ନିଆଁରେ ପୋଡ଼ୁଛି ରାସ୍ତାପାର୍ଶ୍ୱ ଗଛ

ନୟାଗଡ଼ ଅଫିସ, ୭।୩ – ଶରଣକୂଳ-ଓଡଗାଁ ରାସ୍ତାପାର୍ଶ୍ୱରେ ବନବିଭାଗ ପକ୍ଷରୁ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା ପଦା ହେବାକୁ ବସିଛି । ରାସ୍ତାପାର୍ଶ୍ୱରେ ପାଳ ଓ ଆବର୍ଜନା ଗଦା ଦେଉଛି । ଲୋକମାନେ ସେଥିରେ ନିଆଁ ଲଗାଇ ଦେବାରୁ ଗଛଗୁଡ଼ିକ ପୋଡ଼ି ଯାଉଛି । ଗତ ୬ମାସ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ଗଛ ଏହି କାରଣରୁ ପୋଡ଼ିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଆଉ କେତେକ ଗଛକୁ ଗୃହପାଳିତ ପଶୁମାନେ ଖାଇ ନଷ୍ଟ କରି ଦେଉଛନ୍ତି । ଏ ସଂକ୍ରାନ୍ତରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ନ ଥିବାରୁ ରାସ୍ତାପାର୍ଶ୍ୱ ଏବେ ବୃକ୍ଷଶୂନ୍ୟ ହୋଇପଡିଛି ।
ସୂଚନା ଅନୁଯାୟୀ, ପ୍ରାୟ ୧ବର୍ଷ ତଳେ ଶରଣକୂଳ-ଓଡ଼ଗାଁ ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇଥିଲା । ପ୍ରାୟ ୧ ହଜାର ଚାରା ରାସ୍ତାପାର୍ଶ୍ୱରେ ରୋପଣ କରାଯାଇଥିଲା । ହେଲେ ବନବିଭାଗ ଚାରା ରୋପଣ ପରେ ଚୁପ୍‌ ହୋଇ ବସିଥିଲା। ଫଳରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଚାରା ଆବଶ୍ୟକ ପାଣି ଓ ଯତ୍ନ ଅଭାବରୁ ନଷ୍ଟ ହୋଇଯାଇଥିଲା। ଅବଶିଷ୍ଟ ଚାରା ଶାଖାପ୍ରଶାଖା ମେଲାଇ ବଢ଼ିବାକୁ ଲାଗିଥିଲା ା ହେଲେ ଶରଣକୂଳ-ଓଡ଼ଗଁା ରାସ୍ତାରେ ଥିବା ପାଳ ଓ ଧାନଗଦା ସେହି ଗଛଗୁଡ଼ିକ ପାଇଁ କାଳ ହୋଇଛି। ଏବେ ପାଳ ଓ ନଡାର ଚାହିଦା ନାହିଁ। ଫଳରେ ଚାଷୀଙ୍କ ସହିତ ସ୍ଥାନୀୟ ଲୋକମାନେ ପାଳକୁ ରାସ୍ତାପାର୍ଶ୍ୱରେ ଗଦା କରି ନିଅଁା ଲଗାଇ ଦେଉଛନ୍ତି । ସେହି ନିଆଁରେ ଗଛଗୁଡ଼ିକ ଜଳି ଯାଉଛି ା ସେହିପରି ରାସ୍ତାପାର୍ଶ୍ୱରେ ଲୋକମାନେ ଅଳିଆ ଆବର୍ଜନା ଜମା କରୁଛନ୍ତି । ସେହି ଆବର୍ଜନା ଶୁଖିଯିବା ପରେ ସେଥିରେ ନିଅଁା ଲଗାଇ ପୋଡ଼ିଦେବାକୁ ଉଚିତ୍‌ ମଣୁଛନ୍ତି ା ହେଲେ ଏହାଦ୍ୱାରା କେତେ ଗଛ ଜଳି ଯାଉଛି ସେଥିପ୍ରତି ସେମାନେ ସଚେତନ ନୁହନ୍ତି ା ଅପରପକ୍ଷେ ଗତ ବର୍ଷ ଲାଗିଥିବା ଗଛର ଅଟେଇଗୁଡ଼ିକ ଉପରକୁ ଟେକା ଯାଉନି । ଏଣୁ ସେହି ଗଛକୁ ଗୋରୁ ଖାଇ ନଷ୍ଟ କରୁଛନ୍ତି । ବନବିଭାଗ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଗଛ ପୋଡ଼ି ରୋକିବା ପାଇ ଁପଦକ୍ଷେପ ନ ନେଲେ ରାସ୍ତାପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ପରିବେଶବିତ୍‌ ବିିଭୂ ପ୍ରସାଦ ଦାଶ କୁହନ୍ତି, ଗଛ ଲଗାଇବାକୁ ସମସ୍ତଙ୍କ ଆଗ୍ରହ ରହିଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବାକୁ କାହାରି ଆନ୍ତରିକତା ନାହିଁ । ଏଣୁ ଗଛଗୁଡିକ ନିଅଁାଲାଗି ଅଥବା ଗୃହପାଳିତ ପ୍ରାଣୀଙ୍କ ଦ୍ୱାରା ନଷ୍ଟ ହେଉଛି । ଏହାକୁ ଅଣଦେଖା କଲେ ସମସ୍ତଙ୍କ ପାଇଁ ବିପଦ ବୋଲି ସେ ସତର୍କ କରାଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri