Posted inଫୁରସତ

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ କରିଥାଏ। ଭାରତୀୟ ସେନା ମଧ୍ୟ ‘ମୁଲ’ ନାମକ ଏକ ରୋବୋଟିକ୍‌ ଡଗ୍‌କୁ ସେନାରେ ସାମିଲ କରିଛି, ଯାହା କଠିନ ପରିସ୍ଥିତି ଓ ଅଞ୍ଚଳରେ ସେନା ପାଇଁ ବିଭିନ୍ନ କ୍ଷେତ୍ରରେ ସହାୟକ ହୋଇପାରୁଛି। ଚାଇନା ଏବଂ ଆମେରିକା ମଧ୍ୟ ପୂର୍ବରୁ ଏହିପରି ଅନେକ ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରିସାରିଛନ୍ତି। ସମ୍ପ୍ରତି ଚାଇନାର ଏକ ନୂଆ ରୋବୋଟିକ୍‌ ଡଗ୍‌ ବିଷୟରେ ଚର୍ଚ୍ଚା ଲାଗିରହିଛି। ଲିଙ୍କ୍ସ ନାମକ ଏହି ରୋବୋଟିକ୍‌ ଡଗ୍‌ର ଗୋଡରେ ଚକ ରହିଛି, ଯାହାଦ୍ୱାରା ଏହା ନାଚିବା ସହ ବ୍ୟାକ୍‌ଫ୍ଲିପ୍‌ ପରି ବିଭିନ୍ନ କୌଶଳ ମଧ୍ୟ କରିପାରୁଛି। ସେହିପରି ଲିଙ୍କ୍ସ ପହଁରି ମଧ୍ୟ ପାରିବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ଚାଇନା କମ୍ପାନୀ ଡିପ୍‌ ରୋବୋଟିକ୍ସ ପକ୍ଷରୁ କୁହାଯାଇଛି।
ରୋବୋଟିକ୍‌ ଡଗ୍‌ ସମସ୍ତ ପ୍ରକାରର ଭୂମିରେ ଗତି କରିପାରୁଥିବା ସହ ବିଭିନ୍ନ କଷ୍ଟସାଧ୍ୟ ଅଞ୍ଚଳରେ ଏହାର ନୃତ୍ୟ ଏବଂ ବିଭିନ୍ନ କୌଶଳ ଏବେ ଭାଇରାଲ ହେବାରେ ଲାଗିଛି। ଏହି ରୋବୋଟିକ୍‌ ଡଗ୍‌ ପୃଥିବୀର ପ୍ରତ୍ୟେକ କଠିନ ଅଞ୍ଚଳରେ ବାସ କରିବା ପାଇଁ ଉପଯୁକ୍ତ ବୋଲି ଡିପ୍‌ ରୋବୋଟିକ୍ସ କହିଛି। ସନ୍ଧାନ, ଉଦ୍ଧାର କାର୍ଯ୍ୟ ଏବଂ ବୈଜ୍ଞାନିକ ଅନୁସନ୍ଧାନ ପରି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଲିଙ୍କ୍ସକୁ ଡିଜାଇନ୍‌ କରାଯାଇଛି।
ରୋବୋଟିକ୍‌ ଡଗ୍‌ର ସବୁଠାରୁ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ୪ ଗୋଡ଼ ତଳେ ଚକ ଫିଟ୍‌ ହୋଇଛି। ଏହାଦ୍ବାରା ଲିଙ୍କ୍ସ ପ୍ରତ୍ୟେକ କଷ୍ଟଦାୟକ ଅଞ୍ଚଳରେ ଚାଲିପାରି ଥାଏ। ଏହା ପାହାଚ ଉପରକୁ ଚଢ଼ିପାରେ ଓ ତଳକୁ ମଧ୍ୟ ଓହ୍ଲାଇପାରେ। ଡିପ୍‌ ରୋବୋଟିକ୍ସ ପକ୍ଷରୁ ୟୁଟ୍ୟୁବରେ ଲିଙ୍କ୍ସ ରୋବୋଟିକ୍‌ ଡଗ୍‌ର ଏକ କ୍ଲିପ୍‌କୁ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଲିଙ୍କ୍ସକୁ ବିଭିନ୍ନ ପ୍ରକାର ପରିବେଶରେ ଚାଲି ପାରୁଥିବା, ଦୌଡ଼ି ପାରୁଥିବା ସହ ନାଚି ବିଭିନ୍ନ କୌଶଳ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ତେବେ ଗୋଡ଼ରେ ଚକ ରହିବା ସତ୍ତ୍ୱେ ମଧ୍ୟ ଏହା ବିନା କୌଣସି ବାଧାବିଘ୍ନରେ ଉପରକୁ ଚଢ଼ି ପାରିଥାଏ। ସେହିପରି ଲିଙ୍କ୍ସ
୨ ଗୋଡରେ ଠିଆ ହୋଇ ଚାଲିପାରିବା ସହ ବ୍ୟାକ୍‌ଫ୍ଲିପ୍‌ ପରି ବିଭିନ୍ନ ଆକର୍ଷଣୀୟ କୌଶଳ କରି ସମସ୍ତଙ୍କୁ ଚକିତ କରିଥାଏ। ୧୫ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ଏହି ରୋବୋଟିକ୍‌ ଡଗ୍‌କୁ ‘ଆଇପି ୫୪’ ପ୍ରୋଟେକ୍ସନ ସହ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଲିଙ୍କ୍ସ -୨୦ ଡିଗ୍ରୀ ସେଲସିୟସରୁ ୫୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚରମ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରି ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

ଜାହାଜରୁ ତେଲ ନେଇ ସମୁଦ୍ରରେ ଯାଉଥିଲା ଡଙ୍ଗା, ଧରିଲା ପାଟ୍ରୋଲିଂ ପୋଲିସ, ଡଙ୍ଗାରୁ ଡେଇଁ…

ପାରାଦୀପ,୯ା୫(ଶରତ ରାଉତ): ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରିଛି। ଉକ୍ତ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ଲିଟର…

ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କହିଦେଲେ ଶୁଭେନ୍ଦୁଙ୍କ ମା’, ଇଲିଶି ମାଛ…

କୋଲକାତା,୯।୫: ଶନିବାର ଦିନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଏହି ପଦବୀ ହାସଲ କରିବାରେ ପ୍ରଥମ ଭାଜପା…

ଚେକ୍‌ ବାଉନ୍ସ ମାମଲା: ଦୁଇଗୁଣା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଲେ ଅଭିଯୁକ୍ତଙ୍କୁ…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି ଭିୟେନା ନାୟକ ଏକ ଚେକ୍‌ ବାଉନ୍ସ ମାମଲା ବିଚାର କରି ଅଭିଯୁକ୍ତ ରଞ୍ଜନ ସ୍ବାଇଁଙ୍କୁ ଏକ ବର୍ଷ କାରାଦଣ୍ଡ…

ବଲିଉଡର ବାସ୍ତବତା ଉପରୁ ପରଦା ଅମିଷା ପଟେଲ: କଲେ ଚାଞ୍ଚଲ୍ୟକର ଖୁଲାସା

ପୁଣି ଚର୍ଚ୍ଚାରେ ‘ଗଦର ଗର୍ଲ’ ଅମିଷା ପଟେଲ। କୌଣସି ନୂଆ ଫିଲ୍ମ ପାଇଁ ନୁହେଁ, ବରଂ ନିଜ ମନ୍ତବ୍ୟ ପାଇଁ। ‘କହୋ ନା… ପ୍ୟାର ହୈ’ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri