ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ ପ୍ରଭାବ କମିଥିବା ବେଳେ ଭାଜପା ନେତାଙ୍କ ପତିଆରା ବହୁ ଗୁଣରେ ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ବଲାଙ୍ଗୀର ରାଜ ପରିବାରରେ ରାଜନୈତିକ ଶୀତଳ ଯୁଦ୍ଧର ସ୍ଥିତି ସୃଷ୍ଟି କରିଛି।
ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ତାଙ୍କ କାକା ପୁଅ ଭାଇ ବିଜେଡି ନେତା ତଥା ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଭିତରେ ମୁହଁାମୁହିଁ ପରିସ୍ଥିତି ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଉଭୟେ ଉଭୟଙ୍କୁ ସଭାସମିତିରେ ଭାଇ ସମ୍ବୋଧନ କରି ସମ୍ମାନ ଦେଲା ଭଳି ଦେଖାଯାଉଥିଲେ ମଧ୍ୟ ଭାଷଣବାଜିରୁ ଭାଜପା-ବିଜେଡିର ପ୍ରତିନ୍ଦ୍ୱନ୍ଦ୍ୱୀ ମନୋଭାବ ଉକୁଟିି ଉଠୁଛି। କିଛି ଦିନ ତଳେ ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ‘ବଲାଙ୍ଗୀର ଦିନ୍‌’ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ଏବଂ ବିଧାୟକ କଲିକେଶ ନାରାୟଣ ଭାଷଣବାଜିରେ ମୁହଁାମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କଲିକେଶ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଦେଓଗଁା ଚିନି କଳ ପୁନଃ କାର୍ଯ୍ୟକ୍ଷମ, ଜଳାଶୟ ପୁନରୁଦ୍ଧାର, କୋଶଳ କଳାମଣ୍ଡଳରେ ବଡ଼ ଅଡିଟୋରିୟମ୍‌ ନିର୍ମାଣ ସହ ଲମ୍ବା ଦାବି ଉପସ୍ଥାପନ କରିଥିଲେ। ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ବିଭିନ୍ନ ଦାବି ଉଠାଇଥିଲେ।
ସମ୍ମୁଖରେ ବିଧାୟକ କଲିକେଶ ଓ ବିଜେଡି ନେତାଙ୍କ ଏହି ଦାବି ଉପସ୍ଥାପନ ଫର୍ମୁଲା ବୁଝିବାକୁ ଅଭିଜ୍ଞ କନକ ବର୍ଦ୍ଧନଙ୍କୁ ବେଶି ସମୟ ଲାଗି ନ ଥିଲା। ପରେ ଭାଷଣ ଦେବାକୁ ଆସି କନକ ବର୍ଦ୍ଧନ ୨୪ ବର୍ଷ କେଉଁଠି ଥିଲ ବୋଲି ପ୍ରଶ୍ନ କରିଥିଲେ। ବିଜେଡି ସରକାରରେ ଥିଲା ବେଳେ ଜିଲାର ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପ୍ରକଳ୍ପ କଥା ମନେ ପଡୁ ନ ଥିଲା କି ବୋଲି ପ୍ରଶ୍ନ କରିଥିଲେ । ଆଉ ପାଦେ ଆଗକୁ ବଢ଼ି କହିଥିଲେ, ମୋର ପାଟି ଖୋଲନାହିଁ, ପାଟି ଖୋଲିଦେଲେ ସମ୍ଭାଳି ପାରିବନି। ସେ ଆହୁରି କହିଥିଲେ, ସେ କାହାକୁ ଭୟ କରନ୍ତି ନାହିଁ। ତାଙ୍କ ନଁାରେ ଶୋଭାଯାତ୍ରା କରି ସ୍ଲୋଗାନ ଦେଲେ ମଧ୍ୟ ସେ ଦବି ଯିବା ଲୋକ ନୁହନ୍ତି। ଏଭଳି କହିବା ବେଳେ ସେଥିରୁ ମୃଦୁ ଧମକର ବାସ୍ନା ବାରି ହୋଇପଡ଼ିଥିଲା। ଲୋକେ କୁହାକୁହି ହୋଇଥିଲେ କନକଙ୍କ ଏଭଳି ଉଗ୍ର ରୂପ ପୂର୍ବରୁ କେବେ ଦେଖି ନ ଥିଲେ। ଏହା ହେଉଛି ଭାଇ-ଭାଇ ଓ ଭାଜପା-ବିଜେଡିର ଶୀତଳ ଯୁଦ୍ଧର ପ୍ରତିଫଳନ। ଦୁଇଦିନ ତଳେ ଜିଲାସ୍ତରୀୟ ଦିଶା ବୈଠକରେ ବିଜେଡି ଜନପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗ ଓ ଦାବି ଉଠାଇବା ବେଳେ ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ବିଜେଡି ସରକାର କଥା ଉଠାଇଥିଲେ। ଦୁଇ ପରିବାର ଭିତରେ ରାଜନୈତିକ କଳି ଦେଖାଦେଇଥିଲେ ହେଁ ସମ୍ପତ୍ତିଗତ କଳିକୁ ନେଇ ଟଣାଓଟରା ଚାଲିଥିବା ବିଷୟ ଲୋକେ ଟୁପୁରୁଟାପର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri