Categories: ବାଣିଜ୍ୟ

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି। ଏହି ପରିପ୍ରେକ୍ଷୀରେ ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଆରଆଇଏମଆଇଟିଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୩୦୦୦ରୁ ଅଧିକ ଛାତ୍ରୀଛାତ୍ର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।
ଏ ସମ୍ପର୍କରେ ଏଚଏମ୍‌ଏସ୍‌ଆଇର ଅପରେଟିଂ ଅଫିସର (ବ୍ରାଣ୍ଡ୍‌ ଓ କମ୍ୟୁନିକେଶନ) ପ୍ରଭୁ ନାଗରାଜ କହିଛନ୍ତି, ସଡ଼କ ସୁରକ୍ଷା ମାନସିକତା ବିକାଶ କରିବା ଲାଗି ସଡ଼କ ସୁରକ୍ଷା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ସଡ଼କରେ ଏକ ସୁରକ୍ଷିତ ଭାରତ ଗଠନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଜାରି ରଖି ଆମେ ଆମର କ୍ଷେତ୍ର ଭିତ୍ତିକ ସୁରକ୍ଷା ତାଲିମ-ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭଯାନକୁ ପୁନର୍ବାର ଚାଲୁ କରିଛୁ।

Share