Posted inଖେଳ

ସନ୍ନ୍ୟାସ ନେଇ ପ୍ରଶ୍ନ କରିବାରୁ ରାଗରେ ନିଆଁବାଣ ହୋଇଗଲେ ରୋହିତ ଶର୍ମା, ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଏହି ଦୁଇ ଖେଳାଳି କିଛି ସମୟ ଧରି ଖରାପ ଫର୍ମରେ ଅଛନ୍ତି, ଯାହାକୁ ନେଇ ରୋହିତଙ୍କ ଭବିଷ୍ୟତ ଉପରେ ଲଗାତାର ପ୍ରଶ୍ନ ଉଠାଯାଉଛି। ନାଗପୁର ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ରୋହିତଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ଭବିଷ୍ୟତ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏଥିରେ ରୋହିତ ରାଗି ଯାଇଥିବା ଦେଖାଯାଇଛି।

ଖବରଦାତା ସମ୍ମିଳନୀରେ ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ଭବିଷ୍ୟତ ବିଷୟରେ କଥା ହେବାକୁ ମନା କରିଦେଇଥିଲେ। ଯେତେବେଳେ ୩ ଦିନିକିଆ ଏବଂ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବାକୁ ଯାଉଛି, ସେତେବେଳେ ମୋର ଭବିଷ୍ୟତ ଯୋଜନା ବିଷୟରେ କହିବା କେତେ ଉପଯୁକ୍ତ?’ ମୋ ଭବିଷ୍ୟତ ବିଷୟରେ ଅନେକ ବର୍ଷ ଧରି ଖବର ପ୍ରକାଶ ପାଉଛି ଏବଂ ମୁଁ ସେହି ଖବରଗୁଡ଼ିକ ଉପରେ ସ୍ପଷ୍ଟୀକରଣ ଦେବାକୁ ଏଠାରେ ନାହିଁ। ମୋ ପାଇଁ ୩ ମ୍ୟାଚ୍‌ ଏବଂ ଚାମ୍ପିଅନ୍ସ ଟ୍ରଫି ବହୁତ ଗୁରୁତ୍ୱପୂର୍ଣ୍ଣ। ମୋର ଧ୍ୟାନ ଏହି ମ୍ୟାଚ୍‌ ଗୁଡ଼ିକ ଉପରେ ଏବଂ ଏହା ପରେ କ’ଣ ହେବ ମୁଁ ଦେଖିବି ବୋଲି ରୋହିତ କହିଛନ୍ତି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ରୋହିତଙ୍କୁ ଚାମ୍ପିଅନ୍ସ ଟ୍ରଫି ପରେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କହିବାକୁ କହିଛି। ଅପରପକ୍ଷେ ରୋହିତ ବର୍ତ୍ତମାନ ଆଗାମୀ ମ୍ୟାଚ୍‌ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ରୋହିତ କହିଛନ୍ତି, ଏହା ଏକ ଭିନ୍ନ ଫର୍ମାଟ, ଏକ ଭିନ୍ନ ସମୟ।’ କ୍ରିକେଟର ଭାବରେ ଉତ୍ଥାନ ପତନ ଲାଗି ରହିବ ଏବଂ ମୁଁ ମୋ କ୍ୟାରିୟରରେ ଅନେକଥର ଏହାର ସମ୍ମୁଖୀନ ହୋଇଛି। ଏହା ମୋ ପାଇଁ କିଛି ନୂଆ ନୁହେଁ। ଆମେ ଜାଣୁ ଯେ ପ୍ରତ୍ୟେକ ଦିନ ଏକ ନୂତନ ଦିନ, ପ୍ରତ୍ୟେକ ସିରିଜ୍‌ ଏକ ନୂତନ ସିରିଜ୍‌। ମୁଁ ଚ୍ୟାଲେଞ୍ଜକୁ ଅପେକ୍ଷା କରିଛି । ଏଣୁ ଅତୀତରେ କ’ଣ ଘଟିଛି ତାହା ଉପରେ ଧ୍ୟାନ ଦେଉନାହିଁ। ମୋ ପାଖରେ ପଛକୁ ଚାହିଁବାର କୌଣସି କାରଣ ନାହିଁ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୁଁ ପରବର୍ତ୍ତୀ ସମୟରେ କ’ଣ ଘଟିବ ଏବଂ ମୋ ପାଇଁ ପରବର୍ତ୍ତୀ ସମୟରେ କ’ଣ ହେବ ତାହା ଉପରେ ଧ୍ୟାନ ଦେବି। ମୁଁ ଏହି ସିରିଜକୁ ଏକ ଭିନ୍ନ ଜୋସ୍‌ରେ ଆରମ୍ଭ କରିବାକୁ ଚେଷ୍ଟା କରିବି ବୋଲି ରୋହିତ କହିଛନ୍ତି।

କେବଳ ଏତିକି ନୁହେଁ ରୋହିତ ଖବରଦାତା ସମ୍ମିଳନୀରେ ଉଇକେଟକିପରଙ୍କ ବିଷୟରେ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। କାରଣ କେଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି। ଏପରି ପରିସ୍ଥିତିରେ ପ୍ଲେଇଂ ୧୧ରେ କାହାକୁ ସାମିଲ କରାଯିବ ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି। ଏନେଇ ରୋହିତ କହିଛନ୍ତି, କେଏଲ୍‌ ରାହୁଲ ଗତ କିଛି ବର୍ଷ ଧରି ODI ଫର୍ମାଟ୍‌ରେ ଆମ ପାଇଁ ଉଇକେଟକିପିଂ କରୁଛନ୍ତି ଏବଂ ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।’ ଯଦି ଆପଣ ଗତ ୧୦-୧୫ ଦିନିକିଆକୁ ଦେଖନ୍ତି, ତେବେ ସେ ଦଳ ତାଙ୍କଠାରୁ ଯାହା ଆଶା କରୁଥିଲା ତାହା କରିଛନ୍ତି। ରିଷଭ ମଧ୍ୟ ଉପସ୍ଥିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯେକୌଣସି ଜଣଙ୍କୁ ଖେଳାଇବାର ବିକଳ୍ପ ଆମ ପାଖରେ ଅଛି। ଉଭୟଙ୍କ ପାଖରେ ନିଜ ଦମ୍‌ରେ ମ୍ୟାଚ୍‌ ଜିତାଇବାର କ୍ଷମତା ଅଛି। ରାହୁଲ ଏବଂ ରିଷଭଙ୍କ ମଧ୍ୟରେ କାହାକୁ ଖେଳିବେ ତାହା ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହେବ। କିନ୍ତୁ ପୂର୍ବ ପ୍ରଦର୍ଶନକୁ ଦେଖିଲେ, ଆମ ପାଇଁ ସ୍ଥିରତା ବଜାୟ ରଖିବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri