ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…

ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ ରୋହିଙ୍ଗ୍ୟାମାନେ ବାଂଲାଦେଶରେ ସାମାଜିକ ସମସ୍ୟା ସୃଷ୍ଟି କରୁଛନ୍ତି।

ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ ନିଶାଦ୍ରବ୍ୟ କାରବାର ତଥା ମହିଳା ଏବଂ ଯୁବତୀଙ୍କ ଚୋରା ଚାଲାଣରେ ଜଡିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶକୁ ନୂତନ ଭାବେ ନିଯୁକ୍ତ କାନାଡ଼ାର ହାଇ କମିଶନର ଲିଲି ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ସଚିବ ଏହସାନୁଲ କରିମ ଉଭୟଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହାଇ କମିଶନରଙ୍କୁ କହିଛନ୍ତି ଯେ ୧୧ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଦୀର୍ଘ ଦିନ ଧରି ସମସ୍ୟା ସୃଷ୍ଟି କରୁଛନ୍ତି।

ଏହି ସମୟରେ ସେ ପ୍ରଶ୍ନ କରିଛନ୍ତି ଯେ ବାଂଲାଦେଶ କିପରି ଏତେ ବଡ ବୋଝ ବହନ କରିପାରିବ। ରୋହିଙ୍ଗ୍ୟାଙ୍କୁ ଉନ୍ନତ ସୁବିଧା ତଥା ଆଶ୍ରୟ ଦେବା ପାଇଁ ବାଂଲାଦେଶ ଚାର୍‌ ଦ୍ୱୀପରେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିଛି ବୋଲି ପ୍ରଧାନମନ୍ତ୍ରୀ ଶେଖ ହାସାନି ସୂଚନା ଦେଇଛନ୍ତି।

ଶେଖ ହସିନାଙ୍କୁ ଜବାବ ଦେଇ ହାଇ କମିଶନର କହିଛନ୍ତି ଯେ ଏହି ପ୍ରସଙ୍ଗରେ କାନାଡା ସର୍ବଦା ବାଂଲାଦେଶକୁ ସମର୍ଥନ କରିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଦେଶ ଦାନ ମାଧ୍ୟମରେ ଟଙ୍କା ସଂଗ୍ରହ ପାଇଁ ରୋହିଙ୍ଗ୍ୟାଙ୍କ ପାଇଁ ଏକ ଅତିରିକ୍ତ ପାଣ୍ଠି ସୃଷ୍ଟି କରୁଛି । କାନାଡା ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ତମ ବାର୍ଷିକୀ ଅବସରରେ ସେ ବାଂଲାଦେଶରେ ପହଞ୍ଚିଥିଲେ। ଏଠାରେ ସେ ସ୍ବାଧୀନତାର ୫୦ ତମ ବାର୍ଷିକୀ ପାଳନ କରିବା ପାଇଁ ବାଂଲାଦେଶକୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri