ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ ସମ୍ଭାର ସୋମବାରଠାରୁ ରାଉରକେଲା ବଜାରରେ ଉପଲବ୍ଧ ହେବ। ଏପରିକି ରାଉରକେଲା ବଜାରରେ ବ୍ରାଣ୍ଡ୍‌ର ଅମୂଲ ଗୋଲ୍ଡ, ଅମୂଲ ଶକ୍ତି, ଅମୂଲ ତାଜା ଏବଂ ଅମୂଲ ଗାଈ କ୍ଷୀର ସହିତ ଅମୂଲ ମସ୍ତି ଦହି ପାଉଚ୍‌ ଏବଂ କପ୍‌ ସମେତ ମିଠା ଲସି ଓ ପ୍ରୋବାୟୋଟିକ ମସଲା ତଡକା, ଘୋଳ ଦହି ଆଦି ଉପଲବ୍ଧ।

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ ୧୭ରୁ ରାଉରକେଲା ବଜାରରେ ଅମୂଲର ସମସ୍ତ ପ୍ରକାରର ତାଜା କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ଉପଲବ୍ଧ ହେବ ବୋଲି ଫେଡେରେଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଅମୂଲ ଗୋଲ୍ଡର ପ୍ରତି ୫୦୦ମିଲି ପ୍ୟାକର ମୂଲ୍ୟ ୩୨ ଟଙ୍କା ଥିଲାବେଳେ ଅମୂଲ ତାଜାର ପ୍ରତି ୫୦୦ମିଲି ପ୍ୟାକ ମୂଲ୍ୟ ୨୬ ଟଙ୍କା ରହିଛି। ଏପରିକି ଅମୂଲ ଶକ୍ତିର ପ୍ରତି ୫୦୦ ମି.ଲି. ପ୍ୟାକର ମୂଲ୍ୟ ୨୮ ଟଙ୍କା ଥିଲାବେଳେ ଅମୂଲ୍‌ ଗାଈ କ୍ଷୀରର ପ୍ରତି ୫୦୦ ମି.ଲି. ପ୍ୟାକର ମୂଲ୍ୟ ୨୭ ଟଙ୍କା ରହିଛି।

ସେହିଭଳି ଅମୂଲ୍‌ ମସ୍ତି ଦହି ପାଉଚ୍‌ ଏବଂ କପ୍‌ ପ୍ୟାକରେ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ମୂଲ୍ୟ ପ୍ରତି ୨୦୦ଗ୍ରାମ୍‌ର ମୂଲ୍ୟ ୧୮ ଟଙ୍କା ଏବଂ ୪୦୦ ଗ୍ରାମ୍‌ର ମୂଲ୍ୟ ୩୪ ଟଙ୍କା ଥିଲାବେଳେ ୧କେଜିର ମୂଲ୍ୟ ୭୨ଟଙ୍କା ଓ ୨୦୦ ଗ୍ରାମ କପ୍‌ର ମୂଲ୍ୟ ୨୨ଟଙ୍କା ରହିଛି। ଏପରିକି ଅମୂଲ ମିଠା ଲସି ପ୍ରତି ୧୫୦ ମି.ଲି. ପାଉଚ୍‌ର ମୂଲ୍ୟ ୧୦ ଟଙ୍କା ରହିଥିଲାବେଳେ ଅମୂଲ ପ୍ରୋବାୟୋଟିକ ମସଲା ତଡକା ଘୋଳଦହି ପ୍ରତି ୨୭୦ ମି.ଲି. ପାଉଚ୍‌ର ମୂଲ୍ୟ ୧୦ ଟଙ୍କା ରହିଛି। ସେହିପରି ବଜାରର ଖୁଚୁରା ଦୋକାନ ପାଇଁ ମଧ୍ୟ ଅମୂଲର କ୍ଷୀର ପାଉଚ୍‌ (୫୦୦ ମି.ଲି.ପ୍ୟାକ) ଏବଂ ହୋଟେଲ, ରେଷ୍ଟୁରାଣ୍ଟ, ଚା ଦୋକାନ ପାଇଁ ୬ଲିଟର ଇକୋନୋମି ପ୍ୟାକ ମଧ୍ୟ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri