Posted inଖେଳ

ଅଲୋଡା ରେକର୍ଡ ହାସଲ କଲେ ରୋହିତ ଶର୍ମା: ପ୍ରଥମ ଅଧିନାୟକ ଭାବେ…

ଦୁବାଇ,୪।୩:ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପୁଣି ଥରେ ଟସ ହାରିଯାଇଛନ୍ତି। ଏହିପରି ରୋହିତ ଶର୍ମା ଦିନିକିଆ ଫର୍ମାଟରେ କ୍ରମାଗତ ୧୪ତମ ଥର ପାଇଁ ଟସ ହାରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହାଠାରୁ ଅଧିକ ଥର ଲଗାତାର ଟସ ହାରି ନାହାଁନ୍ତି।

ରୋହିତ ଶର୍ମାଙ୍କ ପରେ, ସର୍ବାଧିକ କ୍ରମାଗତ ଟସ ହାରିଥିବା ଅଧିନାୟକଙ୍କ ତାଲିକାରେ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବ୍ରାଏନ ଲାରା ଲଗାତାର ୧୨ଟି ଦିନିକିଆ ମ୍ୟାଚରେ ଟସ ହାରିଥିଲେ। ରୋହିତ ଶର୍ମା ଏବଂ ବ୍ରାଏନ ଲାରାଙ୍କ ପରେ, ନେଦରଲ୍ୟାଣ୍ଡର ପିଟର ବୋରେନ ତୃତୀୟ ସ୍ଥାନରେ ଅଛନ୍ତି। ପିଟର ବୋରେନ ଲଗାତାର ୧୧ଟି ମ୍ୟାଚରେ ଟସ ହାରିଥିଲେ।

ଆଜି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳକୁ ଫାଇନାଲରେ ପହଞ୍ଚିବା ପାଇଁ ରନ ପିଛା କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଖେଳାଯିବ। ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ଏହା ପରେ ଟୁର୍ଦାମେଣ୍ଟର ଫାଇନାଲ ୯ ମାର୍ଚ୍ଚରେ ଖେଳାଯିବ। ଯଦି ଭାରତୀୟ ଦଳ ଫାଇନାଲ ଖେଳେ, ତେବେ ଟାଇଟଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଯଦି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଫାଇନାଲ ପହଞ୍ଚିବାରେ ବିଫଳ ହୁଏ, ତେବେ ଫାଇନାଲ ଲାହୋରରେ ଖେଳାଯିବ।

ଚାମ୍ପିଅନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଭାରତର ପ୍ରଦର୍ଶନ ଭଲ ରହିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଥିଲା। ଏବେ ଭାରତୀୟ ଦଳ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ବାଂଲାଦେଶକୁ ଅଡୁଆରେ ପକାଇଲା ICC, ବିସିବି ପାଖରେ ଏବେ କେବଳ ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୧୯।୧: ବାଂଲାଦେଶ ଟି-୨୦ ବିଶ୍ୱକପ ବିବାଦରେ ସବୁ ଦିଗରୁ ଘେରି ରହିଥିବା ପରି ମନେ ହେଉଛି, ଯାହା ଫଳରେ ଆଇସିସିର ଦାବି ପାଳନ କରିବା ବ୍ୟତୀତ...

ଟି୨୦ ବିଶ୍ୱକପ୍‌ ବିବାଦ: ବାଂଲାଦେଶ ଆଗରେ ଏହି ସର୍ତ୍ତ ରଖିଲା ଆଇସିସି

ବେଙ୍ଗାଲୁରୁ,୧୯।୧- ଆସନ୍ତା ଫେବୃଆରୀରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ବାଂଲାଦେଶ ଦଳ ଅଂଶଗ୍ରହଣ କରିବ କି ନାହିଁ, ସେ ନେଇ ଲାଗି ରହିଥିବା ଅନିଶ୍ଚିତତା ଜାରି...

ରିଙ୍କୁ ସିଂହଙ୍କ ବିରୋଧରେ FIR ଦାବି: ଦେବଦେବୀଙ୍କ ଅପମାନ ଅଭିଯୋଗରେ ଉତ୍ତେଜନା

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ସନାତନ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri