Categories: ଖେଳ

ସଚିନ ତେନ୍ଦୁଲକରଙ୍କ ଖାସ୍‌ ବିଶ୍ୱ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରୋହିତ

ନୂଆଦିଲ୍ଲୀ,୨୯।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ। ଭାରତୀୟ ଅଧିନାୟକ ଏହି ବିଶ୍ୱକପ୍‌ ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ତାଙ୍କ ନାମରେ ଏକ ଖାସ୍‌ ବିଶ୍ୱକପ ରେକର୍ଡ ନିଜ ନାଁରେ କରିପାରନ୍ତି। ଏହି ବିଶ୍ୱକପ୍‌ରେ ରୋହିତ ଶର୍ମା ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ହୋଇପାରନ୍ତି।

ରୋହିତ ଶର୍ମା ଏ ପର୍ଯ୍ୟନ୍ତ ବିଶ୍ୱକପ୍‌ରେ ୬ଟି ଶତକ ହାସଲ କରିଛନ୍ତି। ଦିନିକିଆ ବିଶ୍ୱକପ୍‌ରେ ସଚିନ ତେନ୍ଦୁଲକର ମଧ୍ୟ ୬ ଶତକ ହାସଲ କରିଥିଲେ। ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମା ମିଳିତ ଭାବେ ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ଶତକ ହାସଲ କରିଛନ୍ତି। ତେବେ ଏହି ବିଶ୍ୱକପ୍‌ରେ ଏକ ଶତକ ସ୍କୋର କରି ରୋହିତ ଶର୍ମା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି।

Share