ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ

କୋରାପୁଟ,୧୬ା୩(ଅମିତାଭ ବେହେରା): ନିର୍ବାଚନ ପୂର୍ବରୁ କୋରାପୁଟ ରାସ୍ତା ଓ ଗୃହ ବିଭାଜନ ତରଫରୁ କୋରାପୁଟ ସହରରେ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ। ନେତା ଓ ଠିକାଦାରଙ୍କ ପକେଟ ଗରମ ପାଇଁ ଏଭଳି ତରବରିଆ ଭାବେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ବେଳେ ଏଥିନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ କୋରାପୁଟର ବିଭିନ୍ନ ଜାଗାରେ ରାସ୍ତା ଓ ଗୃହ ବିଭାଜନ ତରଫରୁ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ ଗୃହ ବିଭାଜନ ଏବେ ଯେଉଁ କାର୍ଯ୍ୟ କରୁଛି ସେ ସବୁ କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ବହୁ ଦିନରୁ ଦାବି କରି ଆସୁଥିଲେ ହେଁ ରାସ୍ତା ଓ ଗୃହ ବିଭାଜନ ଅଞ୍ଚଳବାସୀଙ୍କ କଥାକୁ କର୍ଣ୍ଣପାତ କରୁ ନ ଥିଲା।  କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ମାର୍ଚ୍ଚ ମାସର ଟାର୍ଗେଟ ପୂରଣ କରିବା ପାଇଁ ଏପରି ରାତି ଅଧିଆ କାର୍ଯ୍ୟ ଚାଲିଛି। ଯାହା ଫଳରେ କାମ ସରିବାର ୨ ଦିନ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହିତ କିଛି ସ୍ଥାନରେ ବଜୁରି ବାହାରି ଯାଇଥିବା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

ବିଭାଗ ପକ୍ଷରୁ କୋରାପୁଟ ପୌର ପରିଷଦ ଅଧୀନରେ ହୋଇଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରାସ୍ତା, ଚନ୍ଦନ ପୋଖରୀ, ମାଉସୀ ମା’ ମନ୍ଦିରଠାରୁ ରେଲଓ୍ବେ ପୋଲ ପର୍ଯ୍ୟନ୍ତ ଯେତେ ସବୁ କାର୍ଯ୍ୟ କରାଯାଇଛି ତାହା ସବୁ ଏବେ ବଜୁରି ବାହାରି ଗଲାଣି। ମାଉସୀ ମା’ ମନ୍ଦିରଠାରୁ ରେଲୱେ ପୋଲ ପର୍ଯ୍ୟନ୍ତ ହେଉଥିବା ୨ କିଲୋମିଟର ରାସ୍ତା ମରାମତି ପାଇଁ ୩୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ବର୍ଷାଦିନରେ ସେହି ରାସ୍ତା ତରବରିଆ ଭାବେ କରା ଯାଇଥିଲା। କିଛି ମାସ ବ୍ୟବଧାନରେ ପୁଣି ଉକ୍ତ ରାସ୍ତାକୁ ମରାମତି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ନେତା ଓ ଠିକାଦାର ପକେଟ ଗରମ ପାଇଁ ଏପରି ତରବରିଆ ଭାବେ ନିମ୍ନମାନର ରାସ୍ତା କାର୍ଯ୍ୟ ଚାଲିଛି ବୋଲି କୋରାପୁଟର ଯୁବ ଆଇନଜୀବୀ ରୂପକ ତୁରୁକ ଏବଂ ସାମାଜିକ କର୍ମୀ କାମାକ୍ଷା ପାଢ଼ୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri