ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ ପଶିବା ଘଟଣା ଆଳି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି। ଆଳି ଥାନାଠାରୁ ମାତ୍ର ଗୋଟାଏ କିଲୋମିଟର ଦୂରରେ ଥିବା ଲୋକାପଡ଼ା ଗ୍ରାମରେ ଲୁଟେରା ଗ୍ୟାଙ୍ଗ ଏଭଳି କାଣ୍ଡ ଭିଆଇଛନ୍ତି l ଯୁବ ବ୍ୟବସାୟୀ ସମ୍ବିତ ଦାସଙ୍କ ଘରେ ଓ ଅଫିସରେ ଲୁଟେରାମାନେ ମୁହଁରେ ମାସ୍କ ବାନ୍ଧି ବିଭିନ୍ନ ମାରଣାସ୍ତ୍ର ଧରି ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଆଳି ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ଗ୍ରାମର ମନୋଜ ରାୟଙ୍କ ପରିବାର ଲୋକେ ଏକ ବିବାହ ଉତ୍ସବ ନିମନ୍ତେ ଭୁବନେଶ୍ୱର ଯାଇଥିବା ବେଳେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେବା ସହ ଶରତ ରାୟଙ୍କ ଘରୁ ମଧ୍ୟ ଚୋରି ହୋଇଛି। ଗୋଟିଏ ରାତିରେ ଲୁଟେରାଙ୍କ ଏହି କାଣ୍ଡ ସାଧାରଣରେ ଆତଙ୍କ ଖେଳାଇ ଦେଇଥିବା ବେଳେ ପୋଲିସ ପାଟ୍ରୋଲିଂ ଅଭାବରୁ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରି ଚାଲିଛନ୍ତି। ପୋଲିସ କେବେ ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରୁଛି ତାହା ଦେଖିବାକୁ ବାକି ରହିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡାଷ୍ଟକ ଯୋଗ, ସତର୍କ ରୁହନ୍ତୁ ଏହି ୩ ରାଶି

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ, ୨୦୨୬ ରେ ହେବ । ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୨ ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି…

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଯୁଦ୍ଧ ଭିତରେ ମୋଦିଙ୍କୁ ଚିଠି ଲେଖିଲେ ଜିତୁ ପଟଓ୍ବାରୀ

ଭୋପାଳ,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ନାଗରିକଙ୍କ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

PM ମୋଦିଙ୍କ ଇସ୍ତ୍ରାଏଲ ଗସ୍ତ ଯୋଗୁ ୪୮ ଘଣ୍ଟା ପାଇଁ ଅଟକିଯାଇଥିଲା ଇରାନ ଉପରେ ଆକ୍ରମଣ? ଯୁଦ୍ଧ ଆରମ୍ଭ ହେବା ପରେ ଚର୍ଚ୍ଚା…

ଜେରୁସେଲମ/ନୂଆଦିଲ୍ଲୀ,୧।୩: ଗତ ଶନିବାର ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ବିଭିନ୍ନ ସ୍ଥାନରେ ହଠାତ ଆକ୍ରମଣ କରିଥିଲେ, ସେତେବେଳେ ସମଗ୍ର ବିଶ୍ୱରେ ଉତ୍ତେଜନା ଖେଳିଯାଇଥିଲା।…

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri