Categories: ଖେଳ

ଆଇପିଏଲ ପୂର୍ବରୁ ନାଁ ବଦଳାଇଲା ଆରସିବି, ରଖିଲା ଏହି ନାଁ…

ନୂଆଦିଲ୍ଲୀ,୨୦।୩: ଆଇପିଏଲ ୨୦୨୪ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ସିଏସ୍‌କେ ଏବଂ ଆରସିବି ମଧ୍ୟରେ ଖେଳାଯିବ। ମଙ୍ଗଳବାର ଆରସିବି ଆନୁଷ୍ଠାନିକ ଭାବେ ନିଜ ନାଁ ବଦଳାଇ ଦେଇ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ରଖିଛି। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଥିଲା।

ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ନାଁ ଘୋଷଣା କରାଯିବା ସହିତ ନୂଆ ଲୋଗକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ, ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମହିଳା ଟିମ କ୍ୟାପଟେନ ସ୍ମୃତି ମନ୍ଧାନା ପ୍ରମୁଖ ଉପସ୍ଥିତ ଥିଲେ।

 

Share