Posted inଜାତୀୟ

ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ

ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍‌ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଥିବା କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରୀ ବିମାନ ବ୍ୟବହାର କରିବାକୁ ଅନୁମତି ନ ମିଳିବାରୁ ବ୍ୟବସାୟିକ ଫ୍ଲାଇଟ୍‌ ଯୋଗେ ଉତ୍ତରାଖଣ୍ଡ ଯାଇଛନ୍ତି ଗଭର୍ନର।

ରିପୋର୍ଟ ଅନୁଯାୟୀ, ଅପରାହ୍ନ ୧୦ଟା ବେଳେ ସ୍ବତନ୍ତ୍ର ଫ୍ଲାଇଟ୍‌ ଯୋଗେ ଗଭର୍ନର ନିଜ ରାଜ୍ୟ ଉତ୍ତରାଖଣ୍ଡ ଗସ୍ତ କରିଥାନ୍ତେ। ଏଥି ପାଇଁ ବୁକ୍‌ କରାଯାଇଥିଲା ଏକ ସରକାରୀ ବିମାନ। କିନ୍ତୁ ଅନ୍ତିମ ସମୟ ପର୍ଯ୍ୟନ୍ତ ମିଳିଲା ନାହିଁ ସରକାରଙ୍କ ଅନୁମତି। ସାଧାରଣତଃ ଅନୁମତି ମିଳିବା ପର୍ଯ୍ୟନ୍ତ ରାଜ୍ୟର ମହାମହିମ ଅପେକ୍ଷା କରନ୍ତି ନାହିଁ। ସେ ବିମାନରେ ବସିବା ପରେ ଅନୁମତି ମିଳି ନ ଥିବା ଚାଳକ କହିଥିଲେ। ଏହାପରେ ଗଭର୍ନରଙ୍କ କାର୍ଯ୍ୟାଳୟ ତରଫରୁ ଡେରାଡୁନ ଲାଗି ଏକ ସିଟ୍‌ ବୁକ୍‌ କରାଯାଇଥିଲା। ଅପରାହ୍ନ ୧୨ଟା .୧୫ରେ ସେ ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲେ। ଗଭର୍ନରଙ୍କ ଏଭଳି ଅପମାନ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ଷମାପ୍ରାର୍ଥନା ଦାବି କରିଛି ବିରୋଧୀ ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri