ମଙ୍ଗଳ ମାଟିରେ ରୋଭର

ଓ୍ବାଶିଂଟନ୍‌, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ଯାନ ‘ପର୍ସିଭରେନ୍ସ ରୋଭର’ ଭାରତୀୟ ସମୟ ଗୁରୁବାର ରାତି ୨ଟା ୨୫ରେ ସଫଳତାର ସହ ଅବତରଣ କରିଛି। ଉକ୍ତ ଗ୍ରହରେ କେବେ ଜୀବନ ସୃଷ୍ଟି ହୋଇଛି କି ନା ସେ ବାବଦରେ ଏହି ୬ ଚକିଆ ରୋଭର ତଥ୍ୟ ସଂଗ୍ରହ କରିବ। ସେଠାରୁ ସଂଗୃହୀତ ମାଟି, ପଥର ନମୁନାରୁ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ସେପଟେ ଅବତରଣ ପରେ ରୋଭର ଦ୍ୱାରା ଉତ୍ତୋଳନ ହୋଇଥିବା ମଙ୍ଗଳ ପୃଷ୍ଠର ପ୍ରଥମ ଫଟୋ ନାସା ପକ୍ଷରୁ ପ୍ରକାଶ କରାଯାଇଛି।
ଗ୍ରହର ସବୁଠାରୁ ଦୁର୍ଗମ ସ୍ଥାନ କୁହାଯାଉଥିବା ଜେଜେରୋ କ୍ରେଟରରେ କୌଣସି ଯାନକୁ ସଫଳତାପୂର୍ବକ ଅବତରଣ କରାଇ ଇତିହାସ ରଚିଛି ନାସା। ଗଭୀର ଘାଟି ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେଠାରେ ରୋଭରକୁ ଅବତରଣ କରାଇବା ବେଶ୍‌ ଚ୍ୟାଲେଞ୍ଜିଂ ଥିଲା। ପୂର୍ବରୁ ଜେଜେରୋ କ୍ରେଟରରେ ନଦୀ ବହୁଥିବା ତଥ୍ୟ ଆଧାରରେ ମଙ୍ଗଳରେ ଜୀବନ ଥାଇପାରେ ବୋଲି ବିଶ୍ୱାସ କରାଯାଉଛି। ଯଦି ଏ ନେଇ ବୈଜ୍ଞାନିକଙ୍କ ହାତରେ ପ୍ରମାଣ ଲାଗେ ତେବେ ପୃଥିବୀବାସୀ ସେଠାରେ ବସବାସ କରିବା ସ୍ବପ୍ନ ସାକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ସବୁ ଦୃଷ୍ଟିରୁ ନାସା ପକ୍ଷରୁ ପଠାଯାଇଥିବା ଏହି ଯାନର ସଫଳ ଅବତରଣ ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା। ସେଠାରେ ଏହି ଯାନ ଉଡ଼ାଣ ଭରିବା ପରେ ମଙ୍ଗଳକୁ ସର୍ବାଧିକ ରୋଭର ପଠାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନାସାକୁ ଅଭିନନ୍ଦନ ଜଣାଇଛନ୍ତି। ବିଜ୍ଞାନର ଶକ୍ତି ଏବଂ ଆମେରିକାର ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କୌଣସି କଥା ଅସମ୍ଭବ ନୁହେଁ ବୋଲି ଏହା ପ୍ରମାଣ କରିଥିବା ବାଇଡେନ କହିଛନ୍ତି।

ନାସାର ନବମ ଅଭିଯାନ

୧୯୭୦ ଦଶକ ପରଠାରୁ ଏହା ନାସାର ନବମ ମଙ୍ଗଳ ଅଭିଯାନ। ପର୍ସିଭରେନ୍ସ ରୋଭର ଏହି ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପଠାଯାଇଥିବା ସବୁଠାରୁ ବଡ଼ ରୋଭର। ୧.୮ କେଜି ଓଜନ ବିଶିଷ୍ଟ ଏହି ଯାନର ଉଚ୍ଚତା ୦.୪୯ ମିଟର ହୋଇଥିବାବେଳେ ସେଥିରେ ୧.୨ ମିଟର ଦୀର୍ଘର ରୋବୋଟିକ୍‌ ଡେଣା ରହିଛି। ଏଥିରେ ୧୯ଟି କ୍ୟାମେରା ଓ ୨ଟି ମାଇକ୍ରୋଫୋନ ଖଞ୍ଜାଯାଇଛି। ଯାନରେ ଲାଗିଥିବା ସ୍ବତନ୍ତ୍ର ଯନ୍ତ୍ର ସେଠାରୁ ମାଟି ଓ ପଥର ନମୁନା ସଂଗ୍ରହ କରିବ। ୩୦ ଜୁଲାଇ ୨୦୨୦ରେ କେନେଡି ସ୍ପେସ୍‌ ସେଣ୍ଟରରୁ ରୋଭର ଏହାର ମଙ୍ଗଳ ଯାତ୍ରା ଆରମ୍ଭ କରିଥିଲା। ୬ ମାସରୁ ଅଧିକ ସମୟ ନେଇ ଏହା ଲୋହିତ ଗ୍ରହର ମାଟି ଛୁଇଁଛି। ରୋଭର ସେଠାରେ ଏକ-ମଙ୍ଗଳ ବର୍ଷ ପାଇଁ ରହିବ, ଯାହା ପୃଥିବୀରେ ୬୮୭ ଦିନ ସହ ସମାନ।
ନେତୃତ୍ୱ ନେଇଥିଲେ ସ୍ବାତୀ ମୋହନ

ପର୍ସିଭରେନ୍ସ ରୋଭର ଯେତେବେଳେ ମଙ୍ଗଳ ମାଟିରେ ପହଞ୍ଚିଥିଲା ସେତେବେଳେ ଖୁସିରେ ଆତ୍ମହରା ହୋଇ ନାସାର ନିୟନ୍ତ୍ରଣ କକ୍ଷରେ ‘ଟଚ୍‌ଡାଉନ କନଫର୍ମଡ୍‌’ (ସଫଳତାପୂର୍ବକ ଅବତରଣ କଲା) ବୋଲି ଚିତ୍କାର କରି କହିଥିଲେ ଜଣେ ମହିଳା ବୈଜ୍ଞାନିକ। ଏହି ସ୍ବର ଥିଲା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ଡ. ସ୍ବାତୀ ମୋହନଙ୍କର। ରୋଭରକୁ ଲୋହିତ ଗ୍ରହରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ବାତୀଙ୍କ ନେତୃତ୍ୱରେ ନାସାର ‘ମଙ୍ଗଳ ୨୦୨୦’ ମିଶନ ଆଗେଇଥିଲା। ଅଭିଯାନକୁ ନିୟନ୍ତ୍ରଣ କରିବା ସହ ସ୍ବାତୀ ଏହାର ମାର୍ଗଦର୍ଶିକା ମଧ୍ୟ ପାଲଟିଥିଲେ। ରୋଭର ଅବତରଣରେ ସେ ଫ୍ଲାଇଟ୍‌ କଣ୍ଟ୍ରୋଲର ଦାୟିତ୍ୱରେ ଥିଲେ। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପାର ହୋଇ ମାଟି ଛୁଇଁବା କ୍ଷଣି ଏ ବିଷୟରେ ସେ ପ୍ରଥମେ ଘୋଷଣା କରିଥିଲେ। ଭାରତରେ ଜନ୍ମ ନେଇଥିବା ସ୍ବାତୀ ମାତ୍ର ୧ ବର୍ଷର ହୋଇଥିବାବେଳେ ପରିବାର ସହ ଆମେରିକା ପଳାଇଥିଲେ। ପିଲାବେଳୁ ହିଁ ବିଜ୍ଞାନ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ୯ ବର୍ଷର ହୋଇଥିବାବେଳେ ଟିଭିରେ ‘ଷ୍ଟାର ଟ୍ରେକ୍‌’ ଶୋ ଦେଖିବା ପରେ ମହାକାଶ ବିଜ୍ଞାନ ପ୍ରତି ତାଙ୍କର ରୁଚି ବଢ଼ିଥିଲା ବୋଲି ସେ କହିଛନ୍ତି। ସେ କର୍ନେଲ ୟୁନିଭର୍ସିଟିରୁ ମେକାନିକାଲ ଓ ଏରୋସ୍ପେଶ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଏରୋନଟିକ୍ସ/ଆଷ୍ଟ୍ରୋନଟିକ୍ସରେ ମାସାଚ୍ୟୁଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିରେ ଏମ୍‌ଏସ୍‌ ଏବଂ ପିଏଚ୍‌ଡି ଡିଗ୍ରୀ ଧାରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri