ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ହେଲେ ବର୍ଷାରେ ନୂଆ ମାହାରା ନାଳରେ ପଥର ପ୍ୟାକିଂ କାର୍ଯ୍ୟ ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ଏହି ନଦୀବନ୍ଧରେ ପୁଣି ଘାଈ ସୃଷ୍ଟି ହୋଇ ପ୍ରଳୟ ସୃଷ୍ଟି କରିପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ଜୁଲାଇ ଓ ଅଗଷ୍ଟରେ ନୂଆମାହାରା ନାଳରେ ପାଣି ଭରପୁର ହୋଇଥିବା ବେଳେ ପ୍ରଖର ସ୍ରୋତରେ କିପରି ଠିକାଦାରଙ୍କୁ ପଥର ପ୍ୟାକିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ବନ୍ଧକୁ ଠିକ ଭାବେ ସ୍ଲୋପିଂ କରାଯାଇନି। ଲଞ୍ଚିଙ୍ଗ ମଧ୍ୟ ଠିକ ଭାବେ ହୋଇନି। ପଥର ଗ୍ୟାପରେ ମହରମ ଦେବାର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ କରାଯାଇନି। ନଦୀ ଭିତରକୁ ଯେତେ ପରିମାଣର ପଥର ଡମ୍ପିଂ କରାଯିବା କଥା ତାହା ମଧ୍ୟ ଠିକ ଭାବେ ହୋଇନାହିଁ। ସାମାନ୍ୟ ବର୍ଷା ହେଲେ ପଥରଗୁଡିକ ପାଣିରେ ଖସି ନଦୀକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଲୋକେ ଆସି ନିମ୍ନମାନର କାର୍ଯ୍ୟକୁ ବନ୍ଦ କରି କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଏଭଳି ନିମ୍ନମାନର କାମ ଯୋଗୁ ବନ୍ଧର ସୁରକ୍ଷା ପ୍ରତି ଘୋର ବିପଦ ଦେଖାଦେଇଛି। ସେହିପରି ନୂଆ ମାହାରା ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେବା ସହିତ ଠିକ୍‌ ଭାବେ ରୋଲିଂ ନ ହେବାରୁ ଓ ରେନକଟ ମରାଯାଇ କାମ ହେଉ ନ ଥିବାରୁ ଲୋକେ କାମ ବନ୍ଦ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ବାତ୍ୟା ୟାସ୍‌ ଯୋଗୁ ନୂଆମହରାଠାରେ ୩ ଟି ଘାଈ ସୃଷ୍ଟି ହୋଇଥିଲା। ଏହା ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ନିୟୋଜିତ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଏହି ୩ ଘାଈ ଯୋଗୁ ୧୦୧ ଗ୍ରାମର ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ। ଦୁର୍ବଳ ନଦୀବନ୍ଧ ଏବଂ ତାହାର ମରାମତି, ପୁନରୁଦ୍ଧାର ସହ ସୁଦୃଢ଼ୀରଣ ଉପରେ ରାଜ୍ୟ ଜଳ ସମ୍ପଦ ବିଭାଗ ଗୁରୁତ୍ୱ ଦେଇ ଆସୁଛି। ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ନିରକ୍ଷଣ ଓ ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହେଉଛି। ଏହିକ୍ରମରେ ଦୁର୍ବଳ ନଦୀବନ୍ଧଗୁଡିକ ଚିହ୍ନଟ କରି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କାମ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁ ବନ୍ୟା ପ୍ରଭାବିତ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri