଏବଂ ମହିଳାଙ୍କ ବିଷୟରେ କୁହାଯାଇଛି। ତୁଲସୀଦାସ ନିଜ ଇଚ୍ଛା ଏବଂ ଖୁସି ପାଇଁ ଏହି ପୁସ୍ତକ ଲେଖିଛନ୍ତି ବୋଲି ସେ କହିଥିଲେ। କେବଳ ଏତିକି ନୁହେଁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, ବ୍ରାହ୍ମଣବାଦର ଚେର ଗଭୀର ଏବଂ ଏହା ମଧ୍ୟ ସମସ୍ତ ପ୍ରକାର ଅସମାନତାର କାରଣ।

ଏହି ବିବୃତ୍ତି ପରେ କଂଗ୍ରେସ ନେତା ପଣ୍ଡିତ ଗଙ୍ଗା ରାମ ଶର୍ମା ଏକ ଚିଠି ଜାରି କରିଛନ୍ତି, ଏହି ପତ୍ରରେ ସେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି। ଆବଶ୍ୟକ ହେଲେ ସେ ନିଜ ଧର୍ମ ପାଇଁ ମଧ୍ୟ ନିଜ ଜୀବନକୁ ଉତ୍ସର୍ଗ କରିବେ। ସ୍ବାମୀ ପ୍ରସାଦ ହିନ୍ଦୁ ଧର୍ମକୁ ଅପମାନିତ କରିବା ସହ ଧାର୍ମିକ ପୁସ୍ତକ ରାମଚରିତମାନସକୁ ନିନ୍ଦା କରିଥିବା ଗଙ୍ଗା ରାମ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri