Posted inଫୁରସତ

ପୁଷ୍ଟିକର ଖାଦ୍ୟରେ ଦୁଗ୍ଧର ଭୂମିକା

ଦୁଗ୍ଧ ହେଉଛି ବିଭିନ୍ନ ଖାଦ୍ୟ ମଧ୍ୟରେ ମନୁଷ୍ୟ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ପ୍ରକୃତିର ଶ୍ରେଷ୍ଠ ଦାନ। ଆମ ବିଶ୍ୱରେ ଏପରି ଏକ କୌଣସି ଖାଦ୍ୟ ନାହିଁ, ଯାହାକି ଦୁଗ୍ଧର ପରିପୂରକ ବା ସମକକ୍ଷ ହୋଇପାରିବ। ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କି ଆବାଳ ବୃଦ୍ଧବନିତା ଏବଂ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଅତ୍ୟନ୍ତ ପ୍ରିୟ ଖାଦ୍ୟ ଏବଂ ସଦାସର୍ବଦା ଖାଦ୍ୟୋପଯୋଗୀ ଓ ଗ୍ରହଣୀୟ।
୧୯୪୦ ମସିହାରେ ଭାରତୀୟ ଡେଏରୀ ଶିଳ୍ପର ଅଭ୍ୟୁଦୟ ଘଟିଲା। ଶ୍ୱେତ ବିପ୍ଳବରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବା ଯୋଗୁ ୧୯୯୮-୧୯୯୯ ମସିହାରେ ଆମ ଦେଶ ବିଶ୍ୱରେ ଦୁଗ୍ଧ ଉପତ୍ାଦନରେ ପ୍ରଥମ ସ୍ଥାନ ଅଧିକାର କରି ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିପାରିଛି। ଇଂ. ଭର୍ଗିସ୍‌ କ୍ୟୁରିଆନ୍‌ଙ୍କ ଜନ୍ମଦିବସରେ ଆମ ଦେଶରେ ପ୍ରତିବର୍ଷ ଜାତୀୟ ଦୁଗ୍ଧଦିବସ ପାଳିତ ହେଉଅଛି। ଆମ ଭାରତରେ ଦୁଗ୍ଧ ସମବାୟ ଆନ୍ଦୋଳନରେ ଆଜୀବନ ଉତ୍ସର୍ଗୀକୃତ ସେବାପାଇଁ ଶ୍ୱେତ ବିପ୍ଳବର ପିତାମହ ଭାବେ କ୍ୟୁରିଆନ୍‌ଙ୍କୁ ଆଖ୍ୟା ଦିଆଯାଇଛି। ଆମ ରାଜ୍ୟ ତଥା ଦେଶର ଦୁଗ୍ଧଚାଷୀଙ୍କ ଅନବରତ ଗୋସେବା ଓ ନିଷ୍ଠାପର ଉଦ୍ୟମ ଯୋଗୁ ଏହା କେବଳ ସମ୍ଭବ ହୋଇପାରିଛି। ଆମ ରାଜ୍ୟରେ ଦୁଗ୍ଧ ଉପତ୍ାଦନ ୨୦୧୦-୧୧ ବର୍ଷରେ ୧୬୭୦ ହଜାର ମେଟ୍ରିକ ଟନ୍‌ ହୋଇଥିବା ବେଳେ ଅଦ୍ୟାବଧି ଏହା ଆଶାତୀତ ଭାବେ ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ୨୪୭୬ ହଜାର ମେଟ୍ରିକ ଟନ୍‌କୁ ପହଞ୍ଚି ପାରିଛି ଏବଂ ଆମ ପଡୋଶୀ ରାଜ୍ୟକୁ ପଠାଯାଉଛି।
ଆମ ରାଜ୍ୟରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ, ସଂରକ୍ଷଣ ଓ ବିକ୍ରିବଟାର ସୁବିଧା ପାଇଁ ଓମ୍‌ଫେଡ୍‌ କାର୍ଯ୍ୟ କରୁଛି। ୧୯୮୦ ମସିହାରେ ରାଜ୍ୟ ସ୍ତରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉପତ୍ାଦକ ମହାସଂଘ ଗଠନ କରାଗଲା। ସର୍ବପ୍ରଥମେ କଟକ, ପୁରୀ, କେନ୍ଦୁଝର ଓ ଢେଙ୍କାନାଳ ଜିଲା ଦୁଗ୍ଧ ସଂଘକୁ ଅନ୍ତର୍ଭୁକ୍ତ କରାଯାଇ ଓମ୍‌ଫେଡ୍‌ ସ୍ଥାପନ କରାଯିବା ସହିତ ରାଜ୍ୟରେ ଦୁଗ୍ଧ ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ସଂଗଠିତ କରାଗଲା। ଦୁଗ୍ଧ ସଂଗ୍ରହ, ଶୀତଳୀକରଣ, ସଂରକ୍ଷଣ, ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତି ଏବଂ ବିକ୍ରିବଟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ ଓମ୍‌ଫେଡ୍‌ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଅଛି। ବର୍ତ୍ତମାନ ଓମ୍‌ଫେଡ୍‌ ଖାଉଟିମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ବଚ୍ଛ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଗୁଣବତ୍ତା ପ୍ରତି ସଦାସର୍ବଦା ଗୁରତ୍ୱ ଦେଇଆସିଛି।
ତେବେ ଆସନ୍ତୁ, ଦୁଗ୍ଧର ବହୁଗୁଣିତ ଉପକାର ନେଇ ଦୁଗ୍ଧକୁ ଉତ୍ତମ ପାନୀୟ ବା ଖାଦ୍ୟ ଭାବେ ବ୍ୟବହାର କରିବା ସହିତ ଆମର ଜୀବନକୁ ସୁସ୍ଥ ଓ ସରସ ସୁନ୍ଦର କରି ଗଢ଼ିତୋଳିବା।
-ଡା. ବୀରକିଶୋର ପରିଡ଼ା,
ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ)


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri