କରୋନା ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢାଇଲେ ରୋହିତ

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ବିଶ୍ୱବାସୀ ଲଢି ଚାଲିଛନ୍ତି। କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସମସ୍ତେ ଯେମିତି ଅଣ୍ଟା ଭିଡିଛନ୍ତି। ଏହି ସମୟରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ଆଡୁ ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ଏହି ଆଗଧାଡିର ଯୋଦ୍ଧାଙ୍କ ପାଇଁ ଏଥର ସହଯୋଗର ହାତ ବଢାଇଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟି। ତେବେ ଖାକି ପୋଷାକ ପିନ୍ଧା କରୋନା ଯୋଦ୍ଧାଙ୍କ ପାଇଁ ମୁମ୍ବାଇରେ ୧୧ଟି ହୋଟେଲର ବ୍ୟବସ୍ଥା କରିଛନ୍ତି ରୋହିତ। ଏକଥା ସେ ଯଦିଓ କହି ନାହାନ୍ତି କିନ୍ତୁ ମୁମ୍ବାଇ ପୋଲିସ କମିଶନର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ କାର୍ଯ୍ୟରତ ପୋଲିସଙ୍କ ପାଇଁ ରୋହିତ ୮ଟି ହୋଟେଲ ଯୋଗାଇ ଦେଇଥିଲେ।

Share