Posted inଖେଳ

ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାକୁ ଥିବା ବେଳେ ସେଥିରେ ରୋହିତ ଯାଉ ନାହାନ୍ତି ବୋଲି ବିସିସିଆଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ରୋହିତ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ସେ ଭାରତରେ ରହିବେ। ନଭେମ୍ବର ତୃତୀୟ ସପ୍ତାହରେ ରୋହିତଙ୍କ ପତ୍ନୀ ରୀତିକା ସନ୍ତାନ ଜନ୍ମ ଦେବେ ବୋଲି ଜଣାପଡିଛି। ଆଲୋଚନା ହେଉଥିଲା କି ରୋହିତ ଟିମ୍ ସହିତ ଯାତ୍ରା କରିପାରନ୍ତି, କିନ୍ତୁ ସେ ଯାଉ ନଥିବା ସ୍ପଷ୍ଟ ହୋଇଛି।

ଯେହେତୁ ରୋହିତ ଟିମ୍ ସହିତ ଯାତ୍ରା କରୁ ନାହାନ୍ତି, ତେଣୁ ପ୍ରଥମ ଟେଷ୍ଟରେ ତାଙ୍କର ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ନଭେମ୍ବର ୨୨ ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳିବ। ଏହି ମ୍ୟାଚ୍ ସିରିଜର ଭାଗ୍ୟ ନିର୍ଦ୍ଧାରଣ କରିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ହାରିବା ପରେ ଭାରତ ଏବେ ପ୍ରବଳ ଚାପରେ ରହିଛି। ଏପରିକି ଗୋଟିଏ ପରାଜୟ ମଧ୍ୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାରୁ ଦୁରେଇ ରଖିବ। ସୂଚନା ଅନୁସାରେ ରୋହିତ ବିସିସିଆଇର ୬ ଘଣ୍ଟିଆ ବୈଠକରେ ଯୋଗ ଦେଇଥିଲେ। ଯାହା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତିନୋଟି ଯାକ ମ୍ୟାଚ୍ ହାରିବା ପରେ ବିସିସିଆଇ ଡକାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri