Posted inଖେଳ

ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବିଗ୍ରେଡ୍‌

ଜର୍ଜଟାଉନ୍‌,୨୬ା୬: ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଇଂଲଣ୍ଡ। ଗୁଏନାରେ ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ୨୦୨୨ ଟି୨୦ ବିଶ୍ୱକପ୍‌ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ୨୦୨୨ରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ମଧ୍ୟ ହୋଇଥିଲା। ତେଣୁ ଏବେ ସମାନ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ଏହାର ଚ୍ୟାଲେଞ୍ଜକୁ ପ୍ରତିହତ କରି ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବାକୁ ସୁଯୋଗ ଆସିଛି। ୨୦୨୨ରେ ପେସ୍‌ ବୋଲିଂ ସହାୟକ ପରିବେଶ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ର ଧିମା ପିଚ୍‌ ଭାରତକୁ ସୁହାଇବ। ସେହିପରି ଭାରତ ନିକଟରେ ୩ ସ୍ପିନର ରହିଥିବାରୁ ଏହା ମଧ୍ୟ ଦଳ ପାଇଁ ଲାଭଦାୟକ ରହିବ। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ସ୍ପିନରଙ୍କୁ ସହାୟତା ମିଳୁଥିବା ବେଳେ କାଗଜ କଲମରେ ରୋହିତ ଶର୍ମାଙ୍କ ଦଳ ମଧ୍ୟ ବେଶ୍‌ ଶକ୍ତିଶାଳୀ। ଭାରତର ପ୍ରତିଶୋଧ ପାଇଁ ଏହି ଭେନ୍ୟୁ ଠିକ୍‌ ରହିଥିବା ବେଳେ ଇଂଲଣ୍ଡକୁ ଦୁର୍ବଳ ମନେକରିବା ମଧ୍ୟ ବୋକାମି ହେବ। ଏହି ପିଚ୍‌ରେ ଭାରତର କୁଲ୍‌ଦୀପ ଯାଦବ ଓ ଇଂଲଣ୍ଡର ଆଦିଲ୍‌ ରଶିଦଙ୍କୁ ନିଜ ସ୍ପିନ୍‌ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଅନ୍ୟପକ୍ଷରେ ଏହି ପିଚ୍‌ରେ କେବଳ ସ୍ପିନର ନୁହନ୍ତି ପେସ୍‌ ବୋଲର ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିବେ। ଆଫଗାନିସ୍ତାନର ଫଜଲ୍ଳକ ଫାରୁକି ଏଠାରେ ଏକ ମ୍ୟାଚ୍‌ ବିଜୟୀ ସ୍ପେଲ ବୋଲିଂ କରିଥିଲେ।
ଜୁନ୍‌ ୮ ତାରିଖ ପରଠାରୁ ଏହି ପିଚ୍‌ରେ ଖେଳ ହୋଇ ନାହିଁ। ତେଣୁ ଏକ ସତେଜ ପିଚ୍‌ରେ ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ। ଭାରତ ସୁପର-୮ରେ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ସେମିଫାଇନାଲର ଏକ ଅତିରିକ୍ତ ଚାପ ରହିଥାଏ। ଭାରତ ଏହାର କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଲା। ଭାରତ ଏହି ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କ ନିକଟରୁ ଭଲ ରନ୍‌ ଆଶା କରିବ। ଅନ୍ୟପକ୍ଷରେ ସୁପର-୮ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା। ଉଭୟ ରୋହିତ ଓ କୋହଲିଙ୍କ ପାଇଁ ଟି୨୦ ବିଶ୍ୱକପ୍‌ରେ ଏହା ଅନ୍ତିମ ସୁଯୋଗ । ଭାରତୀୟ ହାର୍ଡ ହିଟର ଶିବମ ଦୁବେ ଏ ଯାଏ ଏକ ବିସ୍ଫୋରକ ଇନିଂସ ଖେଳିପାରି ନାହାନ୍ତି। ଆଦିଲ ରଶିଦଙ୍କ ବିପକ୍ଷରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ନଜର ରହିବ। ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇବା ନେଇ ପୂର୍ବାନୁମାନ କରାଯାଉଛି। ତେବେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଗଲେ ସେ ଫିଲ ସଲ୍ଟ, ଜୋଶ ବଟଲର, ହ୍ୟାରୀ ବ୍ରୁକ୍‌ ଓ ଜନି ବେୟାରଷ୍ଟୋଙ୍କ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି। ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ବୋଲିଂର ମେରୁଦଣ୍ଡ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତକୁ ଆଗରେ ରଖିଛି।
ଇଂଲଣ୍ଡର ପ୍ରଦର୍ଶନ ମୁଖ୍ୟତଃ ଆଦିଲ ରଶିଦଙ୍କ ଉପରେ ନିର୍ଭର କରିବ। ଏହା ବ୍ୟତୀତ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ପାର୍ଟ ଟାଇମ୍‌ ସ୍ପିନ୍‌ ଉପରେ ମଧ୍ୟ ନିର୍ଭର କରିବ ଦଳ। ବ୍ୟାଟିଂରେ ହ୍ୟାରୀ ବ୍ରୁକ୍‌, ଜନି ବେୟାରଷ୍ଟୋ ଓ ମୋଇନ ଅଲୀଙ୍କ ନିକଟରୁ ପ୍ରଭାବୀ ବ୍ୟାଟିଂ ଆଶା କରିବ ଇଂଲଣ୍ଡ। ଗୁରୁବାର ଗୁଏନାରେ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri