ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ୍‌

ଖୋର୍ଦ୍ଧା ଅଫିସ,୧୪ା୫: ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି ଡକାୟତ ଗ୍ୟାଙ୍ଗ୍‌। ଖୋର୍ଦ୍ଧା ଟାଉନ ଏବଂ ବାଘମାରୀ ପୋଲିସ ପୃଥକ୍‌ ଭାବେ ଦୁଇଟି ଡକାୟତ ଗ୍ୟାଙ୍ଗ୍‌ର ୧୦ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ମୁତାବକ, ୫୭ ନମ୍ବର ଜାତୀୟ ରାଜପଥର ଜଟଣୀ ବାଇପାସ୍‌ ମୋଦି ପଡ଼ିଆରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ଚାଲିଥିବା ଖବର ପାଇ ଟାଉନ ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍‌ ପହଞ୍ଚି ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ସଦର ଥାନା କୁଞ୍ଜରୀର ଜ୍ୟୋତିରଞ୍ଜନ ନନ୍ଦ, ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦ ମୁସ୍‌ଲିମ ସାହିର ରାଜ ଦଳବେହେରା ଓରଫ ଏମ୍‌ଡି ଅବଦ୍ଦୁଲ ରେହମାନ, କାଳିଆ ଓରଫ ଇମ୍‌ରାନ ଖାନ୍‌, ଅବିଦ ଖାନ, ଅଜ୍‌ ଓରଫ ଅଜଗର ଖାନ୍‌, ମହମଦ୍ଦ ଖାନ୍‌, ସିପା ଓରଫ ସୁଦୀପ୍ତ ନାୟକ। ଏମାନଙ୍କ ନିକଟରୁ କଟୁରି, ୪ଟି ଲୁହାରଡ୍‌, ଚାଇନା ମଡେଲ ରୁପାର ପିସ୍ତଲ, ଭୁଜାଲି, ୨ଟି କାଠ ବାଉଁଶ, ୩ଟି ମୋବାଇଲ ଫୋନ ଜବତ ହୋଇଛି। ଜ୍ୟୋତିରଞ୍ଜନଙ୍କ ନଁାରେ ପୂର୍ବରୁ ଟାଉନ ଥାନାରେ ଏକ ମାମଲା ରହିଥିବା ବେଳେ ରାଜ୍‌ ନଁାରେ ୩ଟି, ଇମ୍‌ରାନ ନଁାରେ ୨ଟି, ଅବିଦ ଓ ଅଜଗର ନଁାରେ ଗୋଟିଏ ଲେଖାଏ ମାମଲା ରହିଥିବା ବେଳେ ସିପା ନଁାରେ ୯ଟି ଆପରାଧିକ ମାମଲା ରହିଥିବା ଡିଏସ୍‌ପି ତଥା ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି। ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଓ ଥାନା ଅଧିକାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଅଞ୍ଜି ମଲିକ, ଏଏସ୍‌ଆଇ ପି.ସିଏଚ୍‌ ଜେନା, ଅକ୍ଷୟ କୁମାର ସେଠୀ, ହାବିଲଦାର ଅଭୟ ସାମନ୍ତରାୟ, ପ୍ରଦୀପ ହରିଚନ୍ଦନ, ଏମ୍‌. ଖାନ୍‌, କନ୍‌ଷ୍ଟେବଳ ରବୀନ୍ଦ୍ର ଦାସ, ନିଲୁ ଚରଣ ମଲିକ. ଲଲାଟେନ୍ଦୁ ଶ୍ରୀଚନ୍ଦନ, ଶୁଭ୍ରାଂଶୁ ସାମନ୍ତସିଂହାର, ଏସ୍‌. ବଳିୟାରସିଂ, ଏ. ଦାସ, ବାମନ କହ୍ନାର ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ। ସେହିପରି ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବରସାହି ଏବଂ ପୋଡ଼ାଡିହ ମଧ୍ୟରେ ରହିଥିବା ଏକ ପରିତ୍ୟକ୍ତ ଗୃହରେ ଶୁକ୍ରବାର ଭୋରୁ ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ବାଘମାରୀ ପୋଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବିଭୂତି ବେହେରା ଓରଫ ନନ୍ଦ, ପୋଡ଼ାଡିହର ପ୍ରଭାତ ସେଠୀ ଓରଫ ପ୍ରଭା ଏବଂ ପଙ୍ଗାରସିଂର ସ୍ବପ୍ନେଶ୍ୱର ଦାସ ଓରଫ ସ୍ବପ୍ନକୁମାର ଓରଫ ପପୁ। ବିଭୂତିଙ୍କ ନାମରେ ପୂର୍ବରୁ ବାଘମାରୀ ଥାନାରେ ଏକ ମାମଲା ରହିଥିବା ବେଳେ ପ୍ରଭାତଙ୍କ ବିରୋଧରେ ୪ଟି ଆପରାଧିକ ମାମଲା ରହିଛି। ଘଟଣାସ୍ଥଳରୁ ୨ଟି ଲୁହାରଡ୍‌, ଗୋଟିଏ ପ୍ୟାକେଟ ଲଙ୍କାଗୁଣ୍ଡା, ସିନ୍ଦୂର ପ୍ୟାକେଟ, ଦିଆସିଲି ପ୍ୟାକେଟ, କାଠଗୁଣ୍ଡ, ମୋବାଇଲ, ପ୍ଲାଷ୍ଟିକ ଛୁରି ଜବତ କରାଯାଇଛି ବୋଲି ଥାନାଧିକାରୀ ଅର୍ଚ୍ଚନା ମଲ୍ଲିକ କହିଛନ୍ତି। ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ବାଇଁ, ଏଏସ୍‌ଆଇ ରଞ୍ଜିତ କୁମାର ନାୟକ, କନ୍‌ଷ୍ଟେବଳ ସନ୍ତୋଷ କୁମାର ବେହେରା, ହୃଷୀକେଶ ଦେହୁରୀ ଓ ହିମାନୀ ରାୟ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri