ରାସ୍ତା ପାର୍ଶ୍ୱ ଗଛ ପୋଡ଼ି ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଚମ୍ପଟ

ଓଡ଼ଗାଁ,୨୭ା୧୨(ଡି.ଏନ୍‌.ଏ.): ଓଡ଼ଗାଁ ଆଦର୍ଶ ଥାନା ଓ ବନାଞ୍ଚଳ ଅନ୍ତର୍ଗତ ଭାଡ଼ିକିଲା-ମହୁଲିଆ ରାସ୍ତାରେ ଜଙ୍ଗଲ ବିଭାଗ ଦ୍ୱାରା ଲଗାଯାଇଥିବା ଗଛ ସହିତ ଅଟେଇ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ।
ସୂଚନାନୁସାରେ, କେତେକ ଯୁବକ ମଦ୍ୟପାନ କରି ଗଛ ପାଖରେ ପାଳ ଏକାଠି କରି ସେଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପ୍ରାୟ ୧୨ରୁ ଅଧିକ ଗଛ ପୋଡ଼ିଯାଇଥିବା ସୂଚନା ମିଳିଛି। ପୋଲିସ ଓ ବନ ବିଭାଗ ପହଞ୍ଚିବାରୁ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ହେଲେ ପୋଲିସ ଓ ବନ ବିଭାଗ ସେମାନେ ଛାଡ଼ି ଯାଇଥିବା ଓଡି ୨୫ ଏଫ୍‌ ୯୨୦୦ ନମ୍ବର ବିଶିଷ୍ଟ ବାଇକ୍‌ ଜବତ କରି ସମ୍ପୃକ୍ତ ଯୁବକମାନଙ୍କ ସମ୍ପର୍କରେ ତଦନ୍ତ କରୁଥିବା ଆଇଆଇସି ପ୍ରଜ୍ଞାପାରମିତା ଜେନା ଓ ରେଞ୍ଜର ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି।