ଗୋଲାପ ଫୁଲ ବି ଆଣେ ସମୃଦ୍ଧି; ଜାଣନ୍ତୁ…

ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ଶୁଭ ହୋଇଥାଏ। ବିଶେଷକରି ନାଲିରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ। କୁହାଯାଏ, ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖିଆଙ୍କ ସାମାଜିକ ପ୍ରତିଷ୍ଠା କୁଆଡ଼େ ବଢ଼ିଥାଏ।

* ଜ୍ୟୋତିଷ ତଥା ଧର୍ମଶାସ୍ତ୍ରର ମତାନୁସାରେ, ଯଦି ପାରିବାରିକ ସମସ୍ୟା ଲାଗି ରହୁଥାଏ, ତା’ହେଲେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ନାଲି ଗୋଲାପ ଅର୍ପଣ କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

* ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ବାରମ୍ବାର ସମସ୍ୟା ଦେଖାଯାଉଥାଏ, ସେମାନେ କାଚ ବାଉଲ୍‌ରେ ପାଣି ସହିତ କିଛି ଗୋଲାପ ଫୁଲର ପାଖୁଡ଼ାକୁ ଭର୍ତ୍ତି କରି ରଖିବେ। ଆଉ ପ୍ରତିଦିନ ବାଉଲ୍‌ରେ ଥିବା ପାଣି ଓ ଗୋଲାପ ପାଖୁଡ଼ାକୁ ବଦଳାଉଥିବେ। ଏମିତି କିଛିଦିନ କଲେ ସମ୍ପର୍କରେ ନିବିଡ଼ତା ଆସୁଥିବାର ଲକ୍ଷ୍ୟ କରିପାରିବେ।

* ପ୍ରତିଦିନ ସନ୍ଧ୍ୟା ଦେବାବେଳେ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଲାପ ଫୁଲ ଅର୍ପଣ କଲେ ଅଥବା ଶୁକ୍ରବାର ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ାକୁ ପାନପତ୍ରରେ ରଖି ମାତା ଦୁର୍ଗାଙ୍କୁ ଅର୍ପଣ କଲେ ଘରେ କୁଆଡ଼େ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri