୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ…

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ରାସ୍ତା ସମ୍ପ୍ରସାରଣର ଆରମ୍ଭର ଇତି ମଧ୍ୟରେ ୪ ବର୍ଷ ବିତିଲାଣି ତଥାପି ରାସ୍ତା କାର୍ଯ୍ୟ ଶେଷ ହେଉନି। ଚୁକ୍ତି ଅନୁସାରେ ୨୦୨୩ରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ନାଁ ଧରୁନି। ଫଳରେ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁଛି ଗାଡ଼ି ମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଉଛି। ବର୍ଷା କାରଣରୁ ରାସ୍ତାର ଅବସ୍ଥା ଦ୍ବିଗୁଣିତ ଶୋଚନୀୟ ହୋଇପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକକେତା ରାସ୍ତା କାର୍ଯ୍ୟରେ।

ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିମନବାଡ଼ିଠାରୁ ରାଇକିଆ ମୋଟ୍‌ ୨୫ କିମି ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଅଧୀନରେ ୧୫ କିମି ରାସ୍ତା ସିମନବାଡ଼ିଠାରୁ ବାଡ଼ାବାଙ୍ଗା ପଞ୍ଚାୟତର ସିକକେତା ପର୍ଯ୍ୟନ୍ତ ରହିଛି। ଉକ୍ତ ରାସ୍ତାକୁ ସମ୍ପ୍ରସାରଣ ପାଇଁ ସରକାର ମୋଟ୍‌ ୨୦ କୋଟି ୩୬ ଲକ୍ଷ ୩୮ ହାଜର ୯୯୮ ଅର୍ଥ ଅନୁଦାନ ଦେଇଛନ୍ତି। କିନ୍ତୁ ଉକ୍ତ ରାସ୍ତାରୁ ମାତ୍ର ୨ କିମି ପାଖାପାଖି ପିଚୁ ପଡ଼ିଥିବା ବେଳେ ଆହୁରି ୧୩ କିମି କାମ ଆରମ୍ଭ ପୂର୍ବରୁ ଯେଉଁ ଅବସ୍ଥା ରହିଥିଲା। ତା’ଠାରୁ ଅଧିକ ବିପର୍ଯ୍ୟୟ ହୋଇପଡ଼ିଛି। ଫଳରେ ଲୋକଙ୍କ ପାଇଁ ଉକ୍ତ ରାସ୍ତାରେ ଯାତାୟାତ ସମସ୍ୟା ଦେଖାଦେଉଛି। କୌଣସି ଜରୁରୀ କାର୍ଯ୍ୟ ନଥିଲେ ଉକ୍ତ ରାସ୍ତାରେ କେହି ଯାତାୟାତ କରୁନାହାନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଗତ ୨୯ ଜୁନ୍‌ ୨୦୨୨ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟଶେଷ ଦିନ ୨୯ ସେପ୍ଟେମ୍ବର ୨୦୨୩ ରହିଥିଲା କିନ୍ତୁ କାର୍ଯ୍ୟ ସରିବାର ସମୟସୀମା ୨ ବର୍ଷ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସଙ୍କୁ ପଚାରିବାରୁ ବର୍ଷା ଯୋଗୁ ଏବେ କାର୍ଯ୍ୟ ବନ୍ଦ ରହିଛି। ବର୍ଷା ଛାଡ଼ିଲେ ପୁଣି ମେଟାଲିଂ ଓ ପିଚୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri