କେରୁଣା-କୋତପୁର ରାସ୍ତା କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୨୪।୯(ସୁଶାନ୍ତ ବେହୁରିଆ): ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଓ ଠିକାଦାର ପ୍ରୀତି ଯୋଗୁ ବହୁ ରାସ୍ତା କାର୍ଯ୍ୟରେ ଅନିୟମିତତା ଦେଖାଦେବା ସହିତ କାର୍ଯ୍ୟରେ ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେଉଛି। ଯାହାର ଏକ ଉଦାହରଣ ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନ ବିଞ୍ଝାରପୁର ସେକ୍ସନର କେରୁଣାଠାରୁ କୋତପୁର ଭାୟା ମାନସିଂହ ପାଟଣା, ଧୋବକୋଇଲି, ଚାଉଳିଆ ଓ ଦକ୍ଷିଣବନ୍ଧ ରାସ୍ତା କାର୍ଯ୍ୟରେ ଦେଖାଯାଇଛି। ଏହି ରାସ୍ତା ନିର୍ମାଣ ହେଲେ ଦଶରଥପୁର ବ୍ଲକର ଅସନପୁର, କନିକାପଡ଼ା, ପାଲଟପୁର, ଥାଲକୁଡ଼ି ଓ ଖାନନଗର ପଞ୍ଚାୟତର ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ ଅଟକଳର ମୂଲ୍ୟ ୩ କୋଟି ୯୦ ଲକ୍ଷ ୫୮ ହଜାର ଓ ଏହାର ୫ ବର୍ଷ ରକ୍ଷଣାବେକ୍ଷଣ ଅଟକଳ ମୂଲ୍ୟ ୨୭ ଲକ୍ଷ ୩୦ ହଜାର ଟଙ୍କା ରହିଛି। ୧୯ା୧୦ା୨୦୨୨ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୮ା୭ା୨୦୨୩ରେ ସମାପ୍ତ ହେବାକୁ ଚୁକ୍ତି ହୋଇଥିଲା। ହେଲେ ଅବଧିର ୨ ମାସ ଅତିକ୍ରାନ୍ତ ପରେ ସୁଦ୍ଧା ରାସ୍ତା କାର୍ଯ୍ୟ ୨୫ ପ୍ରତିଶତ ସମାପ୍ତ ହୋଇନାହିଁ। ରାସ୍ତାର ମଧ୍ୟ ଭାଗ ୩.୭୫ ମିଟର ପ୍ରସ୍ଥ ଥିବାବେଳେ ଉଭୟ ପାର୍ଶ୍ୱ ଆପ୍ରୋଚକୁ ମିଶାଇ ଏହା ୬ ମିଟର ରାସ୍ତାରେ ପରିଣତ ହେବ। ମୋଟ୍‌ ରାସ୍ତାରୁ ୨ କି.ମି. ୬୫୪ ମିଟର ରାସ୍ତା ପିଚୁ ଓ ୪ କି.ମି. ୫୯୨ ମିଟର ରାସ୍ତାର ଫେବର ବ୍ଲକ ବିଛାଯିବ। ବର୍ତ୍ତମାନ କେରୁଣା ଗ୍ରାମରେ ମେଟାଲିଂ କାର୍ଯ୍ୟ ଚାଲୁରହିଥିବାବେଳେ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ରାସ୍ତାରେ ସର୍ବନିମ୍ନ ୪ ଇଞ୍ଚର ମେଟାଲ ବିଛାଯିବାର ନିୟମ ରହିଥିବାବେଳେ ଏଠାରେ ମାତ୍ର ୩ ଇଞ୍ଚରୁ କମ ମୋଟେଇର ମେଟାଲ ବିଛା ଯାଉଥିବା ଦେଖାଯାଇଛି।
ମେଟାଲିଂ କାର୍ଯ୍ୟରେ ମେଟାଲ ପରିମାଣ କମ୍‌ ଓ ଡଷ୍ଟର ପରିମାଣ ଅଧିକ ରହୁଛି। ସେହିପରି ଦାମୋଦରପୁର ଗ୍ରାମରେ ଫେବର ବ୍ଲକ କାର୍ଯ୍ୟ ଚାଲିଥିବାବେଳେ ଏହା ତଳେ ଖୁବ କମ ପରିମାଣରେ ବାଲି ବିଛା ଯିବା ଯୋଗୁ ରାସ୍ତା ଖାଲ ଢିପ ଦେଖାଯାଉଛି। ଫଳରେ ସାମାନ୍ୟ ବର୍ଷାରେ ବର୍ଷାଜଳ ଓ ମାଟି କାଦୁଅ ଆସି ରାସ୍ତାରେ ଜମାହେଉଛି। ରାସ୍ତା କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ଗୋଡି ସହ ମାଟି/କାଦୁଅ ମିଶା ବାଲି ବ୍ୟବହାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଛନ୍ତି। ସେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭୃକ୍ଷେପ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି ଦାୟୀ ଠିକାଦାର ଓ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗ ବିଞ୍ଝାରପୁର ସେକ୍ସନ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହା ଉପରେ ତଦାରଖ କରିବେ। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri