Posted inଖେଳ

ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଲେ ରୋହିତ ଶର୍ମା

ନାଗପୁର,୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। କଙ୍ଗାରୁ ଦଳ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସ୍ପିନରଙ୍କୁ ନେଇ ଭୟ ରହିଛି। ଏହି କାରଣରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ମାନେ ବେଙ୍ଗାଲୁରୁରେ ଅଭ୍ୟାସ ଅଧିବେଶନରେ ସ୍ପିନ ବୋଲରଙ୍କ ବିପକ୍ଷରେ ଅଧିକ ଅଭ୍ୟାସ କରିଥିଲେ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲୀୟ ଗଣମାଧ୍ୟମ ଆଉ ଏକ ପାଦ ଆଗକୁ ଯାଇ ନାଗପୁର ପିଚ୍‌କୁ ଟାମ୍ପରିଂ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। କିଛି ଅଷ୍ଟ୍ରେଲୀୟ ସାମ୍ବାଦିକ ତଥା ପୂର୍ବତନ କ୍ରିକେଟର ଅନୁଭବ କରୁଛନ୍ତି ଯେ ଭାରତ ଭିନ୍ନ ଭିନ୍ନ ପିଚ ପ୍ରସ୍ତୁତ କରୁଛି।
ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ଭାରତ ଅଧିନାୟକ ରୋହିତ ଶର୍ମାଙ୍କୁ ପଚରାଯିବାରୁ ସେ ଅଷ୍ଟ୍ରେଲିଆକୁ ଦୃଢ ଜବାବ ଦେଇଛନ୍ତି। ରୋହିତ କହିଛନ୍ତି ଯେ ପିଚ ନୁହେଁ, ମ୍ୟାଚ ଉପରେ ଧ୍ୟାନ ଦିଆଯିବା ଉଚିତ୍‌। ପଡ଼ିଆରେ ଖେଳୁଥିବା ସମସ୍ତ ୨୨ ଖେଳାଳି ସବୁପ୍ରକାର ପଅରିସ୍ଥିତିରେ ଖେଳିବାକୁ ସକ୍ଷମ। ନାଗପୁର ପିଚ୍‌ ସ୍ପିନରମାନଙ୍କୁ ସାହାଯ୍ୟ କରିବ। ଯୋଜନା ଏବଂ ପଦ୍ଧତି ରହିବା ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କର ପଦ୍ଧତି ଅଲଗା। ତେଣୁ ସମସ୍ତେ ପରିସ୍ଥିତି ଅନୁଯାୟୀ ଖେଳିବେ। ଭାରତୀୟ ଦଳ ୨୦୦୮ ପରେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଶେଷ ଥର ପାଇଁ ଟିମ ଇଣ୍ଡିଆ ଏହି ଗ୍ରାଉଣ୍ଡରେ କଙ୍ଗାରୁ ଦଳକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri