ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ହେଲେ ବର୍ଷାରେ ନୂଆ ମାହାରା ନାଳରେ ପଥର ପ୍ୟାକିଂ କାର୍ଯ୍ୟ ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ଏହି ନଦୀବନ୍ଧରେ ପୁଣି ଘାଈ ସୃଷ୍ଟି ହୋଇ ପ୍ରଳୟ ସୃଷ୍ଟି କରିପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି।
ଜୁଲାଇ ଓ ଅଗଷ୍ଟରେ ନୂଆମାହାରା ନାଳରେ ପାଣି ଭରପୁର ହୋଇଥିବା ବେଳେ ପ୍ରଖର ସ୍ରୋତରେ କିପରି ଠିକାଦାରଙ୍କୁ ପଥର ପ୍ୟାକିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ବନ୍ଧକୁ ଠିକ ଭାବେ ସ୍ଲୋପିଂ କରାଯାଇନି। ଲଞ୍ଚିଙ୍ଗ ମଧ୍ୟ ଠିକ ଭାବେ ହୋଇନି। ପଥର ଗ୍ୟାପରେ ମହରମ ଦେବାର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ କରାଯାଇନି। ନଦୀ ଭିତରକୁ ଯେତେ ପରିମାଣର ପଥର ଡମ୍ପିଂ କରାଯିବା କଥା ତାହା ମଧ୍ୟ ଠିକ ଭାବେ ହୋଇନାହିଁ। ସାମାନ୍ୟ ବର୍ଷା ହେଲେ ପଥରଗୁଡିକ ପାଣିରେ ଖସି ନଦୀକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଲୋକେ ଆସି ନିମ୍ନମାନର କାର୍ଯ୍ୟକୁ ବନ୍ଦ କରି କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଏଭଳି ନିମ୍ନମାନର କାମ ଯୋଗୁ ବନ୍ଧର ସୁରକ୍ଷା ପ୍ରତି ଘୋର ବିପଦ ଦେଖାଦେଇଛି। ସେହିପରି ନୂଆ ମାହାରା ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେବା ସହିତ ଠିକ୍‌ ଭାବେ ରୋଲିଂ ନ ହେବାରୁ ଓ ରେନକଟ ମରାଯାଇ କାମ ହେଉ ନ ଥିବାରୁ ଲୋକେ କାମ ବନ୍ଦ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ବାତ୍ୟା ୟାସ୍‌ ଯୋଗୁ ନୂଆମହରାଠାରେ ୩ ଟି ଘାଈ ସୃଷ୍ଟି ହୋଇଥିଲା। ଏହା ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ନିୟୋଜିତ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଏହି ୩ ଘାଈ ଯୋଗୁ ୧୦୧ ଗ୍ରାମର ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ। ଦୁର୍ବଳ ନଦୀବନ୍ଧ ଏବଂ ତାହାର ମରାମତି, ପୁନରୁଦ୍ଧାର ସହ ସୁଦୃଢ଼ୀରଣ ଉପରେ ରାଜ୍ୟ ଜଳ ସମ୍ପଦ ବିଭାଗ ଗୁରୁତ୍ୱ ଦେଇ ଆସୁଛି। ଦୁର୍ବଳ ଓ ଘଳିଆ ଥିବା ନଦୀବନ୍ଧର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ନିରକ୍ଷଣ ଓ ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହେଉଛି। ଏହିକ୍ରମରେ ଦୁର୍ବଳ ନଦୀବନ୍ଧଗୁଡିକ ଚିହ୍ନଟ କରି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କାମ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁ ବନ୍ୟା ପ୍ରଭାବିତ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri