Categories: ବାଣିଜ୍ୟ

ଏଏସ୍‌ଜି ହସ୍ପିଟାଲ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଏଏସ୍‌ଜି ନେତ୍ର ଚିକିତ୍ସାଳୟ, ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଏଏସ୍‌ଜି ନେତ୍ର ଚିକିତ୍ସାଳୟଠାରେ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା, ମହର୍ଷି କଲେଜ ଅଫ୍‌ ନାଚୁରାଲର ଫ୍ଲାଇଟ୍‌ ଲ୍ୟୁଟ୍‌ନଣ୍ଟ ଡା. ମିହିର ସାରନ୍‌, ଏଏସ୍‌ଜି ନେତ୍ର ଚିକିସତ୍ାଳୟ ଭୁବନେଶ୍ୱରର ମେଡିକାଲ ଡାଇରେକ୍ଟର ଡା. ବିଘ୍ନରାଜ ପାଲ, ସେଣ୍ଟର ମ୍ୟାନେଜର ବିଶ୍ୱଜିତ ମିଶ୍ର ଏବଂ ମାର୍କେଟିଂ ମ୍ୟାନେଜର ଅରବିନ୍ଦ ଜେନାଙ୍କ ସମେତ ମେଡିକାଲ ରେଟିନା କନ୍‌ସଲଟାଣ୍ଟ ଡା. ଗାୟତ୍ରୀ କାନୁନ୍‌ଗୋ ପ୍ରମୁଖ ଅଂଶ ଗ୍ରହଣକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯେଉଁ ବ୍ୟକ୍ତିମାନେ ଟ୍ରାଫିକ୍‌ ନିୟମ ପାଳନ କରି ଯାନବାହନ ଚଳାଉଥିଲେ ସେମାନଙ୍କୁ ଏଏସ୍‌ଜି ନେତ୍ର ଚିକିତ୍ସାଳୟର ମାଗାଣା ହେଲ୍‌ଥ କାର୍ଡ ଏବଂ ଗୋଲାପ ଫୁଲତୋଡ଼ା ଦେଇ ଚିକିତ୍ସାଳୟର କର୍ମଚାରୀମାନେ ସମ୍ବର୍ଦ୍ଧନା କରିଥିଲେ। ଏହି ପରିପ୍ରେକ୍ଷୀରେ ଟ୍ରାଫିକ୍‌ କର୍ମଚାରୀମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ ମହର୍ଷି ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରୀଛାତ୍ରମାନେ ଯୋଗଦାନ କରିଥିଲେ।

 

 

Share