Posted inଖେଳ

ରିତିକାଙ୍କ ସହ ପ୍ରଥମ ସାକ୍ଷାତବେଳେ ରୋହିତ ଶର୍ମାଙ୍କୁ ମିଳିଥିଲା ଚେତାବନୀ: ଜାଣନ୍ତୁ କିଏ ଦେଇଥିଲେ

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି। ରୋହିତ ଏବଂ ରିତିକା ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଛନ୍ତି। ରୋହିତ ଅନେକ ଥର କହିଛନ୍ତି ଯେ, ରିତିକା ତାଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି, କିନ୍ତୁ ସେମାନଙ୍କର ପ୍ରଥମ ସାକ୍ଷାତର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ରୋହିତ ଏକ ୟୁଟ୍ୟୁବ ଶୋ’ରେ ଏ ବିଷୟରେ କହିଥିଲେ। ସେ କହିଥିଲେ ଯେ, ରିତିକା ସବୁବେଳେ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ଛିଡା ହୋଇଥିଲେ ଏବଂ ଦୁହେଁ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ।
ରିତିକାଙ୍କ ସହ ପ୍ରଥମ ସାକ୍ଷାତରେ ତାଙ୍କୁ ଏକ ଚେତାବନୀ ମିଳିଥିଲା। ଚେତାବନୀ ଦେଇଥିଲେ ଭାରତର କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂ। ଯୁବରାଜ ରିତିକାଙ୍କୁ ଭଉଣୀ ବୋଲି ଭାବନ୍ତି ଏବଂ ସେ ମଧ୍ୟ ତାଙ୍କ ହାତରେ ରାଖୀ ବାନ୍ଧନ୍ତି। ରୋହିତ ଏବଂ ରିତିକା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ, ସେତେବେଳେ ଯୁବରାଜ, ରୋହିତ ଏବଂ ଇରଫାନ ପଠାନଙ୍କ ଏକ ବିଜ୍ଞାପନ ଶୁଟିଂ ଚାଲିଥିଲା। ଏହି ସମୟରେ ରୋହିତ ରିତିକାଙ୍କ ଆଡକୁ ଅନାଇବା ମାତ୍ରେ ଯୁବରାଜ ତାଙ୍କୁ କହିଥିଲେ – ତାଙ୍କ ଆଡକୁ ଦେଖ ନାହିଁ, ସେ ମୋର ଭଉଣୀ। ରିତିକା ସ୍ପୋଟର୍‌ସ ମ୍ୟାନେଜର୍‌ ଭାବରେ କାମ କରୁ୍‌ଥିବାରୁ ସେଠାରେ ଉପସ୍ଥିତ ଥିଲେ। ଏହା ଉପରେ ରୋହିତ ମଧ୍ୟ ଯୁବରାଜଙ୍କୁ କହିଥିଲେ, ଭାଇ ମୁଁ ତୁମକୁ ଭେଟିବାକୁ ଆସିଛି । ତେବେ ଶୁଟିଂ ପରେ ରିତିକା ରୋହିତଙ୍କ ନିକଟକୁ ଯାଇ କହିଥିଲେ – ଯଦି କୌଣସି ଅସୁବିଧା ଅଛି, ତେବେ ଆପଣ ମୋତେ କହିପାରିବେ। ପରେ, ଦୁହେଁ ବନ୍ଧୁ ଆଉ ତା’ପରେ ପ୍ରେମିକ ହୋଇଗଲେ। ୨୦୧୫ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri