Categories: ଖେଳ

ଫେରିଲେ ରୋହିତ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ। ପିଚ୍‌ରେ ଘାସ ଥିବାରୁ ପେସରଙ୍କୁ ଯଥେଷ୍ଟ ସହାୟତା ମିଳିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି ମୋର୍ଗାନ। ତେବେ ଆହତ ସମସ୍ୟା କାରଣରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ଖେଳି ନ ଥିବା ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଛନ୍ତି। କିନ୍ତୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ମ୍ୟାଚ୍‌ ଭଳି ଏଥର ମଧ୍ୟ ଦଳରେ ସ୍ଥାନ ପାଇ ନାହାନ୍ତି।

Share