ରାସ୍ତା-ଓଭରବ୍ରିଜ କାମରେ ବିଳମ୍ବକୁ ନେଇ ରାସ୍ତାରୋକୋ

ଆନନ୍ଦପୁର,୧୯ା୬(ସୁଶାନ୍ତ କୁମାର ସାହୁ): ଓଭର ବ୍ରିଜ୍‌ ଓ ରାସ୍ତା ନିର୍ମାଣରେ ବିଳମ୍ବକୁ କେନ୍ଦ୍ର କରି ଏନ୍‌.ଏଚ୍‌ ଅବରୋଧ କରିଛନ୍ତି ଲୋକେ। ରାସ୍ତାରୋକୋ ଯୋଗୁ ଅଟକି ରହିଥିଲା ଅନେକ ଯାନବାହନ। କେନ୍ଦୁଝର ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଉପଖଣ୍ଡ ଶାଳପଡ଼ାଠାରେ ନିର୍ମାଣ ଚାଲିଛି ନୂଆ କରି ଆଉ ଏକ ଓଭରବ୍ରିଜ କାମ। ଫଳରେ ମଧ୍ୟ ରାସ୍ତା ପରିବର୍ତ୍ତେ ଗାଡ଼ିଗୁଡ଼ିକୁ ରାସ୍ତାର ଉଭୟପାଶର୍‌ବରେ ଥିବା ସର୍ଭିସ୍‌ ରୋଡ୍‌କୁ ମଧ୍ୟ ରାସ୍ତା ଭାବେ ବ୍ୟବହାର କରାଯାଉଛି। ହେଲେ ଏହି ସର୍ଭିସ ରୋଡ୍‌ରେ ମାତ୍ରାଧିକ ଆଇରନ ଗାଡ଼ି ଚଳାଚଳ ଯୋଗୁ ରାସ୍ତାରେ ବଡ଼ବଡ଼ ଖାଲ ହୋଇଯାଇଥିବାରୁ ଯାତ୍ରୀମାନେ ଯମଯନ୍ତ୍ରଣା ଭୋଗୁଛନ୍ତି। ସର୍ଭିସ ରୋଡ୍‌ଗୁଡ଼ିକ ମରାମତି ହେଉନାହିଁ। ଯାହା ଫଳରେ ଧୂଳିଧୂଆଁରୁ ଅତିଷ୍ଠ ସ୍ଥାନୀୟ ଲୋକେ ଗୁରୁବାର ସକାଳ ୧୦ ଘଟିକା ସମୟରେ ଆନନ୍ଦପୁରରୁ ଯାଜପୁର ଯିବା ପାଇଁ ବ୍ୟବହାର ହେଉଥିବା ଶାଳପଡ଼ା ବାମପାଖ ସର୍ଭିସ ରୋଡ୍‌କୁ ବନ୍ଦ କରି ବସିଛନ୍ତି। ଉଭୟ ରାସ୍ତା କାମ ଓ ଓଭରବ୍ରିଜ୍‌ କାମ ଏକ ମାସ ମଧ୍ୟରେ ସମ୍ପନ୍ନ କରିବାର ଲିଖିତ ପ୍ରତିଶ୍ରୁତି ପାଇଁ ଜିଦ୍‌ ଧରି ବସିଛନ୍ତି ଲୋକେ। ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତା ଓ ଓଭରବ୍ରିଜ ନିର୍ମାଣକାରୀ ଠିକାସଂସ୍ଥା ସୁପରଭାଇଜର ପୁନିତ ଡିଙ୍ଗ୍ରା ଘଟଣାସ୍ଥଳରେ ପହଞ୍ଚି ପ୍ରତିଦିନ ସର୍ଭିସ ରୋଡ୍‌ ମେଣ୍ଟେନାନ୍ସ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri