Posted inଖେଳ

ଆଇସିସି ଟିମ୍‌ ଅଫ୍‌ ଦି ଓ୍ବାଲର୍‌ଡକପ୍‌ର ଅଧିନାୟକ ହେଲେ ରୋହିତ ଶର୍ମା

ଦୁବାଇ, ୨୧ା୧୧: ବିଶ୍ୱକପ୍‌ ଶେଷ ହେବାପରେ ଘୋଷଣା କରାଯାଇଥିବା ଆଇସିସି ଟିମ୍‌ ଅଫ୍‌ ଦି ଓ୍ବାଲର୍‌ଡକପ୍‌ର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମନୋନୀତ କରାଯାଇଛି। ଦଳରେ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିରାଟ କୋହଲିଙ୍କ ସମେତ ୬ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଭୟଶୂନ୍ୟ ବ୍ୟାଟିଂ କରି ୧୧ଟି ମ୍ୟାଚରେ ୫୪.୨୭ ଆଭରେଜରେ ଗୋଟିଏ ଶତକ ୩ ଅର୍ଦ୍ଧଶତକ ସହ ମୋଟ ୫୯୭ ରନ ସଂଗ୍ରହ କରିଛନ୍ତି। ଏଥିସହ ସେ ଟୁର୍ନାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ କୋହଲି ଗୋଟିଏ ବିଶ୍ୱକପ୍‌ ସଂସ୍କରଣରେ ୭୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇ ପାରିଛନ୍ତି। ସେ ୩ ଶତକ ଓ ୨ ଅର୍ଦ୍ଧଶତକ ସହ ୭୬୫ ରନ ସଂଗ୍ରହ କରିଥିଲେ।

ଟୁର୍ନାମେଣ୍ଟର ସେମିଫାଇନାଲରେ କୋହଲି ତାଙ୍କ ୫୦ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ଚାମ୍ପିୟନ ହୋଇ ପାରି ନ ଥିଲେ ମଧ୍ୟ କ୍ରମାଗତ ରେକର୍ଡ ୧୦ ବିଜୟ ସହ ଭାରତ ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳ ବିବେଚିତ ହୋଇଥିଲା। ଟୁର୍ନାମେଣ୍ଟରେ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ସହ ୭୫.୩୩ ଷ୍ଟ୍ରାଇକରେଟ୍‌ରେ ୪୫୨ ରନ କରିଥିବା ଉଇକେଟକିପର-ବ୍ୟାଟର ଉପ ଅଧିନାୟକ କେଏଲ୍‌ ରାହୁଲ ବିଶ୍ୱକପ୍‌ରେ ୮ମ ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଥିଲେ। ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ତାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ ଖେଳି ନ ଥିବା ମହମ୍ମଦ ଶାମି ୭ଟି ମ୍ୟାଚରେ ୧୨.୨୦ ଆଭରେଜରେ ୨୪ ଉଇକେଟ ଅକ୍ତିଆର କରିଥିଲେ। କ୍ରିକେଟ ବିଶ୍ୱକପ୍‌ରେ ତାଙ୍କର ମୋଟ ଉଇକେଟ ସଂଖ୍ୟା ୫୫ରେ ପହଞ୍ଚି ପାରିଛି। ପୁରୁଷ ଖେଳ ଇତିହାସରେ ମାତ୍ର ୪ଜଣ ତାଙ୍କଠାରୁ ଅଧିକ ଉଇକେଟ ଅକ୍ତିଆର କରିପାରିଛନ୍ତି। ସେମାନେ ହେଲେ ଲସିଥ ମାଲିଙ୍ଗା (୫୬), ମିଚେଲ ଷ୍ଟାର୍କ (୬୫), ମୁଥୟା ମୁରଲୀଧରନ (୬୮) ଓ ଗ୍ଲେନ ମ୍ୟାକ୍‌ ଗ୍ରା (୭୧) ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଓ୍ବେବ୍‌ ସାଇଟ୍‌ରେ ଏହା ପ୍ରକାଶ ପାଇଛି।

ଭାରତର ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ୨୦୨୩ ବିଶ୍ୱକପ୍‌ର ୪ର୍ଥ ସଫଳ ବୋଲର ବିବେଚିତ ହୋଇଛନ୍ତି। ସେ ୧୧ଟି ମ୍ୟାଚରେ ୧୮.୬୫ ଆଭରେଜରେ ୨୦ ଉଇକେଟ ନେଇଛନ୍ତି। ଗୋଟିଏ ମ୍ୟାଚରେ ତାଙ୍କର ଇକୋନୋମି ରେଟ୍‌ ୪.୦୬ ରହିଥିଲା। ତାଙ୍କୁ ମଧ୍ୟ ଆଇସିସି ଏକାଦଶରେ ସ୍ଥାନ ମିଳିଛି। ଦଳରେ ଅଲରାଉଣ୍ଡର ଖେଳାଳି ହିସାବରେ ଅଷ୍ଟ୍ରେଲିଆର ଭେଟେରାନ ଗ୍ଲେନ ମାକ୍ସଓ୍ବେଲଙ୍କ ସହ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି। ଭାରତର ସ୍ପିନ ବୋଲିଂ ଅଲରାଉଣ୍ଡର ଟୁର୍ନାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିବା ସହ ମିଡଲ ଓଭରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ। ପ୍ରତିଯୋଗିତାରେ ଯେଉଁ ଦୁଇ ଜଣ ଓପନର ୪ ଶତକ ହାସଲ କରିଛନ୍ତି ତନ୍ମଧ୍ୟରେ ଏହି ବିଶ୍ୱକପ୍‌ ସହ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଥିବା ଦକ୍ଷିଣ ଆଫ୍ରିକାର ଉଇକେଟକିପର-ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ଅନ୍ୟତମ। ତାଙ୍କୁ ଆଇସିସି ଦଳରେ ଅନ୍ୟତମ ଓପନର ଭାବେ ନିଆଯାଇଛି। ଦଳର ୪ ନମ୍ବର ସ୍ଥାନ ନ୍ୟୁଜିଲାଣ୍ଡର ଡେରିଲ ମିଚେଲଙ୍କୁ ମିଳିଛି। ନ୍ୟୁଜିଲାଣ୍ଡର ସେ ଜଣେ ମାତ୍ର ବ୍ୟାଟର ଯିଏକି ଭାରତୀୟ ବୋଲରମାନଙ୍କ ବିପକ୍ଷରେ ପ୍ରଭାବୀ ରହିଥିଲେ। ଦୁଇ ଦଳ ଥରେ ଲିଗ୍‌ ପର୍ଯ୍ୟାୟରେ ଏବଂ ଥରେ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ସେ ୧୦ଟି ମ୍ୟାଚ ଖେଳି ୫୫୨ ରନ ସଂଗ୍ରହ କରିଥିଲେ। ସେ ୨ ଶତକ ଏବଂ ସମାନ ସଂଖ୍ୟକ ଅର୍ଦ୍ଧଶତକ ସହ ଟୁର୍ନାମେଣ୍ଟରେ ୫ମ ସର୍ବାଧିକ ରନ ସଂଗ୍ରହକାରୀ ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର କେବଳ ଜଣେ ଖେଳାଳି ଦିଲ୍‌ସାନ ମଦୁଶାନକାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ସେ ୯ଟି ମ୍ୟାଚରେ ୨୧ ଉଇକେଟ ନେଇ ପ୍ରତିଯୋଗିତାର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ଆଇସିସି ଦଳରେ ଏକମାତ୍ର ସ୍ପେଶାଲିଷ୍ଟ ସ୍ପିନ ବୋଲର ଭାବେ ସ୍ଥାନ ପାଇଛନ୍ତି ବିଜେତା ଅଷ୍ଟ୍ରେଲିଆର ଆଡାମ ଜାମ୍ପା। ସେ ୧୧ ମ୍ୟାଚରେ ୨୩ ଉଇକେଟ ଅକ୍ତିଆର କରି ଦ୍ୱିତୀୟ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଜିଙ୍କୁ ଦ୍ୱାଦଶ ଖେଳାଳି କରାଯାଇଛି।
ଆଇସିସି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ବିରାଟ କୋହଲି, ଡେରିଲ ମିଚେଲ, କେଏଲ୍‌ ରାହୁଲ (ଉଇକେଟକିପର), ଗ୍ଲେନ ମାକ୍ସଓ୍ବେଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି, ଆଡାମ ଜାମ୍ପା, ଦିଲଶାନ ମଦୁଶାନକା। ଦ୍ୱାଦଶ ଖେଳାଳି: ଜେରାଲ୍ଡ କୋଜି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri