Posted inଖେଳ

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ କରିବାକୁ ଯାଉଛି। ଏଥିସହିତ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ନୂଆ ଯୁଗ। ବୁଧବାର ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଟି୨୦ ବିଶ୍ୱକପ୍‌ ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ।

ମାତ୍ର ୧୧ ମାସ ପରେ ଆହୁରି ଏକ ଟି୨୦ ବିଶ୍ୱକପ ହେବାକୁ ଥିବାରୁ ପ୍ରତ୍ୟେକ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଏଣୁ ପୂର୍ବର ତ୍ରୁଟି ସୁଧାରି ଏକ ସମର୍ଥ ଓ ସନ୍ତୁଳିତ ଦଳ ଗଠନ ଉପରେ ଅଧିକ ଧ୍ୟାନ ଦେଉଥିବା ମ୍ୟାଚ୍‌ ପୂର୍ବରୁ ନୂଆ କୋଚ୍‌ ଡ୍ରାଭିଡ୍‌ କହିଛନ୍ତି।

ଟି୨୦ ବିଶ୍ୱକପ୍‌ରେ ପୂରା ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍‌ ଦିଆଯାଇ ତାଙ୍କ ବଦଳରେ ନୂଆ ଅଲରାଣ୍ଡର ଖୋଜୁଛି ଟିମ ମ୍ୟାନେଜମେଣ୍ଟ। ବହୁ ସୁଯୋଗ ମିଳିବା ପରେ ମଧ୍ୟ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ସୁଧାର ଆସିନାହିଁ। ଏହି କାରଣରୁ ଆଇପିଏଲରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟାରଙ୍କୁ ଦଳରେ ନିଆଯାଇଛି। ଜଣେ ଫାଷ୍ଟ ବୋଲିଂ ଅଲରାଉଣ୍ଡର ଭାବେ ଆୟାର ନିଜର ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ପାଇବେ। ଯଦି ସଫଳ ହେବେ ସେ ଅଲରାଉଣ୍ଡ ସ୍ଥାନରେ ନିଜର ସ୍ଥିତି ଜାହିର କରିବେ। ଏଣୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ତାଙ୍କ ଖେଳିବାର ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri