Posted inଖେଳ

ଆଇସିସି ଟିମ୍‌ ଅଫ୍‌ ଦି ଓ୍ବାଲର୍‌ଡକପ୍‌ର ଅଧିନାୟକ ହେଲେ ରୋହିତ ଶର୍ମା

ଦୁବାଇ, ୨୧ା୧୧: ବିଶ୍ୱକପ୍‌ ଶେଷ ହେବାପରେ ଘୋଷଣା କରାଯାଇଥିବା ଆଇସିସି ଟିମ୍‌ ଅଫ୍‌ ଦି ଓ୍ବାଲର୍‌ଡକପ୍‌ର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମନୋନୀତ କରାଯାଇଛି। ଦଳରେ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିରାଟ କୋହଲିଙ୍କ ସମେତ ୬ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଭୟଶୂନ୍ୟ ବ୍ୟାଟିଂ କରି ୧୧ଟି ମ୍ୟାଚରେ ୫୪.୨୭ ଆଭରେଜରେ ଗୋଟିଏ ଶତକ ୩ ଅର୍ଦ୍ଧଶତକ ସହ ମୋଟ ୫୯୭ ରନ ସଂଗ୍ରହ କରିଛନ୍ତି। ଏଥିସହ ସେ ଟୁର୍ନାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ କୋହଲି ଗୋଟିଏ ବିଶ୍ୱକପ୍‌ ସଂସ୍କରଣରେ ୭୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇ ପାରିଛନ୍ତି। ସେ ୩ ଶତକ ଓ ୨ ଅର୍ଦ୍ଧଶତକ ସହ ୭୬୫ ରନ ସଂଗ୍ରହ କରିଥିଲେ।

ଟୁର୍ନାମେଣ୍ଟର ସେମିଫାଇନାଲରେ କୋହଲି ତାଙ୍କ ୫୦ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ଚାମ୍ପିୟନ ହୋଇ ପାରି ନ ଥିଲେ ମଧ୍ୟ କ୍ରମାଗତ ରେକର୍ଡ ୧୦ ବିଜୟ ସହ ଭାରତ ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳ ବିବେଚିତ ହୋଇଥିଲା। ଟୁର୍ନାମେଣ୍ଟରେ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ସହ ୭୫.୩୩ ଷ୍ଟ୍ରାଇକରେଟ୍‌ରେ ୪୫୨ ରନ କରିଥିବା ଉଇକେଟକିପର-ବ୍ୟାଟର ଉପ ଅଧିନାୟକ କେଏଲ୍‌ ରାହୁଲ ବିଶ୍ୱକପ୍‌ରେ ୮ମ ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଥିଲେ। ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ତାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ ଖେଳି ନ ଥିବା ମହମ୍ମଦ ଶାମି ୭ଟି ମ୍ୟାଚରେ ୧୨.୨୦ ଆଭରେଜରେ ୨୪ ଉଇକେଟ ଅକ୍ତିଆର କରିଥିଲେ। କ୍ରିକେଟ ବିଶ୍ୱକପ୍‌ରେ ତାଙ୍କର ମୋଟ ଉଇକେଟ ସଂଖ୍ୟା ୫୫ରେ ପହଞ୍ଚି ପାରିଛି। ପୁରୁଷ ଖେଳ ଇତିହାସରେ ମାତ୍ର ୪ଜଣ ତାଙ୍କଠାରୁ ଅଧିକ ଉଇକେଟ ଅକ୍ତିଆର କରିପାରିଛନ୍ତି। ସେମାନେ ହେଲେ ଲସିଥ ମାଲିଙ୍ଗା (୫୬), ମିଚେଲ ଷ୍ଟାର୍କ (୬୫), ମୁଥୟା ମୁରଲୀଧରନ (୬୮) ଓ ଗ୍ଲେନ ମ୍ୟାକ୍‌ ଗ୍ରା (୭୧) ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଓ୍ବେବ୍‌ ସାଇଟ୍‌ରେ ଏହା ପ୍ରକାଶ ପାଇଛି।

ଭାରତର ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ୨୦୨୩ ବିଶ୍ୱକପ୍‌ର ୪ର୍ଥ ସଫଳ ବୋଲର ବିବେଚିତ ହୋଇଛନ୍ତି। ସେ ୧୧ଟି ମ୍ୟାଚରେ ୧୮.୬୫ ଆଭରେଜରେ ୨୦ ଉଇକେଟ ନେଇଛନ୍ତି। ଗୋଟିଏ ମ୍ୟାଚରେ ତାଙ୍କର ଇକୋନୋମି ରେଟ୍‌ ୪.୦୬ ରହିଥିଲା। ତାଙ୍କୁ ମଧ୍ୟ ଆଇସିସି ଏକାଦଶରେ ସ୍ଥାନ ମିଳିଛି। ଦଳରେ ଅଲରାଉଣ୍ଡର ଖେଳାଳି ହିସାବରେ ଅଷ୍ଟ୍ରେଲିଆର ଭେଟେରାନ ଗ୍ଲେନ ମାକ୍ସଓ୍ବେଲଙ୍କ ସହ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି। ଭାରତର ସ୍ପିନ ବୋଲିଂ ଅଲରାଉଣ୍ଡର ଟୁର୍ନାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିବା ସହ ମିଡଲ ଓଭରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ। ପ୍ରତିଯୋଗିତାରେ ଯେଉଁ ଦୁଇ ଜଣ ଓପନର ୪ ଶତକ ହାସଲ କରିଛନ୍ତି ତନ୍ମଧ୍ୟରେ ଏହି ବିଶ୍ୱକପ୍‌ ସହ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଥିବା ଦକ୍ଷିଣ ଆଫ୍ରିକାର ଉଇକେଟକିପର-ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ଅନ୍ୟତମ। ତାଙ୍କୁ ଆଇସିସି ଦଳରେ ଅନ୍ୟତମ ଓପନର ଭାବେ ନିଆଯାଇଛି। ଦଳର ୪ ନମ୍ବର ସ୍ଥାନ ନ୍ୟୁଜିଲାଣ୍ଡର ଡେରିଲ ମିଚେଲଙ୍କୁ ମିଳିଛି। ନ୍ୟୁଜିଲାଣ୍ଡର ସେ ଜଣେ ମାତ୍ର ବ୍ୟାଟର ଯିଏକି ଭାରତୀୟ ବୋଲରମାନଙ୍କ ବିପକ୍ଷରେ ପ୍ରଭାବୀ ରହିଥିଲେ। ଦୁଇ ଦଳ ଥରେ ଲିଗ୍‌ ପର୍ଯ୍ୟାୟରେ ଏବଂ ଥରେ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ସେ ୧୦ଟି ମ୍ୟାଚ ଖେଳି ୫୫୨ ରନ ସଂଗ୍ରହ କରିଥିଲେ। ସେ ୨ ଶତକ ଏବଂ ସମାନ ସଂଖ୍ୟକ ଅର୍ଦ୍ଧଶତକ ସହ ଟୁର୍ନାମେଣ୍ଟରେ ୫ମ ସର୍ବାଧିକ ରନ ସଂଗ୍ରହକାରୀ ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର କେବଳ ଜଣେ ଖେଳାଳି ଦିଲ୍‌ସାନ ମଦୁଶାନକାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ସେ ୯ଟି ମ୍ୟାଚରେ ୨୧ ଉଇକେଟ ନେଇ ପ୍ରତିଯୋଗିତାର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ଆଇସିସି ଦଳରେ ଏକମାତ୍ର ସ୍ପେଶାଲିଷ୍ଟ ସ୍ପିନ ବୋଲର ଭାବେ ସ୍ଥାନ ପାଇଛନ୍ତି ବିଜେତା ଅଷ୍ଟ୍ରେଲିଆର ଆଡାମ ଜାମ୍ପା। ସେ ୧୧ ମ୍ୟାଚରେ ୨୩ ଉଇକେଟ ଅକ୍ତିଆର କରି ଦ୍ୱିତୀୟ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଜିଙ୍କୁ ଦ୍ୱାଦଶ ଖେଳାଳି କରାଯାଇଛି।
ଆଇସିସି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ବିରାଟ କୋହଲି, ଡେରିଲ ମିଚେଲ, କେଏଲ୍‌ ରାହୁଲ (ଉଇକେଟକିପର), ଗ୍ଲେନ ମାକ୍ସଓ୍ବେଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି, ଆଡାମ ଜାମ୍ପା, ଦିଲଶାନ ମଦୁଶାନକା। ଦ୍ୱାଦଶ ଖେଳାଳି: ଜେରାଲ୍ଡ କୋଜି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri