ମଙ୍ଗଳ ମାଟିରେ ରୋଭର

ଓ୍ବାଶିଂଟନ୍‌, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ଯାନ ‘ପର୍ସିଭରେନ୍ସ ରୋଭର’ ଭାରତୀୟ ସମୟ ଗୁରୁବାର ରାତି ୨ଟା ୨୫ରେ ସଫଳତାର ସହ ଅବତରଣ କରିଛି। ଉକ୍ତ ଗ୍ରହରେ କେବେ ଜୀବନ ସୃଷ୍ଟି ହୋଇଛି କି ନା ସେ ବାବଦରେ ଏହି ୬ ଚକିଆ ରୋଭର ତଥ୍ୟ ସଂଗ୍ରହ କରିବ। ସେଠାରୁ ସଂଗୃହୀତ ମାଟି, ପଥର ନମୁନାରୁ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ସେପଟେ ଅବତରଣ ପରେ ରୋଭର ଦ୍ୱାରା ଉତ୍ତୋଳନ ହୋଇଥିବା ମଙ୍ଗଳ ପୃଷ୍ଠର ପ୍ରଥମ ଫଟୋ ନାସା ପକ୍ଷରୁ ପ୍ରକାଶ କରାଯାଇଛି।
ଗ୍ରହର ସବୁଠାରୁ ଦୁର୍ଗମ ସ୍ଥାନ କୁହାଯାଉଥିବା ଜେଜେରୋ କ୍ରେଟରରେ କୌଣସି ଯାନକୁ ସଫଳତାପୂର୍ବକ ଅବତରଣ କରାଇ ଇତିହାସ ରଚିଛି ନାସା। ଗଭୀର ଘାଟି ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେଠାରେ ରୋଭରକୁ ଅବତରଣ କରାଇବା ବେଶ୍‌ ଚ୍ୟାଲେଞ୍ଜିଂ ଥିଲା। ପୂର୍ବରୁ ଜେଜେରୋ କ୍ରେଟରରେ ନଦୀ ବହୁଥିବା ତଥ୍ୟ ଆଧାରରେ ମଙ୍ଗଳରେ ଜୀବନ ଥାଇପାରେ ବୋଲି ବିଶ୍ୱାସ କରାଯାଉଛି। ଯଦି ଏ ନେଇ ବୈଜ୍ଞାନିକଙ୍କ ହାତରେ ପ୍ରମାଣ ଲାଗେ ତେବେ ପୃଥିବୀବାସୀ ସେଠାରେ ବସବାସ କରିବା ସ୍ବପ୍ନ ସାକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ସବୁ ଦୃଷ୍ଟିରୁ ନାସା ପକ୍ଷରୁ ପଠାଯାଇଥିବା ଏହି ଯାନର ସଫଳ ଅବତରଣ ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା। ସେଠାରେ ଏହି ଯାନ ଉଡ଼ାଣ ଭରିବା ପରେ ମଙ୍ଗଳକୁ ସର୍ବାଧିକ ରୋଭର ପଠାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନାସାକୁ ଅଭିନନ୍ଦନ ଜଣାଇଛନ୍ତି। ବିଜ୍ଞାନର ଶକ୍ତି ଏବଂ ଆମେରିକାର ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କୌଣସି କଥା ଅସମ୍ଭବ ନୁହେଁ ବୋଲି ଏହା ପ୍ରମାଣ କରିଥିବା ବାଇଡେନ କହିଛନ୍ତି।

ନାସାର ନବମ ଅଭିଯାନ

୧୯୭୦ ଦଶକ ପରଠାରୁ ଏହା ନାସାର ନବମ ମଙ୍ଗଳ ଅଭିଯାନ। ପର୍ସିଭରେନ୍ସ ରୋଭର ଏହି ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପଠାଯାଇଥିବା ସବୁଠାରୁ ବଡ଼ ରୋଭର। ୧.୮ କେଜି ଓଜନ ବିଶିଷ୍ଟ ଏହି ଯାନର ଉଚ୍ଚତା ୦.୪୯ ମିଟର ହୋଇଥିବାବେଳେ ସେଥିରେ ୧.୨ ମିଟର ଦୀର୍ଘର ରୋବୋଟିକ୍‌ ଡେଣା ରହିଛି। ଏଥିରେ ୧୯ଟି କ୍ୟାମେରା ଓ ୨ଟି ମାଇକ୍ରୋଫୋନ ଖଞ୍ଜାଯାଇଛି। ଯାନରେ ଲାଗିଥିବା ସ୍ବତନ୍ତ୍ର ଯନ୍ତ୍ର ସେଠାରୁ ମାଟି ଓ ପଥର ନମୁନା ସଂଗ୍ରହ କରିବ। ୩୦ ଜୁଲାଇ ୨୦୨୦ରେ କେନେଡି ସ୍ପେସ୍‌ ସେଣ୍ଟରରୁ ରୋଭର ଏହାର ମଙ୍ଗଳ ଯାତ୍ରା ଆରମ୍ଭ କରିଥିଲା। ୬ ମାସରୁ ଅଧିକ ସମୟ ନେଇ ଏହା ଲୋହିତ ଗ୍ରହର ମାଟି ଛୁଇଁଛି। ରୋଭର ସେଠାରେ ଏକ-ମଙ୍ଗଳ ବର୍ଷ ପାଇଁ ରହିବ, ଯାହା ପୃଥିବୀରେ ୬୮୭ ଦିନ ସହ ସମାନ।
ନେତୃତ୍ୱ ନେଇଥିଲେ ସ୍ବାତୀ ମୋହନ

ପର୍ସିଭରେନ୍ସ ରୋଭର ଯେତେବେଳେ ମଙ୍ଗଳ ମାଟିରେ ପହଞ୍ଚିଥିଲା ସେତେବେଳେ ଖୁସିରେ ଆତ୍ମହରା ହୋଇ ନାସାର ନିୟନ୍ତ୍ରଣ କକ୍ଷରେ ‘ଟଚ୍‌ଡାଉନ କନଫର୍ମଡ୍‌’ (ସଫଳତାପୂର୍ବକ ଅବତରଣ କଲା) ବୋଲି ଚିତ୍କାର କରି କହିଥିଲେ ଜଣେ ମହିଳା ବୈଜ୍ଞାନିକ। ଏହି ସ୍ବର ଥିଲା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ଡ. ସ୍ବାତୀ ମୋହନଙ୍କର। ରୋଭରକୁ ଲୋହିତ ଗ୍ରହରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ବାତୀଙ୍କ ନେତୃତ୍ୱରେ ନାସାର ‘ମଙ୍ଗଳ ୨୦୨୦’ ମିଶନ ଆଗେଇଥିଲା। ଅଭିଯାନକୁ ନିୟନ୍ତ୍ରଣ କରିବା ସହ ସ୍ବାତୀ ଏହାର ମାର୍ଗଦର୍ଶିକା ମଧ୍ୟ ପାଲଟିଥିଲେ। ରୋଭର ଅବତରଣରେ ସେ ଫ୍ଲାଇଟ୍‌ କଣ୍ଟ୍ରୋଲର ଦାୟିତ୍ୱରେ ଥିଲେ। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପାର ହୋଇ ମାଟି ଛୁଇଁବା କ୍ଷଣି ଏ ବିଷୟରେ ସେ ପ୍ରଥମେ ଘୋଷଣା କରିଥିଲେ। ଭାରତରେ ଜନ୍ମ ନେଇଥିବା ସ୍ବାତୀ ମାତ୍ର ୧ ବର୍ଷର ହୋଇଥିବାବେଳେ ପରିବାର ସହ ଆମେରିକା ପଳାଇଥିଲେ। ପିଲାବେଳୁ ହିଁ ବିଜ୍ଞାନ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ୯ ବର୍ଷର ହୋଇଥିବାବେଳେ ଟିଭିରେ ‘ଷ୍ଟାର ଟ୍ରେକ୍‌’ ଶୋ ଦେଖିବା ପରେ ମହାକାଶ ବିଜ୍ଞାନ ପ୍ରତି ତାଙ୍କର ରୁଚି ବଢ଼ିଥିଲା ବୋଲି ସେ କହିଛନ୍ତି। ସେ କର୍ନେଲ ୟୁନିଭର୍ସିଟିରୁ ମେକାନିକାଲ ଓ ଏରୋସ୍ପେଶ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଏରୋନଟିକ୍ସ/ଆଷ୍ଟ୍ରୋନଟିକ୍ସରେ ମାସାଚ୍ୟୁଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିରେ ଏମ୍‌ଏସ୍‌ ଏବଂ ପିଏଚ୍‌ଡି ଡିଗ୍ରୀ ଧାରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri