୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବେଲବାହାଳି ଗାଁରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଗାଁ ରେ ଥିବା ଜଗନ୍ନାଥ ମନ୍ଦିର ସହ ମନ୍ଦିର ପରିଷରରେ ଥାବା ମା” ବିମଳା , ମା” ଲକ୍ଷ୍ମୀ ଓ ରାମ ମନ୍ଦିର ଫାଟକ ତାଲାଭାଙ୍ଗି ସୁନା-ରୁପା ଅଳଙ୍କାର ସହ ଦାନବାକ୍ସ ଲୁଟିନେଇଛନ୍ତି।ରାତି ୪ଟା ସମୟରେ ସେବାୟତମାନେ ନିତିକାନ୍ତି କରିବକୁ ଆସିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଚୋରୀ ସମ୍ପର୍କରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ତେବେ ପୋଲିସର ପ୍ରାଥମିକ ତଦନ୍ତ ବେଳେ ଦାନ ବାକ୍ସ ଗୁଡିକ ମନ୍ଦିରଠାରୁ କିଛି ଦୂରରେ ଥିବା ଏକ କୁଟା ବଦାଡିରେ ପଡିଥିବା ଦେଖିବାକୁ ମିଳିଛି। ହେଲେ ସେଥିରେ ଟଙ୍କା ନ ଥିବା ଜଣା ପଡିଛି। ଦୁଇ ବର୍ଷ ପୂର୍ବେ ଏହି ମନ୍ଦିରରୁ ଥରେ ଚୋରି ହୋଇଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଚୋରକୁ ଧରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

ମମତାଙ୍କ ଖେଳକୁ ବିଗାଡ଼ିଦେଲା ଏହି ୫ କାରଣ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ୧୮୮ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୯୯ଟି…

ଖାତାକୁ ଗଲା ସୁଭଦ୍ରା ଟଙ୍କା: ଏବେ କରନ୍ତୁ ଚେକ୍‌…

ଭୁବନେଶ୍ୱର,୪।୫: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ୩ୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିଲା ଟଙ୍କା। ୬୧ କୋଟିରୁ ଊର୍ଦ୍ଧ୍ବ…

ସାମାନ୍ୟ ବର୍ଷାରେ ପୋଖରୀ ପାଲଟୁଛି ଗୁଡ଼ାରି ସହର 

ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ…

ଅମାନତ ହରାଇବ TMC? ମ୍ୟାଜିକ ନମ୍ବର ପାର କଲା ଭାଜପା

କୋଲକାତା,୪।୫: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ଭାରତୀୟ ଜନତା ପାର୍ଟି (ଭାଜପା) ଭୋଟରେ ବହୁମତ ହାସଲ କରୁଥିବା ପରି ମନେ ହେଉଛି। ସକାଳ ୧୦ଟା ସୁଦ୍ଧା, ଭାଜପା…

ସହିପାରିଲେନି…. ଚେନ୍ନାଇ DMK ମୁଖ୍ୟାଳୟରେ ଭୋଭୋ ହୋଇ କାନ୍ଦିଲେ ଷ୍ଟାଲିନଙ୍କ ସମର୍ଥକ, ତମ୍ବୁ ମଧ୍ୟ ଭାଙ୍ଗିଲେ

ଚେନ୍ନାଇ,୪।୫: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବା ସହିତ, ତାମିଲନାଡୁରେ ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତା ହେଉଥିବା ପରି ମନେ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri