Posted inଖେଳ

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯ ଜଣ କ୍ରୀଡା ବ୍ୟକ୍ତିତ୍ୱଙ୍କ ନାମ ରହିଛି । ଏଥିରେ ୨୦୨୪ ମସିହାରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ବିଜୟୀ କରାଇଥିବା ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ୨୦୨୫ ମସିହାରେ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ମଧ୍ୟ ସାମିଲ ଅଛନ୍ତି । କ୍ରିକେଟର୍ ରୋହିତ ଶର୍ମା ଓ ହରମନପ୍ରିତ୍ କୌରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ସମ୍ମାନ ପାଇଁ ମନୋନୀତ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ପୁରୁଷ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବଂ ବର୍ତ୍ତମାନର ଭାରତୀୟ ମହିଳା କ୍ରିକେଟ ଅଧିନାୟକ ହରମନପ୍ରୀତ କୌରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ରୋହିତ ଶର୍ମାଙ୍କୁ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ଅଧିନାୟକ ଭାବରେ ତାଙ୍କର ରେକର୍ଡ ମଧ୍ୟ ପ୍ରଭାବଶାଳୀ ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଟିମ୍ ଇଣ୍ଡିଆ କେବଳ ୨୦୨୪ ଟି- ୨୦ ବିଶ୍ୱକପ୍ ଜିତିନଥିଲା ବରଂ ୨୦୨୫ ରେ ICC ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା।

ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟରେ ICC ଟ୍ରଫି ଜିତିଥିବା ପ୍ରଥମ ଅଧିନାୟକ । ଏହି ଦୁଇଜଣଙ୍କ ବ୍ୟତୀତ ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳି ପ୍ରବୀଣ କୁମାରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି । କହିରଖୁଛୁ କି, ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ମେଟା ପଢୁଛି ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍, ପୂର୍ବତନ କର୍ମଚାରୀ କଲେ ଖୁଲାସା

ନୂଆଦିଲ୍ଲୀ, ୨୫ା୧: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି।…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧(ସୁନିଲ କୁମାର ମହାନ୍ତି) : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର…

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri