ରାସ୍ତା-ଓଭରବ୍ରିଜ କାମରେ ବିଳମ୍ବକୁ ନେଇ ରାସ୍ତାରୋକୋ

ଆନନ୍ଦପୁର,୧୯ା୬(ସୁଶାନ୍ତ କୁମାର ସାହୁ): ଓଭର ବ୍ରିଜ୍‌ ଓ ରାସ୍ତା ନିର୍ମାଣରେ ବିଳମ୍ବକୁ କେନ୍ଦ୍ର କରି ଏନ୍‌.ଏଚ୍‌ ଅବରୋଧ କରିଛନ୍ତି ଲୋକେ। ରାସ୍ତାରୋକୋ ଯୋଗୁ ଅଟକି ରହିଥିଲା ଅନେକ ଯାନବାହନ। କେନ୍ଦୁଝର ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଉପଖଣ୍ଡ ଶାଳପଡ଼ାଠାରେ ନିର୍ମାଣ ଚାଲିଛି ନୂଆ କରି ଆଉ ଏକ ଓଭରବ୍ରିଜ କାମ। ଫଳରେ ମଧ୍ୟ ରାସ୍ତା ପରିବର୍ତ୍ତେ ଗାଡ଼ିଗୁଡ଼ିକୁ ରାସ୍ତାର ଉଭୟପାଶର୍‌ବରେ ଥିବା ସର୍ଭିସ୍‌ ରୋଡ୍‌କୁ ମଧ୍ୟ ରାସ୍ତା ଭାବେ ବ୍ୟବହାର କରାଯାଉଛି। ହେଲେ ଏହି ସର୍ଭିସ ରୋଡ୍‌ରେ ମାତ୍ରାଧିକ ଆଇରନ ଗାଡ଼ି ଚଳାଚଳ ଯୋଗୁ ରାସ୍ତାରେ ବଡ଼ବଡ଼ ଖାଲ ହୋଇଯାଇଥିବାରୁ ଯାତ୍ରୀମାନେ ଯମଯନ୍ତ୍ରଣା ଭୋଗୁଛନ୍ତି। ସର୍ଭିସ ରୋଡ୍‌ଗୁଡ଼ିକ ମରାମତି ହେଉନାହିଁ। ଯାହା ଫଳରେ ଧୂଳିଧୂଆଁରୁ ଅତିଷ୍ଠ ସ୍ଥାନୀୟ ଲୋକେ ଗୁରୁବାର ସକାଳ ୧୦ ଘଟିକା ସମୟରେ ଆନନ୍ଦପୁରରୁ ଯାଜପୁର ଯିବା ପାଇଁ ବ୍ୟବହାର ହେଉଥିବା ଶାଳପଡ଼ା ବାମପାଖ ସର୍ଭିସ ରୋଡ୍‌କୁ ବନ୍ଦ କରି ବସିଛନ୍ତି। ଉଭୟ ରାସ୍ତା କାମ ଓ ଓଭରବ୍ରିଜ୍‌ କାମ ଏକ ମାସ ମଧ୍ୟରେ ସମ୍ପନ୍ନ କରିବାର ଲିଖିତ ପ୍ରତିଶ୍ରୁତି ପାଇଁ ଜିଦ୍‌ ଧରି ବସିଛନ୍ତି ଲୋକେ। ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତା ଓ ଓଭରବ୍ରିଜ ନିର୍ମାଣକାରୀ ଠିକାସଂସ୍ଥା ସୁପରଭାଇଜର ପୁନିତ ଡିଙ୍ଗ୍ରା ଘଟଣାସ୍ଥଳରେ ପହଞ୍ଚି ପ୍ରତିଦିନ ସର୍ଭିସ ରୋଡ୍‌ ମେଣ୍ଟେନାନ୍ସ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri