Posted inଖେଳ

ରିତିକାଙ୍କ ସହ ପ୍ରଥମ ସାକ୍ଷାତବେଳେ ରୋହିତ ଶର୍ମାଙ୍କୁ ମିଳିଥିଲା ଚେତାବନୀ: ଜାଣନ୍ତୁ କିଏ ଦେଇଥିଲେ

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି। ରୋହିତ ଏବଂ ରିତିକା ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଛନ୍ତି। ରୋହିତ ଅନେକ ଥର କହିଛନ୍ତି ଯେ, ରିତିକା ତାଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି, କିନ୍ତୁ ସେମାନଙ୍କର ପ୍ରଥମ ସାକ୍ଷାତର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ରୋହିତ ଏକ ୟୁଟ୍ୟୁବ ଶୋ’ରେ ଏ ବିଷୟରେ କହିଥିଲେ। ସେ କହିଥିଲେ ଯେ, ରିତିକା ସବୁବେଳେ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ଛିଡା ହୋଇଥିଲେ ଏବଂ ଦୁହେଁ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ।
ରିତିକାଙ୍କ ସହ ପ୍ରଥମ ସାକ୍ଷାତରେ ତାଙ୍କୁ ଏକ ଚେତାବନୀ ମିଳିଥିଲା। ଚେତାବନୀ ଦେଇଥିଲେ ଭାରତର କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂ। ଯୁବରାଜ ରିତିକାଙ୍କୁ ଭଉଣୀ ବୋଲି ଭାବନ୍ତି ଏବଂ ସେ ମଧ୍ୟ ତାଙ୍କ ହାତରେ ରାଖୀ ବାନ୍ଧନ୍ତି। ରୋହିତ ଏବଂ ରିତିକା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ, ସେତେବେଳେ ଯୁବରାଜ, ରୋହିତ ଏବଂ ଇରଫାନ ପଠାନଙ୍କ ଏକ ବିଜ୍ଞାପନ ଶୁଟିଂ ଚାଲିଥିଲା। ଏହି ସମୟରେ ରୋହିତ ରିତିକାଙ୍କ ଆଡକୁ ଅନାଇବା ମାତ୍ରେ ଯୁବରାଜ ତାଙ୍କୁ କହିଥିଲେ – ତାଙ୍କ ଆଡକୁ ଦେଖ ନାହିଁ, ସେ ମୋର ଭଉଣୀ। ରିତିକା ସ୍ପୋଟର୍‌ସ ମ୍ୟାନେଜର୍‌ ଭାବରେ କାମ କରୁ୍‌ଥିବାରୁ ସେଠାରେ ଉପସ୍ଥିତ ଥିଲେ। ଏହା ଉପରେ ରୋହିତ ମଧ୍ୟ ଯୁବରାଜଙ୍କୁ କହିଥିଲେ, ଭାଇ ମୁଁ ତୁମକୁ ଭେଟିବାକୁ ଆସିଛି । ତେବେ ଶୁଟିଂ ପରେ ରିତିକା ରୋହିତଙ୍କ ନିକଟକୁ ଯାଇ କହିଥିଲେ – ଯଦି କୌଣସି ଅସୁବିଧା ଅଛି, ତେବେ ଆପଣ ମୋତେ କହିପାରିବେ। ପରେ, ଦୁହେଁ ବନ୍ଧୁ ଆଉ ତା’ପରେ ପ୍ରେମିକ ହୋଇଗଲେ। ୨୦୧୫ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଦେବଗଡ଼ ବନ୍ଧ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri