ଦିବ୍ୟାଙ୍ଗଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ତିହିଡ଼ି,୧୫ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗଦି ଆର୍‌ଆଇ(ରାଜସ୍ବ ନିରୀକ୍ଷକ) ଭାଗବତ ଖଟୁଆ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ଦିବ୍ୟାଙ୍ଗଙ୍କଠାରୁ ଗୁରୁବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ତିହିଡ଼ି ତହସିଲ ଅଧୀନ ଜାମଯୋଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଦିବ୍ୟାଙ୍ଗ ବିଜୟ ମଳିକ ତାଙ୍କ ଚାଷଜମିକୁ ଘରବାରି କିସମ କରିବା ପାଇଁ ଆର୍‌ଆଇ ଖଟୁଆଙ୍କୁ ଭେଟିଥିଲେ। ଏହି କାର୍ଯ୍ୟ ପାଇଁ ଆର୍‌ଆଇ ତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ାଇବା ସହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଜୟ ଏ ସମ୍ପର୍କରେ ଭଦ୍ରକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆର୍‌ଆଇ ବିଜୟଙ୍କଠାରୁ ଟଙ୍କା ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଡି. କେ. ନାୟକଙ୍କ ନେତୃତ୍ୱରେ ପୂର୍ବରୁ ପ୍ରସ୍ତୁତ ଥିବା ଟିମ୍‌ ତାଙ୍କୁ ଧରିଥିଲା। ଆର୍‌ଆଇଙ୍କୁ ତହସିଲ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା ପରେ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ 

ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍‌ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ସକ୍ରିୟ ଥିବା ୫ ମାଓବାଦୀ ରବିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ବି ରାଜୁ, ଦେବା...

ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ...

ମାଓବାଦୀଙ୍କ ବର୍ବରକାଣ୍ଡ: ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ରବିବାର ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ସୁକରା ୟାଲାମ। ବିଜାପୁରର ଲୋଦେଡ ଗ୍ରାମରେ ଏକ ଦମ୍ପତିଙ୍କୁ ଘରୁ...

ଟ୍ରଲର-ବାଇକ୍‌ ଧକ୍କା: ୨୦ ଘଣ୍ଟା ପରେ ରାସ୍ତାରୁ ଉଠିଲା ମୃତଦେହ

ତେନ୍ତୁଳିଖୁଣ୍ଟି, ୮।୧୨ (ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳ ଆଉଁଳିଗୁମ୍ମା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍‌...

ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ

ବ୍ରହ୍ମପୁର,୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ...

୨କୋଟିର ବ୍ରାଉନ୍‌ସୁଗାର ଜବତ: ବଡ଼ଭାଇ ଗିରଫ, ସାନଭାଇ ଚମ୍ପଟ

ବାଲେଶ୍ୱର,୮।୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ...

ଇନ୍‌ପୁଟ ସହାୟତା ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବ: ଆଇନ ମନ୍ତ୍ରୀ

ଖୋର୍ଦ୍ଧା,୮।୧୨(ପ୍ରଭାତ ପାଣିଗ୍ରାହୀ): ଚାଷୀଙ୍କ ଖାତାକୁ ଇନ୍‌ପୁଟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ଜିଲା ସୋହେଲାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri