ରାଜ ପରିବାର: ଭାଇ-ଭାଇ ପତିଆରା କଳି

ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ ପ୍ରଭାବ କମିଥିବା ବେଳେ ଭାଜପା ନେତାଙ୍କ ପତିଆରା ବହୁ ଗୁଣରେ ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ବଲାଙ୍ଗୀର ରାଜ ପରିବାରରେ ରାଜନୈତିକ ଶୀତଳ ଯୁଦ୍ଧର ସ୍ଥିତି ସୃଷ୍ଟି କରିଛି।
ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ତାଙ୍କ କାକା ପୁଅ ଭାଇ ବିଜେଡି ନେତା ତଥା ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଭିତରେ ମୁହଁାମୁହିଁ ପରିସ୍ଥିତି ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଉଭୟେ ଉଭୟଙ୍କୁ ସଭାସମିତିରେ ଭାଇ ସମ୍ବୋଧନ କରି ସମ୍ମାନ ଦେଲା ଭଳି ଦେଖାଯାଉଥିଲେ ମଧ୍ୟ ଭାଷଣବାଜିରୁ ଭାଜପା-ବିଜେଡିର ପ୍ରତିନ୍ଦ୍ୱନ୍ଦ୍ୱୀ ମନୋଭାବ ଉକୁଟିି ଉଠୁଛି। କିଛି ଦିନ ତଳେ ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ‘ବଲାଙ୍ଗୀର ଦିନ୍‌’ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ଏବଂ ବିଧାୟକ କଲିକେଶ ନାରାୟଣ ଭାଷଣବାଜିରେ ମୁହଁାମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କଲିକେଶ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଦେଓଗଁା ଚିନି କଳ ପୁନଃ କାର୍ଯ୍ୟକ୍ଷମ, ଜଳାଶୟ ପୁନରୁଦ୍ଧାର, କୋଶଳ କଳାମଣ୍ଡଳରେ ବଡ଼ ଅଡିଟୋରିୟମ୍‌ ନିର୍ମାଣ ସହ ଲମ୍ବା ଦାବି ଉପସ୍ଥାପନ କରିଥିଲେ। ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ବିଭିନ୍ନ ଦାବି ଉଠାଇଥିଲେ।
ସମ୍ମୁଖରେ ବିଧାୟକ କଲିକେଶ ଓ ବିଜେଡି ନେତାଙ୍କ ଏହି ଦାବି ଉପସ୍ଥାପନ ଫର୍ମୁଲା ବୁଝିବାକୁ ଅଭିଜ୍ଞ କନକ ବର୍ଦ୍ଧନଙ୍କୁ ବେଶି ସମୟ ଲାଗି ନ ଥିଲା। ପରେ ଭାଷଣ ଦେବାକୁ ଆସି କନକ ବର୍ଦ୍ଧନ ୨୪ ବର୍ଷ କେଉଁଠି ଥିଲ ବୋଲି ପ୍ରଶ୍ନ କରିଥିଲେ। ବିଜେଡି ସରକାରରେ ଥିଲା ବେଳେ ଜିଲାର ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପ୍ରକଳ୍ପ କଥା ମନେ ପଡୁ ନ ଥିଲା କି ବୋଲି ପ୍ରଶ୍ନ କରିଥିଲେ । ଆଉ ପାଦେ ଆଗକୁ ବଢ଼ି କହିଥିଲେ, ମୋର ପାଟି ଖୋଲନାହିଁ, ପାଟି ଖୋଲିଦେଲେ ସମ୍ଭାଳି ପାରିବନି। ସେ ଆହୁରି କହିଥିଲେ, ସେ କାହାକୁ ଭୟ କରନ୍ତି ନାହିଁ। ତାଙ୍କ ନଁାରେ ଶୋଭାଯାତ୍ରା କରି ସ୍ଲୋଗାନ ଦେଲେ ମଧ୍ୟ ସେ ଦବି ଯିବା ଲୋକ ନୁହନ୍ତି। ଏଭଳି କହିବା ବେଳେ ସେଥିରୁ ମୃଦୁ ଧମକର ବାସ୍ନା ବାରି ହୋଇପଡ଼ିଥିଲା। ଲୋକେ କୁହାକୁହି ହୋଇଥିଲେ କନକଙ୍କ ଏଭଳି ଉଗ୍ର ରୂପ ପୂର୍ବରୁ କେବେ ଦେଖି ନ ଥିଲେ। ଏହା ହେଉଛି ଭାଇ-ଭାଇ ଓ ଭାଜପା-ବିଜେଡିର ଶୀତଳ ଯୁଦ୍ଧର ପ୍ରତିଫଳନ। ଦୁଇଦିନ ତଳେ ଜିଲାସ୍ତରୀୟ ଦିଶା ବୈଠକରେ ବିଜେଡି ଜନପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗ ଓ ଦାବି ଉଠାଇବା ବେଳେ ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ବିଜେଡି ସରକାର କଥା ଉଠାଇଥିଲେ। ଦୁଇ ପରିବାର ଭିତରେ ରାଜନୈତିକ କଳି ଦେଖାଦେଇଥିଲେ ହେଁ ସମ୍ପତ୍ତିଗତ କଳିକୁ ନେଇ ଟଣାଓଟରା ଚାଲିଥିବା ବିଷୟ ଲୋକେ ଟୁପୁରୁଟାପର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri