ଗୁରୁତ୍ୱପୂର୍ଣ୍ଣ ଚିକିତ୍ସକଙ୍କ ଭୂମିକା

ସମାଜରେ ଚିକିତ୍ସକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆୟୁର୍ବେଦର ଏକ ଶ୍ଳୋକ ଦର୍ଶାଏ-‘ରୋଗରେ ପଡ଼ିଲେ ମଣିଷ ମୃତ୍ୟୁମୁଖରେ ପଡିବାର ଆଶଙ୍କା ଥାଏ, ମାତ୍ର ମୂମୂର୍ଷୁକୁ ନିଜର ଉଦ୍ୟମ ଓ ଚିକିତ୍ସା ଦ୍ୱାରା ବଞ୍ଚାଇ ପାରୁଥିବା ଚିକିତ୍ସକ ହିଁ ସମାଜର ସର୍ବଶ୍ରେଷ୍ଠ ଅଟନ୍ତି।’
ରୋଗ ବିଭିନ୍ନ କାରଣରୁ ହୋଇଥାଏ। ତାକୁ ପ୍ରତିହତ ବା ପ୍ରତିଷେଧକ କରିବା ସବୁ ସମୟରେ ସମ୍ଭବ ହୋଇ ନ ଥାଏ, ଯଦିଓ ଏବେ ଏହା ଅନେକ ମାତ୍ରାରେ ଉପଲବ୍ଧ ହୋଇପାରିଛି। ‘କୋଭିଡ-୧୯’ ମହାମାରୀ ଏହାର ଜ୍ୱଳନ୍ତ ଉଦାହରଣ। ଜଣେ ବିଶିଷ୍ଟ ଚିକିତ୍ସକ-ବୈଜ୍ଞାନିକ କହିଥିଲେ-‘ଯଦି ପୃଥିବୀର ସବୁଯାକ ଔଷଧ(ଡ୍ରଗ୍ସ/ମେଡ଼ିସିନ୍‌) ସମୁଦ୍ରରେ ଫିଙ୍ଗି ଦିଆଯାଏ, ତେବେ ମଧ୍ୟ ଡାକ୍ତରମାନଙ୍କର ଗୁରୁତ୍ୱ କୌଣସି ମତେ ହ୍ରାସ ପାଇବ ନାହିଁ।
ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ‘ଜାତୀୟ ଚିକିତ୍ସକ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ ହେଉଛି – ‘ଆରୋଗ୍ୟ ପ୍ରଦାନ କରୁଥିବା ହାତ ତଥା ଡାକ୍ତରମାନଙ୍କର ମହାନତା ଓ ସହନଶୀଳତାର ଜୟଗାନ କରିବା। ଏହି ଦିନ ହେଉଛି ଭାରତ ରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଦିବସ ଏବଂ ତିରୋଧାନ ଦିବସ ମଧ୍ୟ। ସେ ଏକ ବିଦ୍ୱାନ୍‌ ଓ ବିଚକ୍ଷଣ ଚିକିତ୍ସକ ଥିଲେ। ରୋଗୀଟିକୁ ଦେଖିଲା ମାତ୍ରେ ରୋଗ ନିର୍ଣ୍ଣୟ କରିପାରୁଥିଲେ।
ଡାକ୍ତରମାନଙ୍କର ସାଧାରଣତଃ ଛୁଟି ବା ବିରାମ ନ ଥାଏ। ରୋଗୀର ଦୁଃଖ ଓ ଯନ୍ତ୍ରଣା ସମୟରେ ସେମାନଙ୍କ ପାଖରେ ପହଞ୍ଚତ୍ଥାଏ, କେମିତି ଶୀଘ୍ର ଆରୋଗ୍ୟ ଲାଭ କରିବ ସେଥିଲାଗି ଅତ୍ୟନ୍ତ ବ୍ୟଗ୍ର ଥାଏ-ସେ ବିଷୟରେ କ’ଣ କେହି ତାକୁ ମନା କରିପାରିବ ? ରୋଗୀ ଚିକିତ୍ସା ଓ ଶିକ୍ଷା ପ୍ରଦାନ ହେଉଛି ଦୁଇଟି କଠିନ କାର୍ଯ୍ୟ। ଡାକ୍ତରମାନଙ୍କ ପାଇଁ ରୋଗୀ ରହୁଥିବା ଓ୍ବାର୍ଡ ଲାବରେଟୋରି ଓ ରୋଗୀ ହେଉଛି ଚିକିତ୍ସା ପୁସ୍ତକ। ଯେଉଁମାନେ ରୋଗୀ ଦେଖିବା, ପରୀକ୍ଷା କରିବା ଓ ଅନୁଧ୍ୟାନ କରିବା ତଥା ଚିକିତ୍ସାରେ ଯେତେ ସମୟ ବ୍ୟୟ କରିଥାଆନ୍ତି ସେମାନେ ସେତିକି ସଫଳ ଚିକିତ୍ସକ ହୋଇପାରନ୍ତି। ଆମ ଦେଶରେ ପ୍ରାଚୀନ କାଳରେ ଅନେକ ବିଖ୍ୟାତ ଚିକିତ୍ସକ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରମୁଖ ଚାରି ଜଣଙ୍କ ବିଷୟରେ କିଞ୍ଚତ୍ତ ସୂଚନା।
ଆତ୍ରେୟ : ଖ୍ରୀପୂ ୮୦୦ ରେ ସେ ଜଣେ ବିଖ୍ୟାତ ଚିକିତ୍ସକ ଥିଲେ। ‘ଆତ୍ରେୟ ସଂହିତା’ର ସେ ଆୟୁର୍ବେଦରେ ପ୍ରାରମ୍ଭ କରିଛନ୍ତି। ତାଙ୍କର ଚିକିତ୍ସା ବିଜ୍ଞାନସମ୍ମତ ଥିଲା ବୋଲି ଜଣାଯାଏ। ଶୁଶ୍ରୁତ : ଖ୍ରୀପୂ ୬୦୦ରେ ସେ ଥିଲେ ଜଣେ ବିଖ୍ୟାତ ଶଲ୍ୟ ଚିକିତ୍ସକ। ପ୍ଲାଷ୍ଟିକ ସର୍ଜନ ଓ କାଟାରାକ୍ଟ (ଚକ୍ଷୁ)ର ଏହି ଶଲ୍ୟ ଚିକିତ୍ସକ ଶୁଶ୍ରୁତ ସଂହିତାର ପ୍ରଣୟନକର୍ତ୍ତା।
ଚରକ : ଖ୍ରୀପୂ ୩୦୦ର ସେ ହେଉଛନ୍ତି ଜଣେ ବିଖ୍ୟାତ ଚିକିତ୍ସକ। ‘ଚରକ ସଂହିତା’ ହେଉଛି ତାଙ୍କର ଅନ୍ୟତମ କୃତି। ବାଣ ଭଟ୍ଟ : ଖ୍ରୀପୂ ୬୦୦ର ସେ ଥିଲେ ବିଖ୍ୟାତ ଚିକିତ୍ସକ ଏବଂ ହୃଦ୍‌ରୋଗ ବିଶେଷଜ୍ଞ। ସେ ‘ଅଷ୍ଟାଦଶ ହୃଦୟ’ ରଚନା କରିଥିଲେ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର, ମୋ : ୯୪୩୯୯୯୧୨୦୧


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri