Posted inଫୁରସତ

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ କରିଥାଏ। ଭାରତୀୟ ସେନା ମଧ୍ୟ ‘ମୁଲ’ ନାମକ ଏକ ରୋବୋଟିକ୍‌ ଡଗ୍‌କୁ ସେନାରେ ସାମିଲ କରିଛି, ଯାହା କଠିନ ପରିସ୍ଥିତି ଓ ଅଞ୍ଚଳରେ ସେନା ପାଇଁ ବିଭିନ୍ନ କ୍ଷେତ୍ରରେ ସହାୟକ ହୋଇପାରୁଛି। ଚାଇନା ଏବଂ ଆମେରିକା ମଧ୍ୟ ପୂର୍ବରୁ ଏହିପରି ଅନେକ ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରିସାରିଛନ୍ତି। ସମ୍ପ୍ରତି ଚାଇନାର ଏକ ନୂଆ ରୋବୋଟିକ୍‌ ଡଗ୍‌ ବିଷୟରେ ଚର୍ଚ୍ଚା ଲାଗିରହିଛି। ଲିଙ୍କ୍ସ ନାମକ ଏହି ରୋବୋଟିକ୍‌ ଡଗ୍‌ର ଗୋଡରେ ଚକ ରହିଛି, ଯାହାଦ୍ୱାରା ଏହା ନାଚିବା ସହ ବ୍ୟାକ୍‌ଫ୍ଲିପ୍‌ ପରି ବିଭିନ୍ନ କୌଶଳ ମଧ୍ୟ କରିପାରୁଛି। ସେହିପରି ଲିଙ୍କ୍ସ ପହଁରି ମଧ୍ୟ ପାରିବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ଚାଇନା କମ୍ପାନୀ ଡିପ୍‌ ରୋବୋଟିକ୍ସ ପକ୍ଷରୁ କୁହାଯାଇଛି।
ରୋବୋଟିକ୍‌ ଡଗ୍‌ ସମସ୍ତ ପ୍ରକାରର ଭୂମିରେ ଗତି କରିପାରୁଥିବା ସହ ବିଭିନ୍ନ କଷ୍ଟସାଧ୍ୟ ଅଞ୍ଚଳରେ ଏହାର ନୃତ୍ୟ ଏବଂ ବିଭିନ୍ନ କୌଶଳ ଏବେ ଭାଇରାଲ ହେବାରେ ଲାଗିଛି। ଏହି ରୋବୋଟିକ୍‌ ଡଗ୍‌ ପୃଥିବୀର ପ୍ରତ୍ୟେକ କଠିନ ଅଞ୍ଚଳରେ ବାସ କରିବା ପାଇଁ ଉପଯୁକ୍ତ ବୋଲି ଡିପ୍‌ ରୋବୋଟିକ୍ସ କହିଛି। ସନ୍ଧାନ, ଉଦ୍ଧାର କାର୍ଯ୍ୟ ଏବଂ ବୈଜ୍ଞାନିକ ଅନୁସନ୍ଧାନ ପରି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଲିଙ୍କ୍ସକୁ ଡିଜାଇନ୍‌ କରାଯାଇଛି।
ରୋବୋଟିକ୍‌ ଡଗ୍‌ର ସବୁଠାରୁ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ୪ ଗୋଡ଼ ତଳେ ଚକ ଫିଟ୍‌ ହୋଇଛି। ଏହାଦ୍ବାରା ଲିଙ୍କ୍ସ ପ୍ରତ୍ୟେକ କଷ୍ଟଦାୟକ ଅଞ୍ଚଳରେ ଚାଲିପାରି ଥାଏ। ଏହା ପାହାଚ ଉପରକୁ ଚଢ଼ିପାରେ ଓ ତଳକୁ ମଧ୍ୟ ଓହ୍ଲାଇପାରେ। ଡିପ୍‌ ରୋବୋଟିକ୍ସ ପକ୍ଷରୁ ୟୁଟ୍ୟୁବରେ ଲିଙ୍କ୍ସ ରୋବୋଟିକ୍‌ ଡଗ୍‌ର ଏକ କ୍ଲିପ୍‌କୁ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଲିଙ୍କ୍ସକୁ ବିଭିନ୍ନ ପ୍ରକାର ପରିବେଶରେ ଚାଲି ପାରୁଥିବା, ଦୌଡ଼ି ପାରୁଥିବା ସହ ନାଚି ବିଭିନ୍ନ କୌଶଳ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ତେବେ ଗୋଡ଼ରେ ଚକ ରହିବା ସତ୍ତ୍ୱେ ମଧ୍ୟ ଏହା ବିନା କୌଣସି ବାଧାବିଘ୍ନରେ ଉପରକୁ ଚଢ଼ି ପାରିଥାଏ। ସେହିପରି ଲିଙ୍କ୍ସ
୨ ଗୋଡରେ ଠିଆ ହୋଇ ଚାଲିପାରିବା ସହ ବ୍ୟାକ୍‌ଫ୍ଲିପ୍‌ ପରି ବିଭିନ୍ନ ଆକର୍ଷଣୀୟ କୌଶଳ କରି ସମସ୍ତଙ୍କୁ ଚକିତ କରିଥାଏ। ୧୫ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ଏହି ରୋବୋଟିକ୍‌ ଡଗ୍‌କୁ ‘ଆଇପି ୫୪’ ପ୍ରୋଟେକ୍ସନ ସହ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଲିଙ୍କ୍ସ -୨୦ ଡିଗ୍ରୀ ସେଲସିୟସରୁ ୫୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚରମ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରି ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri