Posted inଖେଳ

ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍‌-ଉପଅଧିନାୟକଙ୍କ ସହ…’

ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍‌ ମଇଦାନରେ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳରେ ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଉଛି। ହେଲେ ଏବେ ଏହି ମାମଲାରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି।

ଗାଭାସ୍କର ‘ଆଜ୍‌ତକ୍‌’କୁ କହିଛନ୍ତି ଯେ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ। ତାଙ୍କୁ ଖେଳିବା ଉଚିତ। ସେ କେଉଁ କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ସେ କ’ଣ ଚାହୁଁଛନ୍ତି ଏହାକୁ ନେଇ କୋଚ୍‌ ଗୌତମ ଗମ୍ଭୀର, ମ୍ୟାନେଜମେଣ୍ଟ ଏବଂ ଉପଅଧିନାୟକଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

ତେବେ ଅନ୍ତିମ ଟେଷ୍‌ଟ ଭାରତୀୟ ସମୟାନୁସାରେ ସକାଳ ୫ଟାରେ ଆରମ୍ଭ ହେବ। ଟସ୍‌ ୪.୩୦ରେ ପଡ଼ିବ। ହେଲେ ରୋହିତଙ୍କ ବଦଳରେ ଜସପ୍ରିତ ବୁମ୍‌ରା ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଗାଭାସ୍କରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

ଗାଭାସ୍କର କହିଛନ୍ତି, ସିଡନୀ ମୁକାବିଲା ବେଶ ନିର୍ଣ୍ଣାୟକ ରହିବ। ଭାରତୀୟ କ୍ରିକେଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଫାଇନାଲକୁ ଆସିବା ଲାଗି ଛୋଟ ସୁଯୋଗ ରହିଛି। ଏଥିଲାଗି ମୋତେ ଲାଗୁ ରୋହିତ ଏହି ମ୍ୟାଚ୍‌ ଖେଳିବେ।

ସେହିଭଳି ରାତାରାତି ପରିବର୍ତ୍ତନ ହୋଇଯିବ କି ପ୍ରଶ୍ନରେ ଗାଭାସ୍କର କହିଛନ୍ତି, ଦେଖନ୍ତୁ, ଯିଏ ବରିଷ୍ଠ ଖେଳାଳି ଅଛନ୍ତି, ଉପଅଧିନାୟକ ଏବଂ କୋଚ୍‌ ଅଛନ୍ତି ତାଙ୍କ ସହ ବସି କଥା ହେବି। ସେ କ’ଣ ଚାହୁଁଛନ୍ତି ପଚାରିବି। ଯଦି ଅନୁଭବ ଏବଂ ଦାୟିତ୍ୱ ବିଷୟରେ ପଡେ ତେବେ ରୋହିତଙ୍କୁ ଖେଳାଇବାକୁ ହେବ। ବ୍ୟକ୍ତିଗତ ଫର୍ମ ଗୁରୁତ୍ୱ ରଖେନା। ମୋଟାମୋଟି ଯୋଗଦାନ କିଭଳି ତାହା ଦେଖିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri