ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ ଯୁଦ୍ଧ। ଦୁଇଜଣ ସୈନିକ ସାମ୍‌ନାସାମ୍‌ନୀ ପରସ୍ପର ସହିତ ଯୁଦ୍ଧ କରୁଥିଲେ। ଅଶୋକ, ଆଲେକ୍‌ଜାଣ୍ଡାର, ନେପୋଲିଅନ ପ୍ରମୁଖ ସମ୍ରାଟ୍‌ମାନେ ବିଶାଳ ସୈନ୍ୟବାହିନୀ ନେଇ ଦିଗ୍‌ବିଜୟ କରିଥିଲେ। ଅସ୍ତ୍ର ଥିଲା ଖଣ୍ଡା ଓ ତରବାରି ଏବଂ ପଦାତିକବାହିନୀ ସହ ଅଶ୍ୱାରୋହୀ ଓ ଗଜାରୋହୀ ସୈନିକମାନେ ମଧ୍ୟ ଏଥିରେ ଥିଲେ। ପଞ୍ଚଦଶ ଶତାବ୍ଦୀ ବେଳକୁ ଯୁଦ୍ଧରେ ତୋପ, ଗୋଳାବାରୁଦ ବ୍ୟବହୃତ ହେଲା। ଏହି ପ୍ରଯୁକ୍ତି ବିଦ୍ୟାରେ ଯିଏ ପ୍ରଥମେ ଅଗ୍ରଗତି କରୁଥିଲା, ସେ ଯୁଦ୍ଧରେ ବିଜୟୀ ହେଲା। ମୋଗଲ ବାଦ୍‌ଶାହା ବାବର ସୁଦୂର ଆଫଗାନିସ୍ତାନରୁ ମାତ୍ର ଅଳ୍ପ କେତେଜଣ ସୈନିକଙ୍କୁ ଆଣି ଦିଲ୍ଲୀର ଶାସକ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ଭାରତରେ ମୋଗଲ ଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ବିଜୟର କାରଣ ଥିଲା ଯେ ସେ ତୋପ ଓ ଗୋଳାବାରୁଦ ଧରି ଆସିଥିଲେ ଏବଂ ଭାରତରେ ସେତେବେଳ ପର୍ଯ୍ୟନ୍ତ ଏହାର ବ୍ୟବହାର ଜଣା ନ ଥିଲା। ଆଧୁନିକ ଯୁଗର ଯୁଦ୍ଧରେ ଜଳ, ସ୍ଥଳ ଓ ଆକାଶରୁ ବୋମା ନିକ୍ଷେପ ଯୁଦ୍ଧକୁ ଅଧିକ ଜଟିଳ କରିଦେଇଛି। ଦୁଇ ଶତ୍ରୁଦେଶର ସୈନିକମାନେ ପରସ୍ପରକୁ ନ ଦେଖି ମଧ୍ୟ ଏହି ଯୁଦ୍ଧ ଚାଲିଛି। ବର୍ତ୍ତମାନ ଯୁଦ୍ଧରେ ସୈନିକମାନଙ୍କ ସ୍ଥାନରେ ରୋବୋ ଯୁଦ୍ଧ କରୁଛନ୍ତି, ଯାହା ରଣକୌଶଳରେ ଏକ ନାଟକୀୟ ପରିବର୍ତ୍ତନ ଆଣିଛି।
୨୦୨୦ ମସିହା ମାର୍ଚ୍ଚରେ ଲିବ୍ୟାରେ ଗୃହଯୁଦ୍ଧ ଚାଲିଥିବା ବେଳେ ଏହାର ଜାତୀୟ ସୈନ୍ୟବାହିନୀର କେତେଗୁଡ଼ିଏ ଟ୍ରାକ୍‌ ଉପରେ ବିଦ୍ରୋହୀମାନେ ଡ୍ରୋନ୍‌ରୁ ବୋମାମାଡ଼ କରି ଅନେକ ସୈନିକଙ୍କୁ ହତ୍ୟା କରିଥିଲେ। ଏହି ଡ୍ରୋନ୍‌ରୁ ଶତ୍ରୁର ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପଡ଼ି ନ ଥିଲା। ଡ୍ରୋନ୍‌ ଆପେ ଆପେ ନିଜର ଲକ୍ଷ୍ୟସ୍ଥଳ ସ୍ଥିର କରି ଆକ୍ରମଣ କରିଥିଲା। ଏଥିରେ ଆଧୁନିକ ଜ୍ଞାନକୌଶଳ ‘କୃତ୍ରମ ବୁଦ୍ଧିମତ୍ତା’ ଖଞ୍ଜା ଯାଇଥିଲା।
ବର୍ତ୍ତମାନ ବିଶ୍ୱରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି। ଏଥିରେ ସଂଶ୍ଳିଷ୍ଟ ପ୍ରତ୍ୟେକ ଦେଶ ପାରମ୍ପରିକ ଯୁଦ୍ଧ ସମେତ ଡ୍ରୋନ୍‌ ସାହାଯ୍ୟରେ ଶତ୍ରୁକୁ ଆକ୍ରମଣ କରୁଛନ୍ତି। ଡ୍ରୋନ୍‌ ଯୁଦ୍ଧ ଦ୍ୱାରା ମନୁଷ୍ୟଙ୍କୁ ଯୁଦ୍ଧ କ୍ଷେତ୍ର ବାହାରେ ରଖାଯାଇ ପାରୁଛି। ବର୍ତ୍ତମାନର ବ୍ୟବହୃତ ଅଧିକାଂଶ ଡ୍ରୋନ୍‌କୁ ମନୁଷ୍ୟ ଦୂରରେ ରହି ନିୟନ୍ତ୍ରଣ କରୁଛି। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ବଳୀୟାନ କେତେକ ଡ୍ରୋନ୍‌ ପାଇଁ ନିରନ୍ତର ନିର୍ଦ୍ଦେଶର ଆବଶ୍ୟକତା ନାହିଁ। ଏହାକୁ କେବଳ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନିର୍ଦ୍ଦେଶ ଦିଆଯାଏ ଏବଂ ଏହା କିପରି ଓ କେଉଁ ଉପାୟରେ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବ, ତାହା ଏହା ନିଜେ ସ୍ଥିର କରିଥାଏ। ଡ୍ରୋନ୍‌ ଯୋଗୁ ଶତ୍ରୁ ଦେଶର ଗଭୀର ପ୍ରଦେଶରେ ପଶି ଆକ୍ରମଣ କରି ହେଉଛି, ଏଥିପାଇଁ ପାଇଲଟ୍‌ର ଜୀବନ ପ୍ରତି ଭୟନାହିଁ। ଏହି ପାଇଲଟବିହୀନ ବିମାନ ଯୁଦ୍ଧକୁ ଅତୀବ ସାଂଘାତିକରେ ପରିଣତ କରିଦେଇଛି। ଏହାଦ୍ୱାରା ବେସାମରିକ ବ୍ୟକ୍ତିଙ୍କର ଜୀବନ ସଙ୍କଟାପନ୍ନ ହେଉଛି। ଡ୍ରୋନ୍‌କୁ ମଧ୍ୟ ବହୁ ଦୂରରୁ ବିପକ୍ଷ ଦେଶକୁ ପଠାଇ ହେଉଛି। ଇରାନରୁ ଇସ୍ରାଏଲ ଉପରେ ନିକଟରେ ଏକଶହରୁ ଅଧିକ ଡ୍ରୋନ୍‌ ଏକ ସଙ୍ଗରେ କ୍ଷେପଣାସ୍ତ୍ର ବର୍ଷଣ କରିଥିଲେ।
ଯୁଦ୍ଧ କୌଶଳର ଏକ ନିୟମ ହେଉଛି ଯେ ଅସ୍ତ୍ରଶସ୍ତ୍ର ଯେତେ ଉନ୍ନତ ହେବ, ଯୁଦ୍ଧକ୍ଷେତ୍ରରେ ମନୁଷ୍ୟର ପ୍ରତ୍ୟକ୍ଷ ସମ୍ପର୍କ ହ୍ରାସ ପାଇବ ଏବଂ ମନୁଷ୍ୟ ହତ୍ୟା କରିବା କାର୍ଯ୍ୟରୁ ଅଧିକ ଦୂରେଇ ରହିବ। ଏହି କାର୍ଯ୍ୟ ଉନ୍ନତ ଅସ୍ତ୍ରଶସ୍ତ୍ର କରିବ। ଦୂରରୁ ରହି ମନୁଷ୍ୟ କେବଳ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବ। ଆଜିକାଲିର କ୍ଷେପଣାସ୍ତ୍ର ପାଞ୍ଚ ହଜାର କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟସ୍ଥଳକୁ ବୋମାବାଡ଼ କରିପାରୁଛି। ପରମାଣୁ ଅସ୍ତ୍ର ହେଉଛି ସବୁଠାରୁ ଭୟଙ୍କର। ଏହାର ବ୍ୟବହାରରେ ଲକ୍ଷ ଲକ୍ଷ ବେସାମରିକ ନିରୀହ ଲୋକ ପ୍ରାଣ ହରାଇଥାଆନ୍ତି। ୧୯୪୫ ମସିହାରେ ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ନିକ୍ଷେପ ପରେ ଆଉ କେଉଁଠାରେ ଏହାର ବ୍ୟବହାର ହୋଇନାହିଁ। ଜାପାନରେ ଦୁଇଲକ୍ଷରୁ ଅଧିକ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଶା କରାଯାଉଥିଲା ଯେ, ପୃଥିବୀରେ ଆଉ ପରମାଣୁ ବୋମା ନିର୍ମାଣ ହେବ ନାହିଁ। କିନ୍ତୁ ସେହି ଆଶା ଆଶାରେ ରହିଗଲା। ଆଜି ଆଠଟି ଦେଶ ପାଖରେ ପାଞ୍ଚ ହଜାରରୁ ଅଧିକ ପରମାଣୁ ବୋମା ଗଚ୍ଛିତ ହୋଇ ରହିଛି। ରୁଷିଆ ମଧ୍ୟ ଏହାକୁ ୟୁକ୍ରେନ ବିପକ୍ଷରେ ବ୍ୟବହାର କରିବା ପାଇଁ କେତେଥର ଧମକ ଦେଇଛି। ରୁଷ ଓ ୟୁକ୍ରେନ ମଧ୍ୟରୁ ଦୁଇବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି ଏବଂ ଏଥିରେ ସେମାନଙ୍କର ସୈନିକ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି। ଏଣୁ ରୋବୋ ଯୁଦ୍ଧ ହେଉଛି ଏକ ଉତ୍ତମ ଉପାୟ। ଦୁଇଦେଶ ଡ୍ରୋନ୍‌ ଯୁଦ୍ଧ ଚଳାଇଥିବାରୁ ବର୍ତ୍ତମାନ ସେଠାରେ ଯୁଦ୍ଧ ଡ୍ରୋନ୍‌ ଏବଂ ଡ୍ରୋନ୍‌ ମଧ୍ୟରେ ହେଉଥିବାର ମନେହୁଏ।
ସେହିପରି ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ମଧ୍ୟ ରୋବଟ୍‌ ବ୍ୟବହୃତ ହେଉଛି। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼କୁ ତାହାର ‘ଆଇରନ ଡୋମ୍‌’ ରକ୍ଷା କରିଥିଲା। ଏହି ଡୋମ୍‌ ହେଉଛି ଏକ ସ୍ବୟଂଚାଳିତ ପ୍ରତିରକ୍ଷା ବ୍ୟବସ୍ଥା। ଦେଶ ଭିତରକୁ କ୍ଷେପଣାସ୍ତ୍ର ଆସିଲେ ଏହା ତୁରନ୍ତ ଏହାର ଚିହ୍ନଟ କରି ଏହାକୁ ଅକାମୀ କରିଦେବା ପାଇଁ ପଦକ୍ଷେପ ନିଏ। କେବଳ ଡ୍ରୋନ୍‌ ନୁହେଁ, ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଚାଳକବିହୀନ ଟ୍ୟାଙ୍କ ମଧ୍ୟ ବ୍ୟବହୃତ ହେଉଛି। ସୀମାନ୍ତରେ ସୈନ୍ୟମାନଙ୍କୁ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ଦେବା ପାଇଁ ମଧ୍ୟ ଚାଳକବିହୀନ ଗାଡ଼ି ବ୍ୟବହୃତ ହେଉଛି।
ବର୍ତ୍ତମାନ ଡ୍ରୋନ୍‌ର ଚାହିଦା ବୃଦ୍ଧି ପାଇଛି। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଡ୍ରୋନ ପାଇଁ ପ୍ରତ୍ୟେକ ଦେଶ ଆଗ୍ରହୀ। କିନ୍ତୁ ବିଜ୍ଞାନର ଏହି ଉଦ୍ଭାବନ କେବଳ ମାନବ ସେବା ପାଇଁ ହେଉ, ବିନାଶ ପାଇଁ ନୁହେଁ।

ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri