Posted inଖେଳ

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗତଥରର ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫ୍ରାଞ୍ଚାଇଜ୍‌ ଏବେ ବିକ୍ରି ହୋଇଯାଇଛି। ଆଦିତ୍ୟ ବିର୍ଲା ଗ୍ରୁପ, ଦି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ, ବୋଲ୍ଟ ଭେଞ୍ଚର୍ସ ଏବଂ ବ୍ଲାକଷ୍ଟୋନ ମିଳିତ ଭାବେ ଏହି ଦଳକୁ କିଣିଛନ୍ତି। ଏହି ଚୁକ୍ତି ପରେ ଆରସିବି ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଦଳ ପାଲଟିଛି।

TOI ରିପୋର୍ଟ ଅନୁଯାୟୀ, ଆରସିବିକୁ ୧.୭୮ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧୬,୬୬୦ କୋଟି ଟଙ୍କାରେ କିଣାଯାଇଛି। ୟୁନାଇଟେଡ ସ୍ପିରିଟ୍ସ ଲିମିଟେଡ ଠାରୁ ଏହି ୧୦୦ ପ୍ରତିଶତ ଅଂଶଧନ କିଣାଯାଇଛି। ତେବେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଆର୍ଯ୍ୟମନ ବିକ୍ରମ ବିର୍ଲା ଆରସିବିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।

୨୦୦୮ରେ ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା, ୟୁନାଇଟେଡ ସ୍ପିରିଟ୍ସ ଏହାକୁ ମାତ୍ର ୧୧୧.୬ ମିଲିୟନ ଡଲାରରେ କିଣିଥିଲା। ଏବେ ଏହାର ମୂଲ୍ୟ ପ୍ରାୟ ୧୬ ଗୁଣ ବୃଦ୍ଧି ପାଇଛି। ଯଦିଓ ଏହି ଡିଲ ଚୂଡ଼ାନ୍ତ ହୋଇସାରିଛି, ତଥାପି ବିସିସିଆଇ (BCCI), ଆଇପିଏଲ ପରିଚାଳନା କମିଟି ଏବଂ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ରୁ ଆନୁଷ୍ଠାନିକ ମଞ୍ଜୁରୀ ମିଳିବା ବାକି ଅଛି। ଏହି ଚୁକ୍ତିରେ ଆରସିବିର ପୁରୁଷ ଏବଂ ମହିଳା ଉଭୟ ଦଳ ସାମିଲ ଅଛନ୍ତି। ଏନେଇ କୁମାର ମଙ୍ଗଳମ ବିର୍ଲା ବୟାନରେ କହିଛନ୍ତି ଯେ, “ଆଇପିଏଲ ଏବେ ଏକ ଗ୍ଲୋବାଲ ପାୱାରହାଉସ। ଆମେ ଆରସିବିର ଐତିହ୍ୟକୁ ଆହୁରି ଆଗକୁ ନେବା ପାଇଁ ପ୍ରତିବଦ୍ଧ।”

ସୂଚନାଯୋଗ୍ୟ, ଆରସିବି ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ମଧ୍ୟ ବିକ୍ରି ହୋଇସାରିଛି। ଆମେରିକୀୟ ବ୍ୟବସାୟୀ କଲ ସୋମାନୀ ପ୍ରାୟ ୧୫,୨୮୬ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri