ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନ ୩ଟାରେ ବ୍ୟାଙ୍କର ସଟର ଅଧା ବନ୍ଦ ରହିଥିଲା। ସେତିକିବେଳେ ୨ଜଣ ଯୁବକ ସଟର ଟେକି ବ୍ୟାଙ୍କ ଭିତରକୁ ପ୍ରବେଶ କରି ଭିତର ପଟୁ ସଟର ବନ୍ଦ କରିଦେଇ ଥିଲେ । ସେତିକିବେଳେ ବ୍ୟାଙ୍କର ୨ଜଣ କୋଷାଧ୍ୟକ୍ଷ ମମତା ଭୋଇ ଓ ଚନ୍ଦନ ସାହୁ ଖାଉଥିଲେ। ହେଲେ ବ୍ୟାଙ୍କ ମ୍ୟାନେଜର ବାହାରକୁ ଖାଇବାକୁ ଯାଇଥିଲେ । ଏହାର ଫାଇଦା ନେଇ ଯୁବକ ଦ୍ୱୟ କୋଷାଧ୍ୟକ୍ଷଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଟଙ୍କା କାଉଣ୍ଟର ଦେଖାଇବା ପାଇଁ ଧମକ ଦେଇଥିଲେ। ପରେ କାଉଣ୍ଟର ଡ୍ର’ରୁ ୯ ଲକ୍ଷ ୨୬ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବାରୁ ତୁରନ୍ତ ସେ ବରପାଲି ଆଇଆଇସି ଓ ବ୍ୟାଙ୍କ ଉଚ୍ଚସ୍ତରୀୟ ପଦାଧିକାରୀଙ୍କୁ ଖବର କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଆରମ୍ଭ କରଛି। ଏପରିକି ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମିନା, ଆଇଜି ହିମାଂଶୁ କୁମାର ଲାଲ, ବରପାଲି ଆଇଆଇସି ଜୟରଶ୍ମୀ ସେଠି ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

ରାଜ୍ୟରେ ପୁଣି ବଢ଼ିଲା ଶୀତ: ଆଗାମୀ ୩ ଦିନ କମିବ ପାରଦ, ଏସବୁ ଜିଲାରେ କୁହୁଡ଼ି

ଭୁବନେଶ୍ୱର,୬।୨: ରାଜ୍ୟରେ ଶୀତର ପ୍ରକୋପ ପୁଣି ଥରେ ଅନୁଭୂତ ହେବାକୁ ଲାଗିଛି। ଗତ ଦୁଇ ଦିନ ହେଲା ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବଢ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri