Categories: ଖେଳ

କରୋନାରୁ ଆରୋଗ୍ୟ ହେଲେ ରୋନାଲ୍‌ଡୋ

ତୁରିନ୍‌ (ଇଟାଲୀ):କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୯ ଦିନ ପରେ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାବ୍‌ ଟେଷ୍ଟରେ ତାଙ୍କର ନେଗେଟିଭ ଆସିଛି। ତାଙ୍କର ଆଉ ହୋମ୍‌ ଆଇସୋଲେଶନରେ ରହିବା ଆବଶ୍ୟକତା ନାହିଁ। ନିଜ ଦେଶ ପର୍ତ୍ତୁଗାଲ ତରଫରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିବା ପରେ ଛୁଟିରେ ଥିବାବେଳେ ପ୍ରଥମ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା। ଏହି କାରଣରୁ ସେ ତାଙ୍କ କ୍ଲବ ଜୁଭେଣ୍ଟସ ତରଫରୁ ତିନୋଟି ମ୍ୟାଚ ଖେଳିପାରି ନ ଥିଲେ। ସିରି ଏ’ରେ ସେ କ୍ରୋଟୋନେ ଓ ହେଲାସ ଭେରୋନା ଏବଂ ଚାମ୍ପିୟନ୍ସ ଲିଗ୍‌ରେ ବାର୍ସିଲୋନା ବିପକ୍ଷ ମ୍ୟାଚ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ୫ଥର ବାଲନ ଡି’ଅର ପୁରସ୍କାର ବିଜେତା ତୁରିନ୍‌ସ୍ଥିତ ନିଜ ବାସଭବନରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ରୋନାଲ୍‌ଡୋ ଜୁଭେଣ୍ଟରସର ସ୍ପେଜିଆଠାରେ ସିରି ଏ’ କିମ୍ବା ବୁଦାପେଷ୍ଟଠାରେ ଚାମ୍ପିୟନ୍ସ ଲିଗ୍‌ର ଏକ ମ୍ୟାଚରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି।

Share