କଳିଙ୍ଗାଘାଟିରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ: ରାଜସ୍ଥାନରୁ ଆସିବେ ବିଶେଷଜ୍ଞ ଟିମ୍‌

ଜି ଉଦୟଗିରି, ୨୬/୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଭୁସ୍ଖଳନ ଘଟିଥିବା କଳିଙ୍ଗା ଘାଟିରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଶୁକ୍ରବାର ସିମେଣ୍ଟ କଂକ୍ରିଟ ପକାଯାଉଛି । ଉଭୟପଟକୁ ରାସ୍ତା ସଂଯୋଗ ହୋଇ ଠିକା ସଂସ୍ଥାର ରାସ୍ତା ତିଆରି ମେସିନ ଯିବା ଆସିବା କରୁଛି । କିନ୍ତୁ ଉପର ମୁଣ୍ଡରେ ବିଶାଳକାୟ ବଡ଼ ବଡ଼ ପଥର ଝୁଲି ରହିଛି । ସେଗୁଡ଼ିକୁ ନ ଖସାଇବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିପାରିବ ନାହିଁ । ଶନିବାର ଏକ ବିଶେଷଜ୍ଞ ଟିମ ରାଜସ୍ଥାନରୁ ଆସିବେ ସେମାନେ ସେଇ ପଥର ଗୁଡିକୁ ଖସାଇବା ବ୍ୟବସ୍ଥା କରିବେ।

ଆସନ୍ତା ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା କଳିଙ୍ଗା ଘାଟି ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ବାଭାବିକ କରିବା ପାଇଁ ଲକ୍ଷ ରଖିଛୁ ବୋଲି ଜାତୀୟ ରାଜପଥ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା କହିଛନ୍ତି । ମୁଖ୍ୟଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପଟେ ଘାଟିର ଅନେକ ସ୍ଥାନରେ ବଡ଼ ବଡ଼ ପଥର ଝୁଲି ରହିଛି। ସେଗୁଡ଼ିକୁ ପେକିଙ୍ଗ ଦେଇ ନରଖିଲେ ବିପଦ ସୃଷ୍ଟି କରିବ ତେଣୁ ବିଭାଗ ସେସବୁକୁ ମଧ୍ୟଦୃଷ୍ଟିଦେବା ଆବଶ୍ୟକ।

ଗତ ୧୧ ଦିନ ହେବ ଘାଟିରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଚକାପାଦ ଦେଇ ଭଞ୍ଜନଗର ଯିବାକୁ ଅଧିକ ୫୦ କିଲୋମିଟର ପଡୁଛି । ଯାଫଳରେ ଜି ଉଦୟଗିରି ରେ ପନିପରିବା ଓ ମାଛ ଦର ବହୁତ ବୃଦ୍ଧି ଘଟିଛି । ଯାତ୍ରୀମାନେ ଅଧିକ ଭଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର ଓ ଭଞ୍ଜନଗର ଯାଉଛନ୍ତି । ଆମ୍ବୁଲାନ୍ସ ବ୍ରହ୍ମପୁର ଯିବାକୁ ଅଧିକ ସମୟ ଲାଗୁଚି । ପୁଣି ଚକାପାଦ ରାସ୍ତା ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ଅଛି । ଅତିଶୀଘ୍ର କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ କଲେ ଜନସାଧାରଣ ଉପକୃତ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri