ବନ୍ଧୁକ ଉଠାଇଲେ ଫେଡେରରଙ୍କୁ ହରାଇଥିବା ଖେଳାଳି

କ୍ୱିଭ,୧୭।୩: ୨୦୧୩ରେ ଟେନିସ୍‌ ଜଗତରେ ଏକ ବିପର୍ଯ୍ୟୟ ଘଟିଥିଲା। ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ରୋଜର ଫେଡେରରଙ୍କୁ ହରାଇଥିଲେ ୟୁକ୍ରେନ ଖେଳାଳି ସେର୍ଗି ଷ୍ଟାଖୋଭସ୍କି। ଏବେ ସେ ଭଲ୍ୟୁଣ୍ଟର ଫାଇଟର ଭାବେ ରୁଷିଆ ବିରୋଧରେ ଯୁଦ୍ଧକୁ ଓହ୍ଲାଇଛନ୍ତି। ୩୬ ବର୍ଷୀୟ ପୂର୍ବତନ ଟେନିସ ଖେଳାଳି ଏବେ ମେଡାନ ଛକରେ କାଲାଶନିକୋଭ (ରାଇଫଲ) ସହ ପାଟ୍ରୋଲ କରୁଛନ୍ତି।

“ପାଖରେ ରାଇଫଲ ସହ ମୁଁ ସହଜ ମନେ କରୁଥିବା କହି ପାରିବି ନାହିଁ। ଜଣଙ୍କୁ ଗୁଳି କରିବା ପୂର୍ବରୁ ମୁଁ କେଉଁ ଭଳି ପ୍ରତିକ୍ରିୟା ଦେବି ତାହା ମୋତେ ଜଣାନାହିଁ। ଆଶା କରୁଛି, ମୋତେ ଏ ସବୁ କରିବାକୁ ପଡ଼ିବ ନାହିଁ। ମୁଁ ଏଠାରେ ଥିବା ମୋ ଛୁଆମାନେ ଜାଣିନାହାନ୍ତି। ସେମାନେ ଜାଣିଛନ୍ତି ମୁଁ ଘରେ ଅଛି। କିନ୍ତୁ ସେମାନେ ଯୁଦ୍ଧ କ’ଣ ଜାଣିନାହାନ୍ତି। ମୁଁ ସେମାନଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁନାହିଁ। ମୁଁ ସେମାନଙ୍କୁ ଫେରିବି ବୋଲି କହିଛି। ୧୫ ଦିନ ହେଲାଣି ଏମିତି ଚାଲିଛି। ଆଉ କେତେ ଦିନ ଏଭଳି ପରିସ୍ଥିତି ଜାରି ରହିବ କେବଳ ଭଗବାନଙ୍କୁ ଗଣା। କିନ୍ତୁ ସେମାନଙ୍କ ବିରୋଧରେ ଆମେ ଛିଡ଼ା ନ ହେଲେ ଆମକୁ ରହିବା ପାଇଁ ଦେଶ ମିଳିବ ନାହିଁ” ବୋଲି ଷ୍ଟାଖୋଭସ୍କି କହିଛନ୍ତି।

ଦୁଇ ସପ୍ତାହ ହେଲା ୟୁକ୍ରେନ ଫେରିଥିବା ପୂର୍ବତନ ଟେନିସ ଖେଳାଳି ଆଞ୍ଚଳିକ ବ୍ରିଗେଡ୍‌ରେ ଭଲ୍ୟୁଣ୍ଟର ଭାବେ ଯୋଗ ଦେଇଛନ୍ତି। ଭଲ୍ୟୁଣ୍ଟରଙ୍କ କାର୍ଯ୍ୟ ହେଲା ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ ସେନାକୁ ସହାୟତା କରିବା। ୟୁକ୍ରେନରେ ୧୮ରୁ ୬୦ ବୟସ ପର୍ଯ୍ୟନ୍ତ ସମସ୍ତ ପୁରୁଷଙ୍କ ଭଳି ଷ୍ଟାଖୋଭସ୍କି ମଧ୍ୟ ସେନାରେ ଯୋଗଦେବା ପାଇଁ ଯୋଗ୍ୟ ଏବଂ ଯୁଦ୍ଧ ଚାଲିଥିବା ବେଳେ ଦେଶ ଛାଡ଼ି ଯାଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri