ବର୍ଷାରେ ଧୋଇଗଲା ରାସ୍ତା, ୩ ପଞ୍ଚାୟତବାସୀ ହନ୍ତସନ୍ତ

ମୋହନା,୧୮ା୮(ମନ୍ମଥ ମିଶ୍ର): କିଛିଦିନ ହେଲା ଲଘୁଚାପ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି। ଗଜପତି ଜିଲା ମୋହନା ବ୍ଲକ କର୍ଚବାଡ଼ି ପଞ୍ଚାୟତଠାରୁ ବୁଡ଼ରିଙ୍ଗ ଦେଇ ଅନ୍ତରବା, ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ଯାଇଛି। ଫଳରେ ଲୋକେ ଯାତାୟାତରେ ବହୁ ସମସ୍ୟା ଭୋଗୁଛନ୍ତି। ଗତ କିଛି ମାସ ତଳେ ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ହେଲେ କିଛି ଦିନ ପରେ ଏହି ରାସ୍ତାରେ ପିଚୁ ଉଠିଯିବା ସହ ବର୍ଷାରେ ଧୋଇ ହୋଇଯାଇଛି। ଏଥିପାଇଁ ଗତ କିଛି ଦିନ ତଳେ ସ୍ଥାନୀୟ ସମିତି ସଭ୍ୟ ଟୁନା ମଲ୍ଲିକ ଏହି ରାସ୍ତାର ଫଟୋ ଉଠାଇ ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଦେଇଥିଲେ। ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ବର୍ତ୍ତମାନ ଗତ କିଛି ଦିନ ହେଲେ ପ୍ରବଳ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ପାଣି ଚାଲୁଛି। ରାସ୍ତା ଧୋଇ ହେବାସହ ନାଳ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରାୟ ୧୦ରୁ ଅଧିକ ଗ୍ରାମବାସୀ ଯାତାୟାତ କରୁଛନ୍ତି। ତେଣୁ ତୁରନ୍ତ ରାସ୍ତା ମରାମତି ପାଇଁ ସମିତି ସଭ୍ୟ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ସରକାର ଯଦି ଦାବି ନ ଶୁଣନ୍ତି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଏ ବିଷୟରେ ସହକାରୀ ଯନ୍ତ୍ରୀ ଶିବରାମ ସାହୁଙ୍କୁ ପଚାରିବାରୁ ବର୍ଷା ବନ୍ଦ ହେବା ପରେ ଖୁବ୍‌ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି।…

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମୋଟ ସମ୍ପତ୍ତି କେତେ? ଫର୍ମ, ଫିଟନେସ, ଆୟ ଦୃଷ୍ଟିରୁ ବିଶ୍ୱର ଏକ ନମ୍ବର କ୍ରୀଡ଼ାବିତ

ନୂଆଦିଲ୍ଲୀ,୫।୧୧: ବିଶ୍ୱ କ୍ରୀଡ଼ା ଇତିହାସରେ ଏପରି କିଛି ନାମ ରହିଛି ଯାହା ସୀମା, ପିଢ଼ି ଏବଂ ରେକର୍ଡର ଊର୍ଦ୍ଧ୍ୱକୁ ଯାଇ ଇତିହାସର ସୁବର୍ଣ୍ଣ ପୃଷ୍ଠାରେ ନିଜର ସ୍ଥାନ…

BCCIର ବଡ଼ ନିଷ୍ପତ୍ତି, ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସ୍ଥାନ ପରିବର୍ତ୍ତନ

ନୂଆଦିଲ୍ଲୀ,୫।୧୧: ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

ବଡ଼ଗାଁ,୫।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗାଁ ନିକଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ରାଜପଥ ପାର୍ଶ୍ବରେ ବନ୍ଦ…

WPL 2027 ଟ୍ରଫିକୁ ନେଇ ବଡ଼ କଥା କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୫।୧୧: ମହିଳା ପ୍ରିମିୟର ଲିଗ (WPL) ୨୦୨୭ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୭ରେ ଏହାର…

‘ସେ ମୁମ୍ବାଇ ଯାଇ ଫସିଗଲେ…’ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର, ହେଲାଣି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୧: ଆଇପିଏଲ (IPL) ୨୦୨୭ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ ନାହିଁ। ତାଙ୍କର ଅନ୍ୟ ଦଳକୁ ଯିବା (ଟ୍ରେଡ ହେବା) ନେଇ ଚର୍ଚ୍ଚା…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…

ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?