Categories: ଖେଳ

ଟେଷ୍ଟରେ ଖସିଲେ କୋହଲି, ରୋହିତ

ଦୁବାଇ,୩୦।୩: ଆଇସିସି ଟେଷ୍ଟ ବ୍ୟାଟରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତା ତଳକୁ ଖସିଛି। ଦୁଇ ବ୍ୟାଟର ଗୋଟିଏ ଲେଖାଏ ର଼୍ୟାଙ୍କ ତଳକୁ ଖସି ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନରେ ରହିଥିବା ଦର୍ଶାଇଛି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ।

ରୋହିତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅବନତି ସତ୍ତ୍ୱେ ସେ ଏବେ ବି ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ତାଙ୍କ ପାଖରେ ୭୫୪ ରେଟିଂ ପଏଣ୍ଟ ରହିଥିବା ବେଳେ ୧୦ମ ସ୍ଥାନରେ ଥିବା କୋହଲିଙ୍କ ପାଖରେ ୭୪୨ ରେଟିଂ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଟପ୍‌ରେ ଅଛନ୍ତି। ସାଥି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବୋଲିଂ ତାଲିକାରେ ଅଶ୍ୱିନ ଏବଂ ଅଗ୍ରଣୀ ପେସର ଯଶପ୍ରୀତ ବୁମରା ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି।

Share