ବୀମା ଟଙ୍କା ପାଇଁ ରାତି ୩ଟାରୁ ଧାଡ଼ି

ଝାରସୁଗୁଡ଼ା ଅଫିସ୍‌,୧୨।୭:ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକରେ ଥିବା ସମ୍ବଲପୁର ଜିଲା କେନ୍ଦ୍ରୀୟ ସମବାୟ (ଏସ୍‌ଡିସିସି) ବ୍ୟାଙ୍କରୁ ଫସଲ ବୀମା ଟଙ୍କା ପାଇବା ପାଇଁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କରେ ଗୋଟିଏ ମାତ୍ର କାଉଣ୍ଟର ଥିବାରୁ ଲୋକଙ୍କୁ ଟଙ୍କା ପ୍ରଦାନ କରିବାରେ ବିଳମ୍ବ ହେଉଛି। ଘଣ୍ଟା ଘଣ୍ଟା ଧରି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଉଛନ୍ତି। ସୋମବାର ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଶତାଧିକ ଚାଷୀ ଲମ୍ବାଧାଡ଼ି ଲାଗାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀମାନେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିବାବେଳେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି କେତେଜଣ ଦୀର୍ଘ ସମୟ ଧରି ଛିଡ଼ାହେବା ପରେ ନିଜର ହେଲ୍‌ମେଟ ଏବଂ ବ୍ୟାଗ୍‌ ଧାଡ଼ିରେ ରଖି ଛାଇର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଥିଲା। ଏଭଳି ସମସ୍ୟା ଗତ ସପ୍ତାହ ହେବ ଲାଗି ରହିଥିଲେ କୌଣସି ସମାଧାନ ନ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବର୍ଷା ଋତୁରେ ଚାଷୀମାନେ ନିଜର ଚାଷକାମ ଛାଡ଼ି ଫସଲବୀମା ରାଶି ଉଠାଇବା ପାଇଁ ବ୍ୟାଙ୍କକୁ ଆସୁଛନ୍ତି। ଫଳରେ ଚାଷୀଙ୍କ ଚାଷକାମ ବାଧାପ୍ରାପ୍ତ ହେବାରେ ଲାଗିଛି। ଲଇକେରା ବ୍ଲକରେ ଏକମାତ୍ର ଏସ୍‌ଡିସିସି ବ୍ୟାଙ୍କ ରହିଥିବାବେଳେ ଏହା ଉପରେ ଲଇକେରା, କିର୍ମିରା ଓ କୋଲାବିରା ବ୍ଲକର ୭ହଜାରରୁ ଊଦ୍ଧର୍‌ବ ଚାଷୀ ନିର୍ଭର କରନ୍ତି। ବୀମାରାଶି ଜମା, ଉଠାଣ ସାଙ୍ଗକୁ ଚାଷୀମାନେ ଋଣ ନେବା ଓ ପରିଶୋଧ କରିବା ଆଦି କାର୍ଯ୍ୟ କରିଥାନ୍ତି। ତେଣୁ ବ୍ୟାଙ୍କରେ ଭିଡ଼ ହେଉଥିବାରୁ ଟଙ୍କା ଉଠାଣ ପାଇଁ ଚାଷୀମାନଙ୍କୁ କ୍ରମିକ ନଂ. ଥିବା ଟୋକନ ଦିଆଯାଉଛି। ଚାଷୀମାନେ ନମ୍ବର ପାଇବା ଲାଗି ବାଧ୍ୟ ହୋଇ ରାତିରୁ ଆସି ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଏନେଇ ବ୍ୟାଙ୍କର ଶାଖା ପରିଚାଳକ ସେବାରାମ ପଣ୍ଡା କହିଛନ୍ତି, ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ରହୁଥିବା ଦେଖୁଛୁ। ୩ଟି ବ୍ଲକର ଚାଷୀଙ୍କ ପାଇଁ ଗୋଟିଏ ବ୍ୟାଙ୍କ ହୋଇଥିବାରୁ ଆଗୁଆ ଟଙ୍କା ଉଠାଣ ପାଇଁ ଚାଷୀମାନେ ଧାଡ଼ି ଲଗାଉଛନ୍ତି। ଏ ସମ୍ପର୍କରେ କୋଲାବିରା ବ୍ଲକ ଗୁଡ଼ିଗାଁର ଚାଷୀ ଝସକେତନ ପଟେଲ କହିଛନ୍ତି, ୩ଟି ବ୍ଲକ ପାଇଁ ୩ଟି ଶାଖା ବ୍ୟାଙ୍କ ରହିଲେ ଏଭଳି ଭିଡ଼ ହୁଅନ୍ତା ନାହିଁ। ଆଗୁଆ ଟଙ୍କା ଉଠାଇବା ପାଇଁ ଚାଷୀମାନେ ବ୍ୟାକୁଳ ହେଉଥିବାରୁ ଧାଡ଼ିରେ ଆସି ଛିଡ଼ା ହେଉଛନ୍ତି ବୋଲି ଝସକେତନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri